Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ଓଡ଼ିଶା ଏଫସିର ଅଭିଯାନ ଆଜିଠାରୁ

ଭୁବନେଶ୍ୱର, ୨୩।୧୧(କ୍ରୀଡ଼ା ପ୍ରତିନିଧି)- ଗୋଆରେ ଚାଲିଥିବା ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)ର ୭ମ ସଂସ୍କରଣରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ଓଡ଼ିଶା ଏଫ୍‌ସିର ଅଭିଯାନ ସୋମବାର ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ଭିତ୍ତିକ ଏହି ଫ୍ରାଞ୍ଚାଇଜ୍‌ ଦଳର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ହାଇଦ୍ରାବାଦ ଏଫସି। ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଗତ ସିଜନରେ ହାଇଦ୍ରାବାଦ ଏଫସିର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା। ଦଳ ଖେଳିଥିବା ୧୮ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟୀ ହୋଇଥିଲା। ୧୨ ମ୍ୟାଚ ହାରିଥିବାବେଳେ ୪ ଡ୍ର ରଖି ୧୦ ପଏଣ୍ଟ ସହ ଟେବୁଲର ସର୍ବନିମ୍ନ ୧୦ମ ସ୍ଥାନରେ ରହିଥିଲା। ଦଳ ୨୧ ଗୋଲ ଦେଇଥିବାବେଳେ ୩୯ ଗୋଲ ବରଣ କରିଥିଲା। ଓଡ଼ିଶା ଏଫସି ଆଗାମୀ ପ୍ରତିଦ୍ୱନ୍ଦ୍ୱୀ ଦଳ ଅପେକ୍ଷା ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ ୨୫ ପଏଣ୍ଟ ସହିତ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଦଳ ୧୮ ମ୍ୟାଚରୁ ୭ଟିରେ ବିଜୟୀ ହୋଇଥିବାବେଳେ ସମାନ ସଂଖ୍ୟକ ମ୍ୟାଚରେ ପରାଜୟ ସ୍ବାଦ ଚାଖିଥିଲା ଏବଂ ୪ ମ୍ୟାଚ ଡ୍ର ରଖିଥିଲା। ଦଳ ୨୮ ଗୋଲ ଦେଇଥିବାବେଳେ ୩୧ ଗୋଲ ବରଣ କରିଥିଲା। ହାଇଦ୍ରାବାଦ ବିପକ୍ଷରେ କିନ୍ତୁ ଓଡ଼ିଶା ଏଫସି ପଲା ଭାରି ରହିଛି। ଗତ ସଂସ୍କରଣରେ ଏହା ବିପକ୍ଷରେ ଦଳ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଥିଲା। ତେଣୁ ଏଥର ମଧ୍ୟ ସେହି ପ୍ରଦର୍ଶନର ପୁନରାବୃତ୍ତି ଲକ୍ଷ୍ୟରେ ରହିଛି। ଇଂଲଣ୍ଡର ଷ୍ଟିଭେନ ଟେଲର ଓଡ଼ିଶା ଦଳର ନେତୃତ୍ୱ ନେବେ। ହାଇଦ୍ରାବାଦ୍‌ ଦଳର ଅଧିନାୟକଙ୍କ ନାମ ଘୋଷଣା କରାଯାଇନାହିଁ। ରାତି ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବ।
ତେବେ ଗତ ସଂସ୍କରଣ ଅତୀତ ହୋଇ ଯାଇଛି। ଏବେ ନୂଆ ଆରମ୍ଭ ହେବାକୁ ଯାଉଛି। ”ଗତଥର ଯାହା ହୋଇଥିଲା ତାହା କେବଳ ଏକ ସଂଖ୍ୟା ମାତ୍ର। ତାହା ଇତିହାସ ହୋଇ ଯାଇଛି ଏବଂ ଏହା କେବେହେଲେ କାହାକୁ ସାହାଯ୍ୟ କରି ପାରିବନାହିଁ। ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛନ୍ତି। ତେଣୁ ଦୁଇଟି ନୂଆ ଦଳ ଆଗାମୀ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଆମେ ଏକ ନବଗଠିତ ହାଇଦ୍ରାବାଦ ଦଳକୁ ଭେଟିବାକୁ ଯାଉଛୁ“ ବୋଲି ଓଡ଼ିଶା ଏଫସି କୋଚ୍‌ ଷ୍ଟୁଆର୍ଟ ବକ୍ସଟର ପ୍ରକାଶ କରିଛନ୍ତି। ଆକ୍ରମଣାତ୍ମକ ବିଭାଗରେ ବକ୍ସଟରଙ୍କ ନିକଟରେ ଆକର୍ଷଣୀୟ ବିକଳ୍ପ ରହିଛି। ବ୍ରାଜିଲିଆନ ଷ୍ଟ୍ରାଇକର ଡିଏଗୋ ମୌରିସିଓ ଓ ମାର୍ସେଲିନୋ ଖେଳର ମୋଡ଼ ପରିବର୍ତ୍ତନ କରିବା ଦକ୍ଷତା ରଖିଛନ୍ତି। ମାତ୍ର କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନଠାରୁ ଊର୍ଦ୍ଧ୍ୱରେ କିଛି ମ୍ୟାଜିକ୍‌ କ୍ଷଣ ସୃଷ୍ଟି ଲକ୍ଷ୍ୟରେ ଗେମ୍‌ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଭରସା କଲେ ରିସ୍କ ରହିବ। ତେଣୁ କାହା ଉପରେ ଏତେଟା ନିର୍ଭର ନ କରି ଦଳଗତଭାବେ ଖେଳିଲେ ହିଁ ସଫଳତା ମିଳିବ ବୋଲି ବକ୍ସଟର କହିଛନ୍ତି। ଗତ ସଂସ୍କରଣରେ ହାଇଦ୍ରାବାଦ ଏଫସି ଖେଳିଥିବା ପ୍ରଥମ ୫ ମ୍ୟାଚରୁ ୪ଟିରେ ପରାଜିତ ହୋଇ ମନୋବଳ ହରାଇଥିଲା। ମାତ୍ର ସେହି ପ୍ରଦର୍ଶନକୁ ଭୁଲି ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ଅଛନ୍ତି ହାଇଦ୍ରାବାଦ୍‌ ଏଫସିର ନବନିଯୁକ୍ତ କୋଚ୍‌ ମାନୁଏଲ ମର୍କ୍ୱିଜ ରୋକା। ତାଙ୍କ ମତରେ ପ୍ରଥମ ଗେମ୍‌ରେ ବିଜୟୀ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସ୍ପେନର ରୋକା ତାଙ୍କ ଦଳରେ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ରୋହିତ ଦାନୁ, ଲିଷ୍ଟନ କୋଲାକୋ ଓ ଆକାଶ ମିଶ୍ର ଅଧିକ ପ୍ରତିଭାସମ୍ପନ୍ନ। ଟୁର୍ନାମେଣ୍ଟ ଆଗେଇବା ସହ ଏମାନଙ୍କ ପ୍ରଦର୍ଶନରେ ଉନ୍ନତି ଆସିବ ଏବଂ ଏମାନେ ଭବିଷ୍ୟତରେ ହାଇଦ୍ରାବାଦ ପାଇଁ ସମ୍ପତ୍ତି ସଦୃଶ ହେବେ ବୋଲି ରୋକା ଆଶାପ୍ରକାଶ କରିଛନ୍ତି। ଆଗାମୀ ମ୍ୟାଚରେ ଓଡ଼ିଶା ଏଫସି ଡିଫେଣ୍ଡର ଜ୍ୟାକବ ଟ୍ରାଟ୍ଟ ଓ ଜେରୀ ମାଓ୍ବିମିଙ୍ଗଥାଙ୍ଗା ଏବଂ ହାଇଦ୍ରାବାଦ ଫ୍ରାନ୍ସିସ୍କୋ ସାଣ୍ଡାଜା ଉପଲବ୍ଧ ହେବେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri