Posted inଖେଳ

ଭାରତର ବ୍ୟାଟିଂ ବିପର୍ଯ୍ୟୟ

ସେଞ୍ଚୁରିଅନ୍‌,୨୭ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଘରୋଇ ବୋଲରମାନେ ପିଚ୍‌ ଓ ପରିବେଶରୁ ଫାଇଦା ଉଠାଇବାରେ ସକ୍ଷମ ହୋଇଥିବାବେଳେ ପ୍ରଥମ ଦିବସରେ ବର୍ଷା ଯୋଗୁ ଖେଳ ବନ୍ଦ ହେବା ବେଳକୁ ଭାରତ ୫୯ ଓଭରରେ ୮ ଉଇକେଟ ହରାଇ ୨୦୮ ରନ୍‌ ସଂଗ୍ରହ କରିଛି। ଲୋକେଶ ରାହୁଲ ୭୦ ରନରେ ଅପରାଜିତ ରହି ଭାରତ ସ୍କୋରକୁ ୨୦୦ ଅତିକ୍ରମ କରାଇଛନ୍ତି। ବର୍ଷା କାରଣରୁ ମ୍ୟାଚ୍‌ ୧୫ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା।
ଟସ୍‌ ହାରି ଭାରତ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ସେଞ୍ଚୁରିଅନ୍‌ର ପେସ୍‌ ଓ ବାଉନ୍ସି ପିଚ୍‌ରେ ଭାରତୀୟ ଟପ୍‌ ଅର୍ଡର ଫେଲ୍‌ ମାରିଥିଲା। ମାତ୍ର ୨୪ ରନ୍‌ରେ ଦଳର ୩ ବ୍ୟାଟର ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ରୋହିତ ଶର୍ମା ୫, ଯଶସ୍ବୀ ଜୟସ୍ବାଲ ୧୭ ଓ ଶୁବମନ ଗିଲ ୍‌୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ମ୍ୟାଚ୍‌ର ପଞ୍ଚମ ଓଭରରେ ରୋହିତଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ କାଗିସୋ ରାବାଡା। ଯଶସ୍ବୀ ଜୟସ୍ବାଲ ୪ ଚୌକା ସହିତ ୧୭ ରନ୍‌ କରିଥିବା ବେଳେ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳୁଥିବା ନାନ୍ଦ୍ରେ ବର୍ଗରଙ୍କ ଶିକାର ହୋଇଥିଲେ। ଏହାର ୨ ଓଭର ମଧ୍ୟରେ ଗିଲ୍‌ ୨ ରନ୍‌ କରି ବର୍ଗରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ବିଶ୍ୱକପ ଫାଇନାଲ ପରେ ଆକ୍ସନକୁ ଫେରିଥିବା ବିରାଟ କୋହଲି (୩୮) ଓ ଶ୍ରେୟସ ଆୟର (୩୧) ଥରେ ଲେଖାଏ ଜୀବନଦାନ ପାଇ ଚତୁର୍ଥ ଉଇକେଟରେ ୬୮ ରନ୍‌ ଯୋଡିଥିଲେ। ପ୍ରଥମ ସେସନରେ ଭାରତ ୨୬ ଓଭରରେ ୩ ଉଇକେଟ ହରାଇ ୯୧ ରନ୍‌ ସଂଗ୍ରହ କରିଥିଲା। ତେବେ ଲଞ୍ଚ ପରବର୍ତ୍ତୀ ପ୍ରଥମ ଓଭରରେ ଆୟରଙ୍କୁ ଆଉଟ କରି ଭାରତକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ ରାବାଡା। ଏହାର ୩ ଓଭର ପରେ ଷ୍ଟାର ବ୍ୟାଟର କୋହଲିଙ୍କୁ ସେ ତୃତୀୟ ଶିକାର ବନାଇଥିଲେ। କୋହଲି ୬୪ ବଲ୍‌ ଖେଳି ୫ ଚୌକା ସହିତ ୩୮ ରନ୍‌ କରିଥିବା ବେଳେ ଆୟର ୫୦ ବଲ୍‌ ଖେଳି ୩ ଚୌକା ସହ ୩୧ ରନ କରିଥିଲେ। ଲୋକେଶ ରାହୁଲ ଓ ଶାର୍ଦ୍ଦୂଳ ଠାକୁର ସତର୍କତାର ସହ ବ୍ୟାଟିଂ କରି ଇନିଂସ ଗଢ଼ିଥିଲେ। ତେବେ ୭ମ ଉଇକେଟରେ ୪୩ ରନର ଭାଗୀଦାରି ପରେ ଶାର୍ଦ୍ଦୂଳ ୨୪ ରନକରି ରାବାଡ଼ାଙ୍କ ୫ମ ଶିକାର ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୮ ଓ ଯଶପ୍ରୀତ୍‌ ବୁମ୍‌ରା ମାତ୍ର ୧ ରନ କରି ପାରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରାବାଡା ୫ ଉଇକେଟ ସଫଳତା ପାଇଥିବାବେଳେ ବର୍ଗର ୨ଟି ଓ ମାର୍କୋ ଜାନସେନ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୨୦୮/୮ (ଲୋକେଶ ରାହୁଲ-୭୦*, ବିରାଟ କୋହଲି-୩୮, ଶ୍ରେୟସ ଆୟର-୩୧, କାଗିସୋ ରାବାଡ଼ା-୫/୪୪, ନନ୍ଦ୍ରେ ବର୍ଗର-୨/୫୦, ମାର୍କୋ ଜାନସେନ-୧/୫୨)।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?