Posted inଖେଳ

ଭାରତୀୟ ଦଳ ପ୍ରସ୍ତୁତ ରହିଛି: ମୁଖ୍ୟ କୋଚ୍‌

ବେଙ୍ଗାଲୁରୁ,୨୫ା୮: ଜାତୀୟ କ୍ୟାମ୍ପରେ ଟପ୍‌ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତୀୟ ଫୁଟବଲ ଦଳ ଆଗାମୀ କାଫା ନେଶନ୍ସ କପ୍‌ ଲାଗି ପ୍ରସ୍ତୁତ ଥିବା ନୂଆ ମୁଖ୍ୟ କୋଚ୍‌ ଖାଲିଦ ଜମିଲ ସୋମବାର କହିଛନ୍ତି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ କ୍ୟାମ୍ପ ଲାଗି ୭ ଖେଳାଳିଙ୍କୁ ଛାଡ଼ିବାକୁ ମନା କରି ଦେଇଛି। ଆଇଗର ଷ୍ଟିମାକଙ୍କଠାରୁ ଦାୟିତ୍ୱ ସମ୍ଭାଳିଥିବା ଜମିଲଙ୍କ ନେତୃତ୍ୱରେ କ୍ୟାମ୍ପରେ ୨୯ ଖେଳାଳି ଟ୍ରେନିଂ ନେଉଛନ୍ତି।

କ୍ଲବ କିଛି କାରଣରୁ ଖେଳାଳିଙ୍କୁ ଛାଡ଼ୁ ନାହାନ୍ତି। ଏଣୁ ଉପଲବ୍ଧ ଥିବା ଖେଳାଳିଙ୍କ ସହ କାମ କରିବାକୁ ପଡ଼ିବ। ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଖେଳାଳିମାନେ ବି ମୋ ସହ ଅଛନ୍ତି। ମୋତେ ସେମାନଙ୍କ ସହ କାମ କରିବାରେ କୌଣସି ଅସୁବିଧା ହେଉ ନାହିଁ। ଏଣୁ ବର୍ତ୍ତମାନ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବାର ସମୟ। କିଛି ଖେଳାଳି ଉପଲବ୍ଧ ନାହାନ୍ତି। ଯେଉଁମାନେ ଫିଟ୍‌ ଅଛନ୍ତି, ସେମାନଙ୍କୁ ଚୟନ କରୁଛୁ।

ବର୍ତ୍ତମାନ କେବଳ ଟୁର୍ନାମେଣ୍ଟ ସମ୍ପର୍କରେ ଚିନ୍ତା କରାଯାଉଛି। ଖେଳାଳିଙ୍କୁ ମାନସିକ ସ୍ତରରେ ଦୃଢ଼ ହେବାକୁ ପଡ଼ିବ। ନିଜ ଉପରେ ବିଶ୍ୱାସ ରଖି ଖେଳିବାକୁ ପଡ଼ିବ। ଦଳରେ ଏବେ ବି ସନ୍ଦେଶ ଝିଙ୍ଗହାନ, ଗୁରପ୍ରୀତ ସାନ୍ଧୁ, ଅନଓ୍ବର ଅଲୀଙ୍କ ଭଳି ଖଳାଳି ଅଛନ୍ତି। ଭଲ ନୂଆ ଖେଳାଳି ବି ଅଛନ୍ତି। କ୍ୟାମ୍ପରେ ଆମ ଦଳ ଦୁର୍ବଳ ବୋଲି ମୁଁ କଦାପି ଅନୁଭବ କରୁନାହିଁ। ଦଳ ପ୍ରସ୍ତୁତ ଅଛି। ଟୁର୍ନାମେଣ୍ଟ ଆମକୁ ପରବର୍ତ୍ତୀ ୩ ମ୍ୟାଚ୍‌ ଲାଗି ଉପଯୁକ୍ତ ପ୍ରସ୍ତୁତି ଯୋଗାଇବ ବୋଲି ଖବରଦାତା ସମ୍ମିଳନୀରେ ମୁଖ୍ୟକୋଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri