ଭାରତର ପ୍ରଥମ ଘରୋଇ ରକେଟ୍‌

”ବିକ୍ରମ-ଏସ୍‌ ରକେଟ୍‌ର ଉତ୍‌କ୍ଷେପଣ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଏକ ବିରାଟ ପ୍ରଯୁକ୍ତିଗତ ଉପଲବ୍ଧି ଏବଂ ସେମାନଙ୍କ ଅଫୁରନ୍ତ ପ୍ରତିଭାର ପରିଚୟ। ଘରୋଇ ଉଦ୍ୟୋଗର ଅନ୍ତରୀକ୍ଷ କ୍ଷେତ୍ରରେ ବହୁଳ ଭାଗୀଦାରି ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅନ୍ତରୀକ୍ଷ ବିଭାଗ ଅଧୀନରେ ‘ରାଷ୍ଟ୍ରୀୟ ଅନ୍ତରୀକ୍ଷ ସଂବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର ନାମକ ଏକ ସଂସ୍ଥା ଗଠନ କରାଯାଇଛି। ଏହା ଏପର୍ଯ୍ୟନ୍ତ ଅନ୍ତରୀକ୍ଷ କ୍ଷେତ୍ରରେ କାର୍ଯ୍ୟରତ ୫ଟି ଘରୋଇ ସଂସ୍ଥାକୁ ଭାରତରେ ଅନ୍ତରୀକ୍ଷ ଅନୁସନ୍ଧାନ ନିମନ୍ତେ ପ୍ରାଧିକାର ପ୍ରଦାନ କରିବା ସାଙ୍ଗକୁ ସମୁଦାୟ ୧୬ଟି ରାଜିନାମା ସ୍ବାକ୍ଷରିତ କରିସାରିଛି।“

ଗତ ବର୍ଷ ନଭେମ୍ବର ୧୮ ତାରିଖରେ ଭାରତର ଅନ୍ତରୀକ୍ଷ ଅଭିଯାନ କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ ହୁଏ। ଏହି ଦିନ ବେସରକାରୀ ଉଦ୍ୟମରେ ନିର୍ମିତ ଏକ ରକେଟ୍‌ ପ୍ରଥମ ଥର ପାଇଁ ମହାକାଶକୁ ଉତ୍‌କ୍ଷେପିତ ହୋଇଛି। ଏହି ରକେଟ୍‌ର ନାମ ବିକ୍ରମ-ଏସ୍‌ (Vikram-S), ଯାହାକୁ ଇସ୍ରୋର ଶ୍ରୀହରିକୋଟାସ୍ଥିତ ଉତ୍‌କ୍ଷେପଣ କେନ୍ଦ୍ରରୁ ସଫଳତାର ସହିତ ପ୍ରେରଣ କରାଯାଇଛି। ପୂର୍ବରୁ ଆମ ଦେଶରେ ଅନ୍ତରୀକ୍ଷ କାର୍ଯ୍ୟକ୍ରମ କେବଳ ସରକାରୀ ଉଦ୍ୟମରେ ପରିଚାଳିତ ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ,।SRO)ର ଏକଚାଟିଆ ଅଧିକାର ଥିଲା, ଯାହା ୧୯୬୯ ମସିହାରେ ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ଡ. ବିକ୍ରମ ସରାଭାଇଙ୍କ ମାର୍ଗଦର୍ଶନରେ ପ୍ରତିଷ୍ଠା ହୋଇଥିଲା।
ଇସ୍ରୋ ନିଜର ଦୀର୍ଘ ୩୩ ବର୍ଷର ସମୟକାଳ ମଧ୍ୟରେ ଆମର ପଡ଼ୋଶୀ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ସମେତ ସମଗ୍ର ଅନ୍ତରୀକ୍ଷକୁ ନିଜସ୍ବ ଯାନ ଜରିଆରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ପ୍ରେରଣ କରିବା ସାଙ୍ଗକୁ ଅନ୍ୟ ରାଷ୍ଟ୍ରମାନଙ୍କର ଉପଗ୍ରହସବୁକୁ ମଧ୍ୟ ମହାକାଶରେ ଅବସ୍ଥାପିତ କରି ନିଜର ଦକ୍ଷତା ଓ ଉତ୍କର୍ଷର ପରିଚୟ ଦେଇଛି। ଏହା ଭାରତକୁ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ସ୍ବାବଲମ୍ବୀ କରାଇବା ସାଙ୍ଗକୁ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର ଯଥା କଷି, ଜଙ୍ଗଲ, ପାଣିପାଗ ନିରୂପଣ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ନିଜର ଯୋଗଦାନ ସୁନିଶ୍ଚିତ କରି ରାଷ୍ଟ୍ରୀୟ ପ୍ରଗତିକୁ ତ୍ୱରାନ୍ବିତ କରିଛି। ଏହି ସଂସ୍ଥା ସ୍ବଳ୍ପ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତ ଭଳି ଏକ ବିକାଶଶୀଳ ଦେଶ ପକ୍ଷରେ କିପରି ମହାକାଶ ଅଭିଯାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିବା ସମ୍ଭବ ତାହା ପ୍ରମାଣିତ କରିଛି। ମାତ୍ର ଏକ ବ୍ୟବସାୟିକ ସଂସ୍ଥା ରୂପେ ‘ଇସ୍ରୋ’ ଆଶାନୁରୂପ ସଫଳତା ପ୍ରାପ୍ତ ହୋଇପାରି ନାହିଁ ଏବଂ ବିଶ୍ୱ ଅନ୍ତରୀକ୍ଷ ବଜାରରେ ଏହାର ଆୟ ମାତ୍ର ୨% ମାତ୍ରା ମଧ୍ୟରେ ସୀମିତ ଅଛି। ଏହା ସେତେଟା ଆଖିଦୃଶିଆ ହୋଇ ନ ଥିଲେ ସୁଦ୍ଧା ଇସ୍ରୋ ଆଗାମୀ ଦିନରେ ବେସରକାରୀ ସଂସ୍ଥାମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅନ୍ତର୍ଭୁକ୍ତ କରି ନିଜର ଆୟକୁ ୮%କୁ ବୃଦ୍ଧି କରିବାକୁ ଆଶା ରଖିଛି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ଘୋଷଣା କରାଯାଇଥିବା ରାଷ୍ଟ୍ରୀୟ ଅନ୍ତରୀକ୍ଷ ନୀତି (National Space Policy) ବେସରକାରୀ ସଂସ୍ଥାମାନଙ୍କୁ ଅନ୍ତରୀକ୍ଷ କ୍ଷେତ୍ରରେ ଯୋଗଦାନ କରିବାକୁ ପ୍ରୋତ୍ସାହିତ କରିବ, ଯାହା ଫଳରେ ସେମାନେ ନିଜସ୍ବ ଯାନ ଓ ଉପଗ୍ରହ ବିକଶିତ କରି ସେସବୁକୁ ଇସ୍ରୋର ଉତ୍‌କ୍ଷେପଣ ଘାଟିରୁ ମହାକାଶକୁ ପ୍ରେରଣ କରିବା ସାଙ୍ଗକୁ ବ୍ୟବସାୟିକ ଉପଲବ୍ଧି ହାସଲ କରିପାରିବେ। ଅନ୍ତରୀକ୍ଷ କ୍ଷେତ୍ରକୁ ଘରୋଇକରଣ ନିମନ୍ତେ ଆମେରିକୀୟ ମହାକାଶ ସଂସ୍ଥା ନାସା (NASA)କୁ ପ୍ରାୟ ଏକ ଦଶକ ସମୟ ଲାଗିଥିଲାବେଳେ ଇସ୍ରୋ ଏହି ଲକ୍ଷ୍ୟକୁ ଆଗାମୀ ୧୦-୧୫ ବର୍ଷ ସମୟ ମଧ୍ୟରେ ହାସଲ କରିବ ବୋଲି ଆଶା ବାନ୍ଧିଛି। ଘରୋଇ ସଂସ୍ଥାମାନଙ୍କୁ ଭିତ୍ତିଭୂମି ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଇସ୍ରୋ ଏବେ ଶ୍ରୀହରିକୋଟାଠାରେ ଏକ ତୃତୀୟ ଉତ୍‌କ୍ଷେପଣ ମଞ୍ଚ (Launch Pad) ଓ ତାମିଲନାଡୁର ତୁତିକୋରିନଠାରେ ଏକ ନୂଆ ଅନ୍ତରୀକ୍ଷ ବନ୍ଦର (Space Port) ସ୍ଥାପନ କରିବାକୁ ପଦକ୍ଷେପ ନେଉଛି।
ବିକ୍ରମ-ଏସ୍‌ ରକେଟ୍‌କୁ ହାଇଦ୍ରାବାଦସ୍ଥିତ ଏକ ଷ୍ଟାର୍ଟ-ଅପ୍‌ ‘ସ୍କାଇରୁଟ ଏରୋସ୍ପେସ୍‌’ ଦୀର୍ଘ ଦୁଇ ବର୍ଷର ଗବେଷଣା ଓ କଠିନ ପରିଶ୍ରମ କରି ବିକଶିତ କରିଥିଲା। କଠିନ ଇନ୍ଧନରେ ଚାଳିତ ୬ ମିଟର ଲମ୍ବର ନିମ୍ନ-କକ୍ଷପଥୀୟ (Sub-orbital) ଗତି ବିଶିଷ୍ଟ ଏହି ରକେଟ୍‌ ଉତ୍‌କ୍ଷେପଣ ପରେ ୫ ମିନିଟ କାଳ ଉଡ୍ଡାଣ ଭରି ଅନ୍ତରୀକ୍ଷରେ ୮୯.୫ କି.ମି. ଦୂରତା ଆରୋହଣ କରିଥିଲା ଏବଂ ଈପ୍ସିତ ଅଭିଯାନର ସମସ୍ତ ଲକ୍ଷ୍ୟ ହାସଲ କରି ବଙ୍ଗୋପ ସାଗରରେ ପତନ ଦେଇଥିଲା। ବିକ୍ରମ-ଏସ୍‌ ରକେଟ୍‌ର ଏକ ବିଶେଷତ୍ୱ ହେଉଛି ଯେ, ଏହାର ନିର୍ମାଣରେ କିଛି ଅତ୍ୟାଧୁନିକ ପ୍ରଯୁକ୍ତି ଓ ଜ୍ଞାନକୌଶଳ ବ୍ୟବହାର କରାଯାଇଛି, ଯାହା ମଧ୍ୟରେ ଏହାର ଧୂଆଁନଳୀ ରୂପରେଖ ପ୍ରସ୍ତୁତିରେ 3ଡି (3D) ପ୍ରିଣ୍ଟର କୌଶଳ ଏବଂ ମୋଟର ଆବରଣ ଗଠନରେ ନାନୋ-କାର୍ବନ୍‌ ପ୍ରଯୁକ୍ତି ପ୍ରମୁଖ ଅଟେ। ଏହାର ଉତ୍‌କ୍ଷେପଣ କାଳୀନ ଓଜନ ୫୪୫ କି.ଗ୍ରା., ଯାହା ୮୦ କି.ଗ୍ରା. ଭାର ବହନ କରି ଅନ୍ତରୀକ୍ଷକୁ ଯାତ୍ରା କରିବାକୁ ସକ୍ଷମ। ସ୍କାଇରୁଟ୍‌ କମ୍ପାନୀ ଆଗାମୀ ଦିନରେ ଆମ ଦେଶର କେନ୍ଦ୍ରୀୟ ନିୟନ୍ତ୍ରକ ସଂସ୍ଥା ‘ରାଷ୍ଟ୍ରୀୟ ଅନ୍ତରୀକ୍ଷ ସଂବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର’ଙ୍କ ଅନୁମତି କ୍ରମେ କକ୍ଷରେ ଅବସ୍ଥାପିତ ହୋଇ ଗତି କରିପାରୁଥିବା ବିକ୍ରମ-୧ ଶ୍ରେଣୀର ଉନ୍ନତ ରକେଟ୍‌ ପ୍ରେରଣ କରି ଅନ୍ତରୀକ୍ଷ ଅଭିଯାନର କିଛି ଜଟିଳ ଜ୍ଞାନକୌଶଳ ପରୀକ୍ଷା କରିବାକୁ ଆଶା ବାନ୍ଧିଛି। ଏହି ଅଭିଯାନକୁ ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ଡ. ବିକ୍ରମ ସରାଭାଇଙ୍କ ନାମରେ ନାମିତ କରାଯାଇଛି।
ବିକ୍ରମ-ଏସ୍‌ ରକେଟ୍‌ର ଉତ୍‌କ୍ଷେପଣ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଏକ ବିରାଟ ପ୍ରଯୁକ୍ତିଗତ ଉପଲବ୍ଧି ଏବଂ ସେମାନଙ୍କ ଅଫୁରନ୍ତ ପ୍ରତିଭାର ପରିଚୟ। ଘରୋଇ ଉଦ୍ୟୋଗର ଅନ୍ତରୀକ୍ଷ କ୍ଷେତ୍ରରେ ବହୁଳ ଭାଗୀଦାରି ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅନ୍ତରୀକ୍ଷ ବିଭାଗ ଅଧୀନରେ ‘ରାଷ୍ଟ୍ରୀୟ ଅନ୍ତରୀକ୍ଷ ସଂବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର ନାମକ ଏକ ସଂସ୍ଥା ଗଠନ କରାଯାଇଛି। ଏହା ଏପର୍ଯ୍ୟନ୍ତ ଅନ୍ତରୀକ୍ଷ କ୍ଷେତ୍ରରେ କାର୍ଯ୍ୟରତ ୫ଟି ଘରୋଇ ସଂସ୍ଥାକୁ ଭାରତରେ ଅନ୍ତରୀକ୍ଷ ଅନୁସନ୍ଧାନ ନିମନ୍ତେ ପ୍ରାଧିକାର ପ୍ରଦାନ କରିବା ସାଙ୍ଗକୁ ସମୁଦାୟ ୧୬ଟି ରାଜିନାମା ସ୍ବାକ୍ଷରିତ କରିସାରିଛି। ଏହା ମଧ୍ୟ ଇତିମଧ୍ୟରେ ବିଭିନ୍ନ ଘରୋଇ ସଂସ୍ଥାଠାରୁ ଅନ୍ତରୀକ୍ଷ କ୍ଷେତ୍ରକୁ ଉପଯୋଗ ନିମନ୍ତେ ଅନୁରୋଧ, ସୁବିଧା ପ୍ରଦାନ ଓ ସମ୍ବର୍ଦ୍ଧନ ନିମନ୍ତେ ୧୫୦ଟି ଆବେଦନ ପ୍ରାପ୍ତ ହୋଇସାରିଛି। ଅନ୍ତରୀକ୍ଷ କ୍ଷେତ୍ରର ଘରୋଇକରଣ ପ୍ରକ୍ରିୟା ପ୍ରଥମେ ୨୦୨୦ ଜୁନ୍‌୍‌ରେ ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଆରମ୍ଭ ହୋଇଥିଲା। (କ୍ରମଶଃ..)

ନିକୁଞ୍ଜ ବିହାରୀ ସାହୁ
– ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ଅକ୍ଟୋବର ୯ରେ ନକ୍ଷତ୍ର ବଦଳାଇବେ ଶନିଦେବ: ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମର କାରକ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। କୁହାଯାଏ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି।…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?