Posted inଖେଳ

ଏସିଆଡ୍‌ରେ ଭାରତର ପ୍ରଥମ

ଚାଇନାର ହାଙ୍ଗାଝୋରେ ସମାପ୍ତ ହୋଇଛି ଏସିଆନ୍‌ ଗେମ୍ସ ୨୦୨୩। ଭାରତ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହିତ ପ୍ରଥମ ଥର ପଦକ ସଂଖ୍ୟାରେ ଶତକ ଅତିକ୍ରମ କରିଛି। ୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ସହିତ ଭାରତ ସମୁଦାୟ ୧୦୭ ପଦକ ହାସଲ କରି ଚତୁର୍ଥ ସ୍ଥାନରେ ରହିଥିଲା। ଏହା ସହିତ ଏମିତି ଅନେକ ଇଭେଣ୍ଟ ଥିଲା ଯେଉଁଥିରେ ଭାରତୀୟ କ୍ରୀଡାବିତ୍‌ ମାନେ ପ୍ରଥମ ଥର ପଦକ ହାସଲ କରିବାର ରେକର୍ଡ କରିଥିଲେ। ଗତ ଏସିଆଡ୍‌ର ଏମିତି କିଛି ପ୍ରଥମକୁ ନେଇ ଉପସ୍ଥାପନା….
ଆଥଲେଟିକ୍ସ:

ଅବିନାଶ ସାବଲେ: ଭାରତୀୟ ସେନାରେ କାର୍ଯ୍ୟରତ ଅବିନାଶ ସାବଲେ ୩୦୦୦ ମିଟର ଷ୍ଟିପଲଚେଜରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଜାତୀୟ ରେକର୍ଡଧାରୀ ଏହି ୨୯ ବର୍ଷୀୟ ଖେଳାଳି ଜଣଙ୍କ ୮:୧୯.୫୦ ସେକେଣ୍ଡର ଟାଇମିଂ ସହିତ ପ୍ରଥମ ସ୍ଥାନରେ ରହିଥିଲେ। ଏହା ସହି ପୂର୍ବରୁ ରହିଥିବା ୮:୨୨.୭୯ ସେକେଣ୍ଡର ଗେମ୍ସ ରେକର୍ଡ ମଧ୍ୟ ଭାଙ୍ଗିବାରେ ସେ ସଫଳ ହୋଇଥିଲେ।

ପାରୁଲ ଚୌଧାରୀ: ପାରୁଲ ଚୌଧାରୀ ଚମତ୍କାର ପ୍ରଦର୍ଶନ ସହିତ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବରେ ୫୦୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ପୂର୍ବରୁ ୩ ହଜାର ମିଟର ଷ୍ଟିପଲଚେଜରେ ରୌପ୍ୟ ପଦକ ହାସଲ କରି ସାରିଥିଲେ ପାରୁଲ। ୨୮ ବର୍ଷୀୟା ପାରୁଲ ରେସ୍‌ରେ ପଛୁଆ ରହିଥିଲେ ମଧ୍ୟ ଅନ୍ତିମ ୪୦ ମିନିଟରେ ଚମତ୍କାର ସ୍ପ୍ରିଣ୍ଟ କରି ପ୍ରଥମ ସ୍ଥାନରେ ଫିନିଶ୍‌ କରିଥିଲେ। ଏହି ରେସ୍‌ରେ ପାରୁଲ୍‌ ୧୫:୧୪.୭୫ ସେକେଣ୍ଡର ଟାଇମିଂ ହାସଲ କରିଥିଲେ।

ଅନୁ ରାଣୀ: ମହିଳା ଜାଭେଲିନ୍‌ ଥ୍ରୋୟର ଅନୁ ରାଣୀ ପ୍ରଥମ ଖେଳାଳି ଭାବରେ ଏକ ଏସିଆନ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୪ରେ ବ୍ରୋଞ୍ଜ ପଦକ ଜିତିଥିବା ଅନୁ ଚମତ୍କାର ପ୍ରଦର୍ଶନ କରିବା ସହିତ ୬୨.୯୨ ମିଟର ସହିତ ମହିଳା ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ବ୍ୟାଡ୍‌ମିଣ୍ଟନ: ବ୍ୟାଡମିଣ୍ଟନରେ ଭାରତ ଚଳିତ ସଂସ୍କରଣରେ ୩ଟି ପଦକ ହାସଲ କରିଥିଲା। ଏଚ୍‌. ଏସ୍‌. ପ୍ରଣୟ ପୁରୁଷ ସିଙ୍ଗଲ୍ସରେ ଓ ଚିରାଗ ସେଟ୍ଟୀ-ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ପଦକ ହାସଲ କରି ଇତିହାସ ରଚିଥିଲେ। ୪୧ ବର୍ଷ ପରେ ପ୍ରଣୟ ଏକ ରୌପ୍ୟ ପଦକ ଓ ଚିରାଗ ସେଟ୍ଟୀ-ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ସହିତ ୧୯୮୬ ପରେ ୩୭ ବର୍ଷ ପରେ ଭାରତୀୟ ପୁରୁଷ ଦଳ ଏକ ରୌପ୍ୟ ପଦକ ବିଜୟୀ ହୋଇଥିଲା।

ଟେବୁଲ ଟେନିସ୍‌: ଟେବୁଲ ଟେନିସ୍‌ରେ ଭାରତୀୟ ମହିଳା ଡବଲ୍ସ ଯୋଡି ଐତିହାସିକ ପଦକ ଜିତିଥିଲେ। ସୁତୀର୍ଥା ମୁଖାର୍ଜୀ ଓ ଆହିକା ମୁଖାର୍ଜୀ ଭାରତ ପାଇଁ ଟେବୁଲ ଟେନିସ୍‌ର ମହିଳା ଇଭେଣ୍ଟରେ ପ୍ରଥମ ପଦକ ଜିତିଲେ।

ଶୁଟିଂ: ଭାରତୀୟ ଶୁଟର ମାନେ ଏସିଆନ୍‌ ଗେମ୍ସରେ ସମୁଦାୟ ୨୨ ପଦକ ଜିତିବାରେ ସମର୍ଥ ହୋଇଥିଲେ। ପ୍ରଥମ ଥର ଭାରତୀୟ ମହିଳା ସ୍କିଟ୍‌ ଟିମ୍‌ ଏକ ରୌପ୍ୟ ପଦକ ହାସଲ କରିଥିଲା। ମନୀଷା ରଜକ, ରାଜେଶ୍ୱରୀ କୁମାରୀ ଓ ପ୍ରୀତି ରଜକଙ୍କ ଦଳ ଏହି ପଦକ ବିଜୟୀ ହୋଇଥିଲା। ଅନନ୍ତଜିତ୍‌ ସିଂ ନାରୁକା ପ୍ରଥମ ଭାରତୀୟ ଖେଳାଳି ଭାବେ ସ୍କିଟ୍‌ ବ୍ୟକ୍ତିଗତ ବର୍ଗରେ ଏକ ରୌପ୍ୟ ପଦକ ଜିତିବାରେ ସମର୍ଥ ହୋଇଥିଲା। ଯୁବ ଭାରତୀୟ ଖେଳାଳି ସିଫ୍ଟ କୌର ସାମ୍ରା ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନରେ ବିଶ୍ୱ ରେକର୍ଡ ସ୍କୋର ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

କାନୋଇଂ: ଭାରତର ଅର୍ଜୁନ୍‌ ସିଂ ଜାଟ୍‌ ଓ ସୁନୀଲ ସିଂ ସଲାମ ପୁରୁଷ ଡବଲ୍ସ ୧୦୦୦ ମିଟର ଇଭେଣ୍ଟରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଶେଷ ଥର ପାଇଁ ୧୯୯୪ରେ ସିଜି ସଦାନନ୍ଦନ ଓ ଜନି ରୋମ୍ମେଲ ଭାରତ ପାଇଁ ସମାନ ଇଭେଣ୍ଟରେ ଏକ ପଦକ ବିଜୟୀ ହୋଇଥିଲେ।

ଆର୍ଚେରି: ଆର୍ଚେରୀର କମ୍ପାଉଣ୍ଡ ଇଭେଣ୍ଟରେ ଭାରତୀୟ ଖେଳାଳି ମାନେ ସ୍ବର୍ଣ୍ଣ ପଦକ ପୋଛି ନେଇଥିବା ବେଳେ ଅଲିମ୍ପିକ୍ସ ଇଭେଣ୍ଟ ରିକର୍ଭରେ ୧୩ ବର୍ଷର ବ୍ୟବଧାନରେ ପୁରୁଷ ଦଳ ରୌପ୍ୟ ଓ ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ତେବେ ବ୍ୟକ୍ତିଗତ ଇଭେଣ୍ଟରେ ଭାରତୀୟ ଆର୍ଚରଙ୍କୁ ନିରାଶ ହେବାକୁ ପଡିଥିଲା।

ଇକ୍ୱିଷ୍ଟ୍ରିଆନ୍‌: ଇକ୍ୱିଷ୍ଟ୍ରିଆନ୍‌ ବା ଅଶ୍ୱଚାଳନାର ଡ୍ରେସେଜ୍‌ ଟିମ୍‌ ଇଭେଣ୍ଟରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ୪୧ ବର୍ଷରେ ସୁଦୀପ୍ତି ହାଜେଲା, ଦିବ୍ୟାକ୍ରିତି ସିଂ, ବିପୁଲ ହ୍ରିଦୟ ଛେଡାଓ ଅନୁଶ ଅଗ୍ରଓ୍ବାଲାଙ୍କ ଦଳ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଡ୍ରେସେଜ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ ଅନୁଷ ଅଗ୍ରଓ୍ବାଲା।
ସେଲିଂ: ଭାରତୀୟ ସେଲର ବିଷ୍ଣୁ ସର୍ବାନନ ଆଇଏଲ୍‌ସିଏ-୭ ଇଭେଣ୍ଟରେ ଦେଶ ପାଇଁ ପ୍ରଥମ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ।

ସିପକ୍‌ଟାକ୍ର: ସିପକ୍‌ଟାକ୍ର ଇଭେଣ୍ଟରେ ଭାରତ ଏହାର ପ୍ରଥମ ପଦକ ହାଙ୍ଗଝୋରେ ଜିତିଥିଲା। ରେଗୁ ଇଭେଣ୍ଟରେ ମହିଳା ଦଳ ଏହି ସଫଳତା ହାସଲ କରିଥିଲା।
ଗଲ୍ଫ: ଭାରତୀୟ ମହିଳା ଗଲ୍ଫର ଅଦିତି ଅଶୋକ ପ୍ରଥମ ମହିଳା ଖେଳାଳି ଭାବରେ ଏକ ରୌପ୍ୟ ପଦକ ଜିତିଥିଲେ। ସ୍ବର୍ଣ୍ଣ ଦୌଡରେ ଆଗୁଆ ରହିଥିଲେ ମଧ୍ୟ ଶେଷ ଆଡକୁ ଚାପର ଶିକାର ହୋଇ ଅଦିତି ଅଳ୍ପକେ ସ୍ବର୍ଣ୍ଣରୁ ବଞ୍ଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?