Posted inଖେଳ

ଏସିଆଡ୍‌ରେ ଭାରତର ପ୍ରଥମ

ଚାଇନାର ହାଙ୍ଗାଝୋରେ ସମାପ୍ତ ହୋଇଛି ଏସିଆନ୍‌ ଗେମ୍ସ ୨୦୨୩। ଭାରତ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହିତ ପ୍ରଥମ ଥର ପଦକ ସଂଖ୍ୟାରେ ଶତକ ଅତିକ୍ରମ କରିଛି। ୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ସହିତ ଭାରତ ସମୁଦାୟ ୧୦୭ ପଦକ ହାସଲ କରି ଚତୁର୍ଥ ସ୍ଥାନରେ ରହିଥିଲା। ଏହା ସହିତ ଏମିତି ଅନେକ ଇଭେଣ୍ଟ ଥିଲା ଯେଉଁଥିରେ ଭାରତୀୟ କ୍ରୀଡାବିତ୍‌ ମାନେ ପ୍ରଥମ ଥର ପଦକ ହାସଲ କରିବାର ରେକର୍ଡ କରିଥିଲେ। ଗତ ଏସିଆଡ୍‌ର ଏମିତି କିଛି ପ୍ରଥମକୁ ନେଇ ଉପସ୍ଥାପନା….
ଆଥଲେଟିକ୍ସ:

ଅବିନାଶ ସାବଲେ: ଭାରତୀୟ ସେନାରେ କାର୍ଯ୍ୟରତ ଅବିନାଶ ସାବଲେ ୩୦୦୦ ମିଟର ଷ୍ଟିପଲଚେଜରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଜାତୀୟ ରେକର୍ଡଧାରୀ ଏହି ୨୯ ବର୍ଷୀୟ ଖେଳାଳି ଜଣଙ୍କ ୮:୧୯.୫୦ ସେକେଣ୍ଡର ଟାଇମିଂ ସହିତ ପ୍ରଥମ ସ୍ଥାନରେ ରହିଥିଲେ। ଏହା ସହି ପୂର୍ବରୁ ରହିଥିବା ୮:୨୨.୭୯ ସେକେଣ୍ଡର ଗେମ୍ସ ରେକର୍ଡ ମଧ୍ୟ ଭାଙ୍ଗିବାରେ ସେ ସଫଳ ହୋଇଥିଲେ।

ପାରୁଲ ଚୌଧାରୀ: ପାରୁଲ ଚୌଧାରୀ ଚମତ୍କାର ପ୍ରଦର୍ଶନ ସହିତ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବରେ ୫୦୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ପୂର୍ବରୁ ୩ ହଜାର ମିଟର ଷ୍ଟିପଲଚେଜରେ ରୌପ୍ୟ ପଦକ ହାସଲ କରି ସାରିଥିଲେ ପାରୁଲ। ୨୮ ବର୍ଷୀୟା ପାରୁଲ ରେସ୍‌ରେ ପଛୁଆ ରହିଥିଲେ ମଧ୍ୟ ଅନ୍ତିମ ୪୦ ମିନିଟରେ ଚମତ୍କାର ସ୍ପ୍ରିଣ୍ଟ କରି ପ୍ରଥମ ସ୍ଥାନରେ ଫିନିଶ୍‌ କରିଥିଲେ। ଏହି ରେସ୍‌ରେ ପାରୁଲ୍‌ ୧୫:୧୪.୭୫ ସେକେଣ୍ଡର ଟାଇମିଂ ହାସଲ କରିଥିଲେ।

ଅନୁ ରାଣୀ: ମହିଳା ଜାଭେଲିନ୍‌ ଥ୍ରୋୟର ଅନୁ ରାଣୀ ପ୍ରଥମ ଖେଳାଳି ଭାବରେ ଏକ ଏସିଆନ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୪ରେ ବ୍ରୋଞ୍ଜ ପଦକ ଜିତିଥିବା ଅନୁ ଚମତ୍କାର ପ୍ରଦର୍ଶନ କରିବା ସହିତ ୬୨.୯୨ ମିଟର ସହିତ ମହିଳା ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ବ୍ୟାଡ୍‌ମିଣ୍ଟନ: ବ୍ୟାଡମିଣ୍ଟନରେ ଭାରତ ଚଳିତ ସଂସ୍କରଣରେ ୩ଟି ପଦକ ହାସଲ କରିଥିଲା। ଏଚ୍‌. ଏସ୍‌. ପ୍ରଣୟ ପୁରୁଷ ସିଙ୍ଗଲ୍ସରେ ଓ ଚିରାଗ ସେଟ୍ଟୀ-ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ପଦକ ହାସଲ କରି ଇତିହାସ ରଚିଥିଲେ। ୪୧ ବର୍ଷ ପରେ ପ୍ରଣୟ ଏକ ରୌପ୍ୟ ପଦକ ଓ ଚିରାଗ ସେଟ୍ଟୀ-ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ସହିତ ୧୯୮୬ ପରେ ୩୭ ବର୍ଷ ପରେ ଭାରତୀୟ ପୁରୁଷ ଦଳ ଏକ ରୌପ୍ୟ ପଦକ ବିଜୟୀ ହୋଇଥିଲା।

ଟେବୁଲ ଟେନିସ୍‌: ଟେବୁଲ ଟେନିସ୍‌ରେ ଭାରତୀୟ ମହିଳା ଡବଲ୍ସ ଯୋଡି ଐତିହାସିକ ପଦକ ଜିତିଥିଲେ। ସୁତୀର୍ଥା ମୁଖାର୍ଜୀ ଓ ଆହିକା ମୁଖାର୍ଜୀ ଭାରତ ପାଇଁ ଟେବୁଲ ଟେନିସ୍‌ର ମହିଳା ଇଭେଣ୍ଟରେ ପ୍ରଥମ ପଦକ ଜିତିଲେ।

ଶୁଟିଂ: ଭାରତୀୟ ଶୁଟର ମାନେ ଏସିଆନ୍‌ ଗେମ୍ସରେ ସମୁଦାୟ ୨୨ ପଦକ ଜିତିବାରେ ସମର୍ଥ ହୋଇଥିଲେ। ପ୍ରଥମ ଥର ଭାରତୀୟ ମହିଳା ସ୍କିଟ୍‌ ଟିମ୍‌ ଏକ ରୌପ୍ୟ ପଦକ ହାସଲ କରିଥିଲା। ମନୀଷା ରଜକ, ରାଜେଶ୍ୱରୀ କୁମାରୀ ଓ ପ୍ରୀତି ରଜକଙ୍କ ଦଳ ଏହି ପଦକ ବିଜୟୀ ହୋଇଥିଲା। ଅନନ୍ତଜିତ୍‌ ସିଂ ନାରୁକା ପ୍ରଥମ ଭାରତୀୟ ଖେଳାଳି ଭାବେ ସ୍କିଟ୍‌ ବ୍ୟକ୍ତିଗତ ବର୍ଗରେ ଏକ ରୌପ୍ୟ ପଦକ ଜିତିବାରେ ସମର୍ଥ ହୋଇଥିଲା। ଯୁବ ଭାରତୀୟ ଖେଳାଳି ସିଫ୍ଟ କୌର ସାମ୍ରା ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନରେ ବିଶ୍ୱ ରେକର୍ଡ ସ୍କୋର ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

କାନୋଇଂ: ଭାରତର ଅର୍ଜୁନ୍‌ ସିଂ ଜାଟ୍‌ ଓ ସୁନୀଲ ସିଂ ସଲାମ ପୁରୁଷ ଡବଲ୍ସ ୧୦୦୦ ମିଟର ଇଭେଣ୍ଟରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଶେଷ ଥର ପାଇଁ ୧୯୯୪ରେ ସିଜି ସଦାନନ୍ଦନ ଓ ଜନି ରୋମ୍ମେଲ ଭାରତ ପାଇଁ ସମାନ ଇଭେଣ୍ଟରେ ଏକ ପଦକ ବିଜୟୀ ହୋଇଥିଲେ।

ଆର୍ଚେରି: ଆର୍ଚେରୀର କମ୍ପାଉଣ୍ଡ ଇଭେଣ୍ଟରେ ଭାରତୀୟ ଖେଳାଳି ମାନେ ସ୍ବର୍ଣ୍ଣ ପଦକ ପୋଛି ନେଇଥିବା ବେଳେ ଅଲିମ୍ପିକ୍ସ ଇଭେଣ୍ଟ ରିକର୍ଭରେ ୧୩ ବର୍ଷର ବ୍ୟବଧାନରେ ପୁରୁଷ ଦଳ ରୌପ୍ୟ ଓ ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ତେବେ ବ୍ୟକ୍ତିଗତ ଇଭେଣ୍ଟରେ ଭାରତୀୟ ଆର୍ଚରଙ୍କୁ ନିରାଶ ହେବାକୁ ପଡିଥିଲା।

ଇକ୍ୱିଷ୍ଟ୍ରିଆନ୍‌: ଇକ୍ୱିଷ୍ଟ୍ରିଆନ୍‌ ବା ଅଶ୍ୱଚାଳନାର ଡ୍ରେସେଜ୍‌ ଟିମ୍‌ ଇଭେଣ୍ଟରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ୪୧ ବର୍ଷରେ ସୁଦୀପ୍ତି ହାଜେଲା, ଦିବ୍ୟାକ୍ରିତି ସିଂ, ବିପୁଲ ହ୍ରିଦୟ ଛେଡାଓ ଅନୁଶ ଅଗ୍ରଓ୍ବାଲାଙ୍କ ଦଳ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଡ୍ରେସେଜ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ ଅନୁଷ ଅଗ୍ରଓ୍ବାଲା।
ସେଲିଂ: ଭାରତୀୟ ସେଲର ବିଷ୍ଣୁ ସର୍ବାନନ ଆଇଏଲ୍‌ସିଏ-୭ ଇଭେଣ୍ଟରେ ଦେଶ ପାଇଁ ପ୍ରଥମ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ।

ସିପକ୍‌ଟାକ୍ର: ସିପକ୍‌ଟାକ୍ର ଇଭେଣ୍ଟରେ ଭାରତ ଏହାର ପ୍ରଥମ ପଦକ ହାଙ୍ଗଝୋରେ ଜିତିଥିଲା। ରେଗୁ ଇଭେଣ୍ଟରେ ମହିଳା ଦଳ ଏହି ସଫଳତା ହାସଲ କରିଥିଲା।
ଗଲ୍ଫ: ଭାରତୀୟ ମହିଳା ଗଲ୍ଫର ଅଦିତି ଅଶୋକ ପ୍ରଥମ ମହିଳା ଖେଳାଳି ଭାବରେ ଏକ ରୌପ୍ୟ ପଦକ ଜିତିଥିଲେ। ସ୍ବର୍ଣ୍ଣ ଦୌଡରେ ଆଗୁଆ ରହିଥିଲେ ମଧ୍ୟ ଶେଷ ଆଡକୁ ଚାପର ଶିକାର ହୋଇ ଅଦିତି ଅଳ୍ପକେ ସ୍ବର୍ଣ୍ଣରୁ ବଞ୍ଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଧୋନୀ: ପ୍ରଥମ ଖେଳାଳି ଭାବେ ଏମିତି କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ଅପରାଜିତ...

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri