Posted inଖେଳ

ବିଶ୍ୱ କ୍ରିକେଟ୍‌ରେ ଭାରତର ଦବ୍‌ଦବା ଜାରି: ଭାରତକୁ ପଛରେ ପକାଇ ପାରିଲାନି ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୧୧।୩: ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କରିଛି। ଲଗାତାର ଦୁଇଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଭାରତକୁ ପଛରେ ପକାଇ ପାରି ନାହିଁ। ନିକଟରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୪-୨ରେ ଜିତିଛି, ଯାହା ପରେ ସେମାନେ ଟେବୁଲର ଶୀର୍ଷରେ ଅଛନ୍ତି। ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (୨୦୨୩-୨୫)ରେ ଭାରତ ୯ଟି ମ୍ୟାଚ ଖେଳିଛି। ଏଥିରେ ଭାରତ ୬ଟି ଜିତିଛି, ୨ରେ ହାରିଛି। ୧ ଡ୍ରରେ ଶେଷ ହୋଇଛନ୍ତି। ଭାରତର ବିଜୟ ପ୍ରତିଶତ ହେଉଛି ୬୮.୫୧। ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୧୨ଟି ମ୍ୟାଚ ଖେଳିଛି। ଏଥିରେ ସେମାନେ ୮ଟି ଜିତିଛନ୍ତି, ୩ରେ ହାରିଛନ୍ତି ଏବଂ ଗୋଟିଏ ଡ୍ରରେ ଶେଷ ହୋଇଛନ୍ତି। ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ହେଉଛି ୬୨.୫୦। ନ୍ୟୁଜିଲାଣ୍ଡ ଦଳ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳିଥିବା ତାଲିକାରେ ତୃତୀୟ ସ୍ଥାନରେ ରହିଛି। ୬ଟି ମ୍ୟାଚରେ ନ୍ୟୁଜିଲାଣ୍ଡ ୩ଟି ଜିତି ୩ରେ ହାରିଛି। କିୱି ଦଳର ବିଜୟ ପ୍ରତିଶତ ହେଉଛି ୫୦।
ଏହି ତାଲିକାରେ ଆଗକୁ ବାଂଲାଦେଶ ୫୦ ପ୍ରତିଶତ ବିଜୟ ସହ ଚତୁର୍ଥ ସ୍ଥାନରେ ଏବଂ ପାକିସ୍ତାନ ୩୬.୬୬ ପ୍ରତିଶତ ବିଜୟ ସହ ପଞ୍ଚମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ୍ସ ଟ୍ରଫିରେ ପିସିବିର ୮୬୯ କୋଟି ଟଙ୍କା କ୍ଷତି, ଖେଳାଇଲଙ୍କ ପାଇଁ ୫ ଷ୍ଟାର ହୋଟେଲ ମନା: ରିପୋର୍ଟ

ନୂଆଦିଲ୍ଲୀ,୧୭।୩: ପାକିସ୍ତାନରେ କ୍ରିକେଟ୍ ପରିସ୍ଥିତି ପୂର୍ବରୁ ବିଶୃଙ୍ଖଳିତ ଥିଲା, ଯେତେବେଳେ କି ପୁରୁଷ ଜାତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟରେ ସକାରାତ୍ମକ ଫଳାଫଳ ପାଇବା ପାଇଁ ସଂଘର୍ଷ...

ସେମିଫାଇନାଲ୍‌ ହାରିବା ଦୁଃଖ ଭୁଲିପାରୁନାହାନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ: ଏହି କଥା ପାଇଁ ମୋଦିଙ୍କୁ ଦେଲେ ଧନ୍ୟବାଦ୍‌

ନୂଆଦିଲ୍ଲୀ,୧୭।୩:ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ରବିବାର ଦିନ ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି...

Watch Video: ଛୁଟି ମନାଇ ଫେରୁଥିଲେ ରୋହିତ, ବିମାନବନ୍ଦରରେ ହଠାତ୍‌ ରାଗିଯାଇ କଲେ ଏମିତି… ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୭।୩: ଆଇପିଏଲ ୨୦୨୫ ଆରମ୍ଭ ହେବାର କିଛି ଦିନ ପୂର୍ବରୁ, ରୋହିତ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ ପାପାରାଜିଙ୍କ ଉପରେ ରାଗିଥିବାର...

IPL 2025 ପୂର୍ବରୁ ବଦଳିଲା ଏହି ନିୟମ: ଜାଣନ୍ତୁ ଏହା ପୂର୍ବ ସିଜିନ୍‌ଠାରୁ କ’ଣ ଭିନ୍ନ

ଇଡେନ ଗାର୍ଡେନ,୧୭।୩: ଆଇପିଏଲ ୨୦୨୫ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ ଇଡେନ ଗାର୍ଡେନରେ କେକେଆର୍‌ ଓ ଆରସିବି ମଧ୍ୟରେ ଖେଳାଯିବ।...

IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ବଡ଼ ଗୁମର ଖୋଲିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ,୧୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଏବଂ ସମ୍ପ୍ରତି ଚାମ୍ପିଅନ୍ସ ଟ୍ରଫି ବିଜେତା ହାର୍ଦ୍ଦିକ ପାଣ୍ଡ୍ୟା IPL ୨୦୨୫ରେ ଦ୍ୱିତୀୟ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ...

IPLରେ ଏହି ବୋଲରଙ୍କୁ ଅଧିକ ଡରନ୍ତି କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୩: ବିରାଟ କୋହଲିଙ୍କ ନାମ କ୍ରିକେଟ ଜଗତର ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କ ଆଗରେ ସର୍ବୋତ୍ତମ ବୋଲରମାନେ ମଧ୍ୟ ଫିକା ଦେଖାଯାଆନ୍ତି, କିନ୍ତୁ ଆଇପିଏଲ...

୬ ବର୍ଷ ପରେ ନିଜ ଭୁଲ୍‌ ମାନିଲେ ଧୋନୀ: କହିଲେ, ଏମିତି କରିବାର ନ ଥିଲା

ନୂଆଦିଲ୍ଲୀ,୧୭।୩: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପଡ଼ିଆରେ ତାଙ୍କର ଶାନ୍ତ ସୱଭାବ ପାଇଁ ଜଣାଶୁଣା। ତାଙ୍କର ପ୍ରଶଂସକମାନେ ତାଙ୍କର ଏହି ଶୈଳୀକୁ ପସନ୍ଦ...

ହଠାତ୍‌ କ୍ରିକେଟ୍‌ ପଡ଼ିଆରେ ଟଳିପଡ଼ିଲେ କ୍ରିକେଟର୍‌: ପାଗ ସାଜିଲା କାଳ

ଆଡିଲେଡ,୧୭।୩: ଦକ୍ଷିଣ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏକ କ୍ଲବ କ୍ରିକେଟ ମ୍ୟାଚ ସମୟରେ ଅତ୍ୟଧିକ ଗରମ ଯୋଗୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଜୁନୈଦ ଜାଫର ତଳେ ପଡ଼ିଯାଇଥିଲେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri