Posted inଖେଳ

ଭାରତର ଏସିଆନ୍‌ କପ୍‌ ଯୋଗ୍ୟତା ଆଶା ଉଜ୍ଜୀବିତ

ସିଙ୍ଗାପୁର,୯।୧୦- ଭାରତ ଓ ସିଙ୍ଗାପୁର ମଧ୍ୟରେ ଗୁରୁବାର ଖେଳାଯାଇଥିବା ଏଏଫ୍‌ସି ଏସିଆନ କପ୍‌ କ୍ୱାଲିଫାଇଙ୍ଗ ଗ୍ରୁପ୍‌ ସି’ ମ୍ୟାଚ୍‌ ୧-୧ ଗୋଲରେ ଡ୍ର’ ରହିଛି। ମ୍ୟାଚ୍‌ଟି ଡ୍ର’ ଭାବେ ଶେଷ ହୋଇଥିବାରୁ ୨୦୨୭ ଏଏଫ୍‌ସି ଏସିଆନ କପ୍‌ ମୁଖ୍ୟ ଇଭେଣ୍ଟ ଲାଗି ଭାରତର ଯୋଗ୍ୟତା ହାସଲ କରିବାର ଆଶା ଉଜ୍ଜୀବିତ ରହିଛି।

ଏହି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ପ୍ରାୟତଃ ଗୋଲ ଶୂନ୍ୟ ରହିଥିଲା। ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମରେ ସିଙ୍ଗାପୁର ଲାଗି ଇଖସାନ ଫାଣ୍ଡି (୪୫+୧) ଗୋଲ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧର ୪୭ତମ ମିନିଟ୍‌ରେ ଭାରତୀୟ ଦଳର ମୁଖ୍ୟ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନଙ୍କୁ ଦ୍ୱିତୀୟ ୟେଲୋ କାର୍ଡ ଦିଆଯାଇଥିଲା।

ଫଳରେ ୧୦ ଖେଳାଳିଙ୍କ ସହ ଭାରତୀୟ ଦଳକୁ ପ୍ରାୟ ଦ୍ୱିତୀୟାର୍ଦ୍ଧ ଖେଳିବାକୁ ପଡ଼ିଥିଲା। କିନ୍ତୁ ୯୦ତମ ମିନିଟ୍‌ରେ ସିଙ୍ଗାପୁର ଦଳର ଜୋର୍ଡାନ ଏମାଭିଓ୍ବେ ଏକ ସାଙ୍ଘାତିକ ତ୍ରୁଟି କରିଥିଲେ, ଯାହାର ଫାଇଦା ଉଠାଇ ଭାରତର ରହିମ ଅଲୀ ଗୋଲ ସ୍କୋର କରି ମ୍ୟାଚ୍‌କୁ ବରାବର କରିଥିଲେ। ମ୍ୟାଚ୍‌ ଡ୍ର’ ହେବାରୁ ଭାରତ ୧ ପଏଣ୍ଟ ପାଇଛି। ଏବେ ୪ ଦଳ ବିଶିଷ୍ଟ ଗ୍ରୁପ୍‌ ସି’ରେ ଭାରତ ୩ ମ୍ୟାଚ୍‌ରେ ୨ ପଏଣ୍ଟ ଓହ ଚତୁର୍ଥ ସ୍ଥାନରେ ରହିଛି। ଏସିଆନ୍‌ କପର ମୁଖ୍ୟ ଇଭେଣ୍ଟ ଲାଗି ଯୋଗ୍ୟତା ହାସଲ କରିବା ପାଇଁ ଭାରତକୁ ଗ୍ରୁପ୍‌ରେ ଶୀର୍ଷ ସ୍ଥାନ ଅଧିକାର କରିବାକୁ ପଡ଼ିବ। ବର୍ତ୍ତମାନ ସିଙ୍ଗାପୁର ୩ ମ୍ୟାଚ୍‌ରେ ୫ ପଏଣ୍ଟ ସହ ଶୀର୍ଷରେ ରହିଛି। ଦୁଇ ଦଳ ଆସନ୍ତା ୧୪ ତାରିଖରେ ଗୋଆର ମାର୍ଗାଓଠାରେ ପୁଣି ଥରେ ପରସ୍ପରକୁ ଭେଟିବେ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri