Posted inଖେଳ

ଭାରତର ଏସିଆନ୍‌ କପ୍‌ ଯୋଗ୍ୟତା ଆଶା ଉଜ୍ଜୀବିତ

ସିଙ୍ଗାପୁର,୯।୧୦- ଭାରତ ଓ ସିଙ୍ଗାପୁର ମଧ୍ୟରେ ଗୁରୁବାର ଖେଳାଯାଇଥିବା ଏଏଫ୍‌ସି ଏସିଆନ କପ୍‌ କ୍ୱାଲିଫାଇଙ୍ଗ ଗ୍ରୁପ୍‌ ସି’ ମ୍ୟାଚ୍‌ ୧-୧ ଗୋଲରେ ଡ୍ର’ ରହିଛି। ମ୍ୟାଚ୍‌ଟି ଡ୍ର’ ଭାବେ ଶେଷ ହୋଇଥିବାରୁ ୨୦୨୭ ଏଏଫ୍‌ସି ଏସିଆନ କପ୍‌ ମୁଖ୍ୟ ଇଭେଣ୍ଟ ଲାଗି ଭାରତର ଯୋଗ୍ୟତା ହାସଲ କରିବାର ଆଶା ଉଜ୍ଜୀବିତ ରହିଛି।

ଏହି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ପ୍ରାୟତଃ ଗୋଲ ଶୂନ୍ୟ ରହିଥିଲା। ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମରେ ସିଙ୍ଗାପୁର ଲାଗି ଇଖସାନ ଫାଣ୍ଡି (୪୫+୧) ଗୋଲ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧର ୪୭ତମ ମିନିଟ୍‌ରେ ଭାରତୀୟ ଦଳର ମୁଖ୍ୟ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନଙ୍କୁ ଦ୍ୱିତୀୟ ୟେଲୋ କାର୍ଡ ଦିଆଯାଇଥିଲା।

ଫଳରେ ୧୦ ଖେଳାଳିଙ୍କ ସହ ଭାରତୀୟ ଦଳକୁ ପ୍ରାୟ ଦ୍ୱିତୀୟାର୍ଦ୍ଧ ଖେଳିବାକୁ ପଡ଼ିଥିଲା। କିନ୍ତୁ ୯୦ତମ ମିନିଟ୍‌ରେ ସିଙ୍ଗାପୁର ଦଳର ଜୋର୍ଡାନ ଏମାଭିଓ୍ବେ ଏକ ସାଙ୍ଘାତିକ ତ୍ରୁଟି କରିଥିଲେ, ଯାହାର ଫାଇଦା ଉଠାଇ ଭାରତର ରହିମ ଅଲୀ ଗୋଲ ସ୍କୋର କରି ମ୍ୟାଚ୍‌କୁ ବରାବର କରିଥିଲେ। ମ୍ୟାଚ୍‌ ଡ୍ର’ ହେବାରୁ ଭାରତ ୧ ପଏଣ୍ଟ ପାଇଛି। ଏବେ ୪ ଦଳ ବିଶିଷ୍ଟ ଗ୍ରୁପ୍‌ ସି’ରେ ଭାରତ ୩ ମ୍ୟାଚ୍‌ରେ ୨ ପଏଣ୍ଟ ଓହ ଚତୁର୍ଥ ସ୍ଥାନରେ ରହିଛି। ଏସିଆନ୍‌ କପର ମୁଖ୍ୟ ଇଭେଣ୍ଟ ଲାଗି ଯୋଗ୍ୟତା ହାସଲ କରିବା ପାଇଁ ଭାରତକୁ ଗ୍ରୁପ୍‌ରେ ଶୀର୍ଷ ସ୍ଥାନ ଅଧିକାର କରିବାକୁ ପଡ଼ିବ। ବର୍ତ୍ତମାନ ସିଙ୍ଗାପୁର ୩ ମ୍ୟାଚ୍‌ରେ ୫ ପଏଣ୍ଟ ସହ ଶୀର୍ଷରେ ରହିଛି। ଦୁଇ ଦଳ ଆସନ୍ତା ୧୪ ତାରିଖରେ ଗୋଆର ମାର୍ଗାଓଠାରେ ପୁଣି ଥରେ ପରସ୍ପରକୁ ଭେଟିବେ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ମହାସଂଯୋଗ! ଆଜିଠୁ ଏହି ୫ଟି ରାଶିକୁ ମିଳିବ ଭାଗ୍ୟର ସାଥ୍‌, ଖୋଲିଯିବ ଉନ୍ନତିର ରାସ୍ତା

୨୧ ଜୁନ, ୨୧୨୬ ରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ରବିବାର ଦିନ ଅଟେ। ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏହା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ପୋଲାଣ୍ଡର ସର୍ବୋଚ୍ଚ ସମ୍ମାନ ଫେରାଇଲେ ଜେଲେନସ୍କି, ରାଷ୍ଟ୍ରପତି କରୋଲ ନାଭ୍ରୋକିଙ୍କ ଘୋଷଣା ପରେ…

କ୍ୱିଭ,୨୧।୬: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ପୋଲାଣ୍ଡର ସର୍ବୋଚ୍ଚ ନାଗରିକ ସମ୍ମାନ, ହ୍ବାଇଟ ଇଗଲ ଅର୍ଡର ଫେରାଇ ଦେଇଛନ୍ତି। ପୋଲାଣ୍ଡ ଅଧିକାରୀ କାରୋଲ ନାୱରୋକିଙ୍କ ଦ୍ୱାରା…

ଭୁବନେଶ୍ବରବାସୀ ଇନ୍‌ଷ୍ଟାମାର୍ଟରେ ଅଧିକ ଅର୍ଡର କରନ୍ତି ଏହି ଜିନିଷ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା, ୨୧।୬: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍‌ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri