Posted inଖେଳ

ଆଜିଠୁ ଏସିଆ କପ୍‌ରେ ଭାରତର ଅଭିଯାନ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଦୁବାଇ, ୯।୯(ପି.ଟି.):ଏସିଆ କପ୍‌ କ୍ରିକେଟ୍‌-୨୦୨୫ରେ ଭାରତର ଅଭିଯାନ ବୁଧବାର ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍‌ରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଦଳୀୟ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ ମୁଖ୍ୟ କାର୍ଯ୍ୟ ହେବ। ତେଣୁ ତୃତୀୟ ସ୍ପିନର କିମ୍ବା ଜଣେ ଅତିରିକ୍ତ ସ୍ପେଶାଲିଷ୍ଟ ପେସ୍‌ ବୋଲରଙ୍କୁ ଖେଳାଯିବ ତା’ ଉପରେ ନଜର ରହିବ। ଗୌତମ ଗମ୍ଭୀର ଭାରତୀୟ ଦଳର କୋଚ୍‌ ଦାୟିତ୍ୱ ନେବାପରେ ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିପାରୁଥିବା ଖେଳାଳିଙ୍କ ଗୁରୁତ୍ୱ ବଢ଼ିଛି। ଅର୍ଥାତ୍‌ ୮ ନମ୍ବର ପର୍ଯ୍ୟନ୍ତ ଦଳର ବ୍ୟାଟିଂ ଲାଇନ୍‌ଅପ୍‌କୁ ସେ ଦୃଢ଼ ରଖିବାକୁ ଚାହୁଁଛନ୍ତି। ଆସନ୍ତା ୧୪ ତାରିଖରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ତେଣୁ ୟୁଏଇ ବିପକ୍ଷ ମ୍ୟାଚ୍‌କୁ ଏହାର ଡ୍ରେସ୍‌ ରିହର୍ସାଲ ଭାବେ ବିବେଚନା କରାଯାଉଛି। ବିଶେଷକରି ୟୁଏଇ ବିପକ୍ଷ ମ୍ୟାଚ୍‌ରୁ ଦଳୀୟ ସନ୍ତୁଳନ ସଜାଡ଼ିବା ଉପରେ ନଜର ରଖାଯିବ।
ୟୁଏଇର ଅନେକ ଖେଳାଳିଙ୍କ ପାଇଁ ଭାରତ ବିପକ୍ଷ ମ୍ୟାଚ୍‌ ଗୁରୁତ୍ୱ ରଖିବ। କାରଣ ଆଇସିସିର ସହଯୋଗୀ ଦେଶର ଖେଳାଳିଭାବେ ଭାରତର ଯଶପ୍ରୀତ୍‌ ବୁମ୍‌ରାଙ୍କ ବୋଲିଂକୁ ସମ୍ମୁଖୀନ ହେବା କିମ୍ବା ଶୁବମନ ଗିଲ୍‌ଙ୍କୁ ବୋଲିଂ କରିବା କେବେହେଲେ ସହଜ ହେବନାହିଁ। ଏଥିରୁ ସେମାନଙ୍କୁ ପର୍ଯ୍ୟାପ୍ତ ଅଭିଜ୍ଞତା ମିଳିବ।
ଭାରତୀୟ ସେଟ୍‌ଅପ୍‌ରେ ସଞ୍ଜୁ ସାମ୍‌ସନ ବନାମ ଜୀତେଶ ଶର୍ମାଙ୍କୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱ ସମାଧାନ ହୋଇଥିବା ପରି ଲାଗୁଛି। ଜଣେ ସଫଳ ଫିନିଶର ଭାବେ ବିଦର୍ଭର ଜୀତେଶ କେରଳର ସାମ୍‌ସନଙ୍କୁ ପଛରେ ପକାଇ ଦେଇଥିବା ନେଟ୍ସ ଅବସରରେ ପରିଲକ୍ଷିତ ହୋଇଛି। ଟପ୍‌ ଅର୍ଡରରେ ଶୁବମନ ଗିଲ୍‌ଙ୍କ ଉପସ୍ଥିତି ଫଳରେ ବିସ୍ଫୋରକ ବ୍ୟାଟର ସଞ୍ଜୁଙ୍କୁ ବାହାରେ ବସିବାକୁ ପଡ଼ିବ। ଗିଲ୍‌ ଓ ଅଭିଷେକ ଶର୍ମା ଇନିଂସ ଓପନ କରିବେ। ଆଇସିସି ଟି୨୦ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ର ୨ୟ ସ୍ଥାନକୁ ଉନ୍ନୀତ ହୋଇଥିବା ତିଲକ ବର୍ମା ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩ ଏବଂ ୪ ନମ୍ବର ସ୍ଥାନ ପାଇଁ ଫିଟ୍‌। ଏହାପରେ ଆସିବ ଅଲ୍‌ରାଉଣ୍ଡରଙ୍କ ପାଳି। ପେସ୍‌ ବୋଲର ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା, ସ୍ଲୋ ଟ୍ରାକ୍‌ରେ ଭଲ ବୋଲିଂ କରିବାର ଦକ୍ଷତା ରଖିଥିବା ଶିବମ୍‌ ଦୁବେ ୬ ଏବଂ ଜୀତେଶ ୭ ନମ୍ବରରେ ଆସିବା ଏକପ୍ରକାର ନିଶ୍ଚିତ। ଏହି ସ୍ଥାନରେ ପ୍ରଭାବୀ ପ୍ରଦର୍ଶନକରି ଜୀତେଶ ରୟାଲ ଚ୍ୟାଲେଞ୍ଜର୍ସକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। କୋଚ୍‌ ଗମ୍ଭୀର ବ୍ୟାଟିଂ ଲାଇନ୍‌ଅପ୍‌ରେ ଗଭୀରତା ଚାହୁଁଥିବାରୁ ସ୍ପିନ୍‌ ବୋଲିଂ ସହ ଭଲ ବ୍ୟାଟିଂ କରିବାର ଦକ୍ଷତା ରଖିଥିବା ଅକ୍ଷର ପଟେଲ ନମ୍ବର ୮ରେ ଆସିବେ। କପିଲ ଦେବଙ୍କ ପରେ ଭାରତର ସବୁଠୁ ଭଲ ଫାଷ୍ଟ ବୋଲର ବିବେଚିତ ହେଉଥିବା ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ଭାରତର ସବୁଠାରୁ ସଫଳ ଟି୨୦ ବୋଲର ଅର୍ଶଦୀପ ସିଂ ପରବର୍ତ୍ତୀ ୨ଟି ସ୍ଥାନ ପାଇଁ ସ୍ବାଭାବିକ ପସନ୍ଦ ଭାବେ ଉଭା ହେବେ। ଅବଶିଷ୍ଟ ଗୋଟିଏ ସ୍ଥାନ ପୂରଣ ଲାଗି ମ୍ୟାଚ ଦିନ ପିଚ୍‌ ଦେଖି ନିଷ୍ପତ୍ତି ନିଆଯିବ।
ସେପ୍ଟେମ୍ବରରେ ଏସିଆ କପ୍‌ ହେଉଛି ଅର୍ଥ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ପିଚ୍‌ ଗ୍ରୀନ୍‌ ଏବଂ ସତେଜ ରହିବ। ତେଣୁ ଏଥିରୁ ବାଉନ୍ସ ମିଳିବ ଏବଂ ବଲ୍‌ ଭଲଭାବେ କ୍ୟାରି କରିବ। ଏଭଳି ସ୍ଥିତିରେ ୫୦ ଓଭରବିଶିଷ୍ଟ ଚାମ୍ପିୟନ ଟ୍ରଫିରେ ଭାରତ ୪ ସ୍ପିନର ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇଥିଲା। ଏପରି ସ୍ଥିତିରେ ଆଗାମୀ ମ୍ୟାଚ୍‌ ପାଇଁ ଆଉ ଜଣେ ସ୍ପିନର ବରୁଣ କିମ୍ବା କୁଲଦୀପଙ୍କୁ ସାମିଲ କରାଯାଇପାରେ। ଭାରତର ଅଭ୍ୟାସ ସେସନରେ ଅଭିଷେକ ମଧ୍ୟ ବେଶ୍‌ କିଛି ସମୟ ସ୍ପିନ୍‌ ବୋଲିଂ କରିଥିବା ଦେଖିବାକୁ ମିଳିଥିଲା।
ୟୁଏଇ ପାଇଁ କୋଚ୍‌ ଲାଲ୍‌ଚାନ୍ଦ ରାଜପୁତଙ୍କ ଅଧୀନରେ ଟ୍ରେନିଂ ନେଇଥିବା ମହମ୍ମଦ ଓ୍ବାସିମ୍‌, ରାହୁଲ ଚୋପ୍ରା ଓ ସିମରନ୍‌ଜିତ ସିଂଙ୍କ ପାଇଁ ଦକ୍ଷତା ଦେଖାଇବାର ସମୟ ଆସିଛି। ଭାରତ ବିପକ୍ଷ ଗେମ୍‌ କଷ୍ଟସାଧ୍ୟ ହେବ ବୋଲି ରାଜପୁତ ସ୍ବୀକାର କରିଛନ୍ତି। ତେବେ ୟୁଏଇ ଖେଳାଳିମାନଙ୍କ ପାଇଁ ଦକ୍ଷତା ପ୍ରଦର୍ଶନର ଭଲ ସୁଯୋଗ ରହିଛି। ଅନ୍ୟପକ୍ଷେ ଭାରତ ପାଇଁ ମ୍ୟାଚ୍‌ ଜିତିବା ସହଜ ହେବନାହିଁ ବୋଲି ସେ ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri