Posted inଖେଳ

ଆଜିଠୁ ଏସିଆ କପ୍‌ରେ ଭାରତର ଅଭିଯାନ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଦୁବାଇ, ୯।୯(ପି.ଟି.):ଏସିଆ କପ୍‌ କ୍ରିକେଟ୍‌-୨୦୨୫ରେ ଭାରତର ଅଭିଯାନ ବୁଧବାର ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍‌ରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଦଳୀୟ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ ମୁଖ୍ୟ କାର୍ଯ୍ୟ ହେବ। ତେଣୁ ତୃତୀୟ ସ୍ପିନର କିମ୍ବା ଜଣେ ଅତିରିକ୍ତ ସ୍ପେଶାଲିଷ୍ଟ ପେସ୍‌ ବୋଲରଙ୍କୁ ଖେଳାଯିବ ତା’ ଉପରେ ନଜର ରହିବ। ଗୌତମ ଗମ୍ଭୀର ଭାରତୀୟ ଦଳର କୋଚ୍‌ ଦାୟିତ୍ୱ ନେବାପରେ ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିପାରୁଥିବା ଖେଳାଳିଙ୍କ ଗୁରୁତ୍ୱ ବଢ଼ିଛି। ଅର୍ଥାତ୍‌ ୮ ନମ୍ବର ପର୍ଯ୍ୟନ୍ତ ଦଳର ବ୍ୟାଟିଂ ଲାଇନ୍‌ଅପ୍‌କୁ ସେ ଦୃଢ଼ ରଖିବାକୁ ଚାହୁଁଛନ୍ତି। ଆସନ୍ତା ୧୪ ତାରିଖରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ତେଣୁ ୟୁଏଇ ବିପକ୍ଷ ମ୍ୟାଚ୍‌କୁ ଏହାର ଡ୍ରେସ୍‌ ରିହର୍ସାଲ ଭାବେ ବିବେଚନା କରାଯାଉଛି। ବିଶେଷକରି ୟୁଏଇ ବିପକ୍ଷ ମ୍ୟାଚ୍‌ରୁ ଦଳୀୟ ସନ୍ତୁଳନ ସଜାଡ଼ିବା ଉପରେ ନଜର ରଖାଯିବ।
ୟୁଏଇର ଅନେକ ଖେଳାଳିଙ୍କ ପାଇଁ ଭାରତ ବିପକ୍ଷ ମ୍ୟାଚ୍‌ ଗୁରୁତ୍ୱ ରଖିବ। କାରଣ ଆଇସିସିର ସହଯୋଗୀ ଦେଶର ଖେଳାଳିଭାବେ ଭାରତର ଯଶପ୍ରୀତ୍‌ ବୁମ୍‌ରାଙ୍କ ବୋଲିଂକୁ ସମ୍ମୁଖୀନ ହେବା କିମ୍ବା ଶୁବମନ ଗିଲ୍‌ଙ୍କୁ ବୋଲିଂ କରିବା କେବେହେଲେ ସହଜ ହେବନାହିଁ। ଏଥିରୁ ସେମାନଙ୍କୁ ପର୍ଯ୍ୟାପ୍ତ ଅଭିଜ୍ଞତା ମିଳିବ।
ଭାରତୀୟ ସେଟ୍‌ଅପ୍‌ରେ ସଞ୍ଜୁ ସାମ୍‌ସନ ବନାମ ଜୀତେଶ ଶର୍ମାଙ୍କୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱ ସମାଧାନ ହୋଇଥିବା ପରି ଲାଗୁଛି। ଜଣେ ସଫଳ ଫିନିଶର ଭାବେ ବିଦର୍ଭର ଜୀତେଶ କେରଳର ସାମ୍‌ସନଙ୍କୁ ପଛରେ ପକାଇ ଦେଇଥିବା ନେଟ୍ସ ଅବସରରେ ପରିଲକ୍ଷିତ ହୋଇଛି। ଟପ୍‌ ଅର୍ଡରରେ ଶୁବମନ ଗିଲ୍‌ଙ୍କ ଉପସ୍ଥିତି ଫଳରେ ବିସ୍ଫୋରକ ବ୍ୟାଟର ସଞ୍ଜୁଙ୍କୁ ବାହାରେ ବସିବାକୁ ପଡ଼ିବ। ଗିଲ୍‌ ଓ ଅଭିଷେକ ଶର୍ମା ଇନିଂସ ଓପନ କରିବେ। ଆଇସିସି ଟି୨୦ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ର ୨ୟ ସ୍ଥାନକୁ ଉନ୍ନୀତ ହୋଇଥିବା ତିଲକ ବର୍ମା ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩ ଏବଂ ୪ ନମ୍ବର ସ୍ଥାନ ପାଇଁ ଫିଟ୍‌। ଏହାପରେ ଆସିବ ଅଲ୍‌ରାଉଣ୍ଡରଙ୍କ ପାଳି। ପେସ୍‌ ବୋଲର ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା, ସ୍ଲୋ ଟ୍ରାକ୍‌ରେ ଭଲ ବୋଲିଂ କରିବାର ଦକ୍ଷତା ରଖିଥିବା ଶିବମ୍‌ ଦୁବେ ୬ ଏବଂ ଜୀତେଶ ୭ ନମ୍ବରରେ ଆସିବା ଏକପ୍ରକାର ନିଶ୍ଚିତ। ଏହି ସ୍ଥାନରେ ପ୍ରଭାବୀ ପ୍ରଦର୍ଶନକରି ଜୀତେଶ ରୟାଲ ଚ୍ୟାଲେଞ୍ଜର୍ସକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। କୋଚ୍‌ ଗମ୍ଭୀର ବ୍ୟାଟିଂ ଲାଇନ୍‌ଅପ୍‌ରେ ଗଭୀରତା ଚାହୁଁଥିବାରୁ ସ୍ପିନ୍‌ ବୋଲିଂ ସହ ଭଲ ବ୍ୟାଟିଂ କରିବାର ଦକ୍ଷତା ରଖିଥିବା ଅକ୍ଷର ପଟେଲ ନମ୍ବର ୮ରେ ଆସିବେ। କପିଲ ଦେବଙ୍କ ପରେ ଭାରତର ସବୁଠୁ ଭଲ ଫାଷ୍ଟ ବୋଲର ବିବେଚିତ ହେଉଥିବା ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ଭାରତର ସବୁଠାରୁ ସଫଳ ଟି୨୦ ବୋଲର ଅର୍ଶଦୀପ ସିଂ ପରବର୍ତ୍ତୀ ୨ଟି ସ୍ଥାନ ପାଇଁ ସ୍ବାଭାବିକ ପସନ୍ଦ ଭାବେ ଉଭା ହେବେ। ଅବଶିଷ୍ଟ ଗୋଟିଏ ସ୍ଥାନ ପୂରଣ ଲାଗି ମ୍ୟାଚ ଦିନ ପିଚ୍‌ ଦେଖି ନିଷ୍ପତ୍ତି ନିଆଯିବ।
ସେପ୍ଟେମ୍ବରରେ ଏସିଆ କପ୍‌ ହେଉଛି ଅର୍ଥ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ପିଚ୍‌ ଗ୍ରୀନ୍‌ ଏବଂ ସତେଜ ରହିବ। ତେଣୁ ଏଥିରୁ ବାଉନ୍ସ ମିଳିବ ଏବଂ ବଲ୍‌ ଭଲଭାବେ କ୍ୟାରି କରିବ। ଏଭଳି ସ୍ଥିତିରେ ୫୦ ଓଭରବିଶିଷ୍ଟ ଚାମ୍ପିୟନ ଟ୍ରଫିରେ ଭାରତ ୪ ସ୍ପିନର ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇଥିଲା। ଏପରି ସ୍ଥିତିରେ ଆଗାମୀ ମ୍ୟାଚ୍‌ ପାଇଁ ଆଉ ଜଣେ ସ୍ପିନର ବରୁଣ କିମ୍ବା କୁଲଦୀପଙ୍କୁ ସାମିଲ କରାଯାଇପାରେ। ଭାରତର ଅଭ୍ୟାସ ସେସନରେ ଅଭିଷେକ ମଧ୍ୟ ବେଶ୍‌ କିଛି ସମୟ ସ୍ପିନ୍‌ ବୋଲିଂ କରିଥିବା ଦେଖିବାକୁ ମିଳିଥିଲା।
ୟୁଏଇ ପାଇଁ କୋଚ୍‌ ଲାଲ୍‌ଚାନ୍ଦ ରାଜପୁତଙ୍କ ଅଧୀନରେ ଟ୍ରେନିଂ ନେଇଥିବା ମହମ୍ମଦ ଓ୍ବାସିମ୍‌, ରାହୁଲ ଚୋପ୍ରା ଓ ସିମରନ୍‌ଜିତ ସିଂଙ୍କ ପାଇଁ ଦକ୍ଷତା ଦେଖାଇବାର ସମୟ ଆସିଛି। ଭାରତ ବିପକ୍ଷ ଗେମ୍‌ କଷ୍ଟସାଧ୍ୟ ହେବ ବୋଲି ରାଜପୁତ ସ୍ବୀକାର କରିଛନ୍ତି। ତେବେ ୟୁଏଇ ଖେଳାଳିମାନଙ୍କ ପାଇଁ ଦକ୍ଷତା ପ୍ରଦର୍ଶନର ଭଲ ସୁଯୋଗ ରହିଛି। ଅନ୍ୟପକ୍ଷେ ଭାରତ ପାଇଁ ମ୍ୟାଚ୍‌ ଜିତିବା ସହଜ ହେବନାହିଁ ବୋଲି ସେ ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?