ଟ୍ରମ୍ପଙ୍କୁ ମାତ୍‌ ଦେଲେ ଆମେରିକାରେ ରହୁଥିବା ଭାରତୀୟ, ଟ୍ରମ୍ପଙ୍କ ବଢିଲା ଟେନଶନ!

ଓ୍ବାଶିଂଟନ୍‌,୨୩।୧:ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ମାତ୍ରେ ଡୋନାଲ୍ଡ ଟ୍ରମ୍ପ ଦ୍ରୁତ ଗତିରେ ଫାଇଲରେ ସ୍ବାକ୍ଷର କରିବା ଆରମ୍ଭ କରିଦେଇଛନ୍ତି। ସେ ଆମେରିକାର ସମସ୍ତ ପୁରୁଣା ନୀତିକୁ ପରିବର୍ତ୍ତନ କରୁଛନ୍ତି। ରାଷ୍ଟ୍ରପତି ହେବାର ୪୮ଘଣ୍ଟା ମଧ୍ୟରେ ସେ ୧୦୦ରୁ ଅଧିକ ଫାଇଲରେ ସ୍ବାକ୍ଷର କରିଛନ୍ତି। ଏହା କେବଳ ଆମେରିକାରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ତାଙ୍କର କିଛି ନିଷ୍ପତ୍ତି ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକଙ୍କୁ ସିଧାସଳଖ ପ୍ରଭାବିତ କରିଛି। ଏପରି ପରିସ୍ଥିତିରେ, ସେମାନେ ରାଷ୍ଟ୍ରପତିଙ୍କ ମନମୁଖୀ ନିର୍ଦ୍ଦେଶର ମୁକାବିଲା କରିବା ପାଇଁ ଏକ ସମାଧାନ ଖୋଜି ବାହାର କରିଛନ୍ତି।

ଜନ୍ମ ଆଧାରରେ ନାଗରିକତା ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପ ସବୁଠାରୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପର୍ଯ୍ୟନ୍ତ, ଆମେରିକାରେ ଜନ୍ମିତ ଲୋକମାନେ ସ୍ବୟଂଚାଳିତ ଭାବରେ ନାଗରିକତା ପାଉଥିଲେ। କିନ୍ତୁ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକରେ ସ୍ବାକ୍ଷର କରିଥିଲେ, ସେଥିରେ ଏହି ପ୍ରସଙ୍ଗ ମଧ୍ୟ ସାମିଲ ଥିଲା। ସେ ଜନ୍ମ ଅନୁସାରେ ନାଗରିକତାର ନିୟମକୁ ପରିବର୍ତ୍ତନ କରିଛନ୍ତି। ଏହି ଆମେରିକୀୟ ଆଇନରୁ ଭାରତୀୟ ଆମେରିକୀୟମାନେ ସବୁଠାରୁ ଅଧିକ ଲାଭ ପାଉଥିଲେ। ଆମେରିକାରେ ଜନ୍ମିତ ସେମାନଙ୍କର ପିଲାମାନେ ସ୍ବୟଂଚାଳିତ ଭାବରେ ଆମେରିକୀୟ ନାଗରିକ ହୋଇଯାଉଥିଲେ। ତେବେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

କିନ୍ତୁ, ବର୍ତ୍ତମାନ ଭାରତୀୟମାନେ ଅନ୍ୟଏକ ଯୋଗାଡ ବାହାର କରିଛନ୍ତି। ଗତ କିଛି ଘଣ୍ଟା ମଧ୍ୟରେ ସିଜାରିଆନ ପ୍ରସବ କରିବା ଆରମ୍ଭ ହୋଇଯାଇଛି। ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଲୋକମାନେ ଏହି ନୂଆ ନିୟମରୁ ବଞ୍ଚିବା ପାଇଁ ଏହା କରୁଛନ୍ତି। ଏହି ନୂଆ ନିୟମ ଫେବୃଆରୀ ୨୦ରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

ଆମେରିକାର ଅନେକ କ୍ଲିନିକରେ ପ୍ରସବ ପାଇଁ ଅସାଧାରଣ ଭାବରେ ଅଧିକ ସଂଖ୍ୟକ ଭିଡ ଲାଗୁଛି। କ୍ଲିନିକକୁ ଫୋନ କରୁଥିବା କିମ୍ବା ପରିଦର୍ଶନ କରୁଥିବା ଅଧିକାଂଶ ମହିଳା ଭାରତୀୟ, ଯେଉଁମାନେ ଆଠ କିମ୍ବା ନଅ ମାସର ଗର୍ଭବତୀ। ସେମାନେ ଫେବୃଆରୀ ୨୦ପୂର୍ବରୁ ସି-ସେକ୍ସନ କରିବାକୁ ଚାହୁଁଛନ୍ତି। ଏହି ମହିଳାଙ୍କ ମଧ୍ୟରୁ କିଛିଙ୍କ ଗର୍ଭାବସ୍ଥା ବହୁତ କମ। ଆମେରିକୀୟ ଡାକ୍ତରଙ୍କ ଅନୁଯାୟୀ ଜଣେ ମହିଳା ଯିଏ ମାତ୍ର ସାତ ମାସର ଗର୍ଭବତୀ ଥିଲେ। ସେ ତାଙ୍କ ସ୍ବାମୀଙ୍କ ସହ ଆସି ପ୍ରସବ ପାଇଁ ଅନୁରୋଧ କରିଥିଲେ। ହେଲେ ତାଙ୍କର ପ୍ରସବ ମାର୍ଚ୍ଚ ମାସରେ ହେବାକୁ ଯାଉଛି।

ଏହି ପରିସ୍ଥିତି ଦର୍ଶାଉଛି ଯେ ନାଗରିକତ୍ୱର ଶେଷ ତାରିଖ ପୂର୍ବରୁ ସନ୍ତାନ ଜନ୍ମ କରିବାର ଇଚ୍ଛା ବୃଦ୍ଧି ପାଇଛି। ଫେବୃଆରୀ ୨୦ପରେ, ଯେଉଁ ପିଲାମାନଙ୍କର ପିତାମାତା ଅସ୍ଥାୟୀ ଭିସାରେ ଆମେରିକାରେ ରହୁଛନ୍ତି, ସେମାନଙ୍କୁ ନାଗରିକତା ମିଳିବ ନାହିଁ। ଏବେ ଆମେରିକାରେ ଭାରତୀୟମାନଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ତାଙ୍କୁ ଗ୍ରୀନ କାର୍ଡ ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡିଛି। ଏବେ, ନାଗରିକତାର ଭୟ ସେମାନଙ୍କ ମୁଣ୍ଡବିନ୍ଧା ବଢାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?