Posted inଖେଳ

ଭାରତର ୩ ସ୍ପିନର ରଣନୀତି

ଚେନ୍ନାଇ, ୪।୨- ଭାରତ-ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟ ସ୍ଥାନୀୟ ଚେପକ୍‌ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚେପକ୍‌ ପିଚ୍‌ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ। ତେଣୁ ପ୍ରଥମ ଟେଷ୍ଟରେ ଦଳ ୩ ସ୍ପିନରଙ୍କୁ ନେଇ ଖେଳିବା ଶତପ୍ରତିଶତ ସମ୍ଭାବନା ରହିଛି। ଅଷ୍ଟ୍ରେଲିଆରେ ପେସ୍‌ ବୋଲରଙ୍କ ସଫଳତା ଯୋଗୁ ଭାରତ ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା। ମାତ୍ର ଘରୋଇ ପରିବେଶରେ ତାହା କାମ ଦେବା ସମ୍ଭାବନା ନ ଥିବାରୁ ଭାରତ ୩ ସ୍ପିନର ରଣନୀତି ଅବଲମ୍ବନ କରିବା ଏକପ୍ରକାର ନିଶ୍ଚିତ। ଚେପକ୍‌ ପିଚ୍‌ରେ ସାଧାରଣତଃ ପ୍ରଥମ ଦିବସରେ ବାଉନ୍ସ ମିଳିଥାଏ। ଦ୍ୱିତୀୟ ଓ ତୃତୀୟ ଦିବସ ବ୍ୟାଟିଂ ପାଇଁ ଉପଯୋଗୀ ହେଉଥିବାବେଳେ ପରବର୍ତ୍ତୀ ୨ ଦିନରେ ବଲ୍‌ ଟର୍ନ କରିଥାଏ। ତେଣୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରିଷ୍ଟ ସ୍ପିନର କୁଲଦୀପ ଯାଦବ ପ୍ରଥମ ପସନ୍ଦ ରହିବେ। ଅବଶିଷ୍ଟ ୨ ସ୍ପିନର ଓ୍ବାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବ। ଯଦି ମ୍ୟାନେଜମେଣ୍ଟ ବ୍ୟାଟିଂ ଲାଇନ୍‌ଅପ୍‌କୁ ଦୃଢ଼ କରିବାକୁ ଚାହିଁବ ତେବେ ସୁନ୍ଦର ଆଗରେ ରହିବେ। ମାତ୍ର ନିକଟରେ ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ବାମହାତୀ ସ୍ପିନର ଲସିଥ ଏମ୍ବୁଲଡେନିୟା ପ୍ରଭାବୀ ରହିଥିଲେ। ତେଣୁ ଏହାକୁ ବିଚାରକୁ ନେଲେ ଅକ୍ଷର ଆଗକୁ ଆସିଯିବେ। ବାମହାତୀ ସ୍ପିନର ରହିଲେ ବୋଲିଂ ବିଭାଗ ମଧ୍ୟ ଅଧିକ ସନ୍ତୁଳିତ ହୋଇପାରିବ। ଭାରତର ୬ ବ୍ୟାଟ୍ସମ୍ୟାନ ପ୍ରାୟତଃ ଚୂଡ଼ାନ୍ତ ହୋଇ ସାରିଛି। ସେମାନେ ହେଲେ ରୋହିତ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ ଓ ରିଷଭ ପନ୍ତ। ହାର୍ଦ୍ଦିକ ପାଣ୍ଡ୍ୟା ଅଭ୍ୟାସ ଆରମ୍ଭ କରିଥିଲେ ହେଁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଯଶପ୍ରୀତ ବୁମ୍‌ରା ପ୍ରଥମ ପସନ୍ଦ ଦ୍ରୁତ ବୋଲର ହୋଇଥିବାବେଳେ ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବଛାଯିବ।
ଇଂଲଣ୍ଡ ବୋଲିଂ ବିଭାଗ କଥା ବିଚାର କରାଗଲେ ପେସ୍‌ ବୋଲିଂ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଖେଳିବା ନିଶ୍ଚିତ। ଜେମ୍ସ ଆଣ୍ଡରସନ ଓ ଜୋଫ୍ରା ଆର୍ଚର ଫାଷ୍ଟ ବୋଲିଂ ଆକ୍ରମଣ ଦାୟିତ୍ୱରେ ରହିବେ ଏବଂ ସ୍ପିନ ଚ୍ୟାଲେଞ୍ଜ ସମ୍ଭାଳିବେ ଅଫ୍‌ ସ୍ପିନର ଡମ୍‌ ବେସ୍‌ ଓ ବାମହାତୀ ଜ୍ୟାକ୍‌ ଲିଚ୍‌।
୧୯୩୩ରୁ ୨୦୧୬ ମଧ୍ୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଭାରତରେ ୬୦ଟି ଟେଷ୍ଟ ଅନୁଷ୍ଠିତ ହୋଇଛି। ଏଥିରୁ ଭାରତ ୧୯ଟି ଜିତିଥିବାବେଳେ ଇଂଲଣ୍ଡ ୧୩ଟିରେ ବିଜୟୀ ହୋଇଛି। ଅବଶିଷ୍ଟ ୨୮ଟି ମ୍ୟାଚ ଡ୍ର ରହିଛି।

କୋହଲି ଆଗରେ
ଭାରତରେ ଟେଷ୍ଟ ଖେଳାଯିବା ଅବସରରେ ଉଭୟ ଦଳ ମଧ୍ୟରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ରନ ସ୍କୋରରଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ଅଧିନାୟକ ବିରାଟ କୋହଲି। ସେ ୯ ଟେଷ୍ଟରୁ ୭୦.୨୫ ଆଭରେଜରେ ୮୪୩ ରନ ସ୍କୋର କରିଛନ୍ତି। ଏହା ମଧ୍ୟରେ ୨ ଶତକ ଓ ୩ ଅର୍ଦ୍ଧଶତକ ସାମିଲ। ଅନ୍ୟ ୪ ବ୍ୟାଟ୍ସମ୍ୟାନ ହେଲେ ଚେତେଶ୍ୱର ପୂଜାରା (୯ ମ୍ୟାଚ, ୬୪.୫୩ ଆଭରେଜରେ ୮୩୯ ରନ, ୪ ଶତକ, ୧ ଅର୍ଦ୍ଧଶତକ), ଜୋ ରୁଟ୍‌ ( ୬ ମ୍ୟାଚ, ୫୩.୦୯ ଆଭରେଜରେ ୫୮୪ ରନ, ୧ ଶତକ, ୫ ଅର୍ଦ୍ଧଶତକ), ରବିଚନ୍ଦ୍ରନ ଅଶ୍ୱିନ (୯ ମ୍ୟାଚ, ୪୯.୦୯ ଆଭରେଜରେ ୫୪୯ ରନ, ୬ ଅର୍ଦ୍ଧଶତକ) ଏବଂ ମୋଇନ ଅଲୀ (୫ ମ୍ୟାଚ, ୪୨.୩୩ ଆଭରେଜରେ ୩୮୧ ରନ, ୨ ଶତକ, ୧ ଅର୍ଦ୍ଧଶତକ)।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

୪ହଜାର ଟଙ୍କା ଲାଞ୍ଚ ନଦେଲେ କାମ ହେବନି ବୋଲି କହିଥିଲେ, ଆଜିଗଲେ ଜେଲ୍

ଭୁବନେଶ୍ୱର,୨୫।୩: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍‌ ଅମ୍ବିକା ପ୍ରସାଦ ରଥଙ୍କୁ ବୁଧବାର ଗିରଫ କରାଯାଇଛି। ମଙ୍ଗଳବାର ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ନଗଦ ଲୁଟିନେଲେ …

ବ୍ରହ୍ମପୁର,୨୫ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ୭ ଲାଇନରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ପୁ. ପ୍ରଭାକରଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି।…

ଦୁର୍ଘଟଣା ନେଲା ପୁଅଙ୍କ ଜୀବନ: ରାସ୍ତାରେ ଟାୟାର ଜାଳି…

ତିହିଡି଼,୨୫।୩(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ଥାନା ଅଧୀନ କୋହ୍ଲ ବଜାରରେ ବୁଧବାର ମଧ୍ୟାହ୍ନରେ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି l ମଙ୍ଗଳବାର…

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଭାରତ ଆସିଲା ଗୁଡ୍‌ନ୍ୟୁଜ୍‌, ଶୁଣିଲେ ପାକିସ୍ତାନ-ଚାଇନାର ନିଦ ହଜିବ…

ନୂଆଦିଲ୍ଲୀ, ୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ବିଶ୍ୱ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି,…

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ମା’ଦଣ୍ଡକାଳୀଙ୍କ ପ୍ରସିଦ୍ଧ ୨୧ଦିନିଆ ଦଣ୍ଡଯାତ୍ରା ଆରମ୍ଭ: ଏହି ବ୍ରତ ପାଳନ କରିବା ବହୁ କଷ୍ଟ ସାଧ୍ୟ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପୁରୁଷୋତ୍ତମପୁର,୨୫।୩(ସବିତା ମିଶ୍ର): ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଣପର୍ବ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି ।…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଯୁଦ୍ଧ ବନ୍ଦ କରିବା ନେଇ ମୋଦିଙ୍କୁ କହିଦେଲା ଏମିତି…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ତେହେରାନ ସଙ୍କେତ ଦେଇଛି ଯେ ଭାରତ ଏହି ସଂଘର୍ଷକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri