Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟବେଙ୍ଗଲକୁ ୨-୦ ଗୋଲରେ ହରାଇଲା ନର୍ଥଇଷ୍ଟ

ଭାସ୍କୋ,୫।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମୁକାବିଲାରେ ବିଜୟୀ ହୋଇ ନର୍ଥଇଷ୍ଟ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୨ଟି ଲେଖାଏ ବିଜୟ ଓ ପରାଜୟ ସହିତ ମୋଟ ୮ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ଇଷ୍ଟବେଙ୍ଗଲ ତା’ର ନୌରାଶ୍ୟଜନକ ପ୍ରଦର୍ଶନ ଜାରି ରଖି ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ସବୁଥିରେ ପରାଜୟ ବରଣ କରି ପଏଣ୍ଟ ତାଲିକାରେ ଖାତା ଖୋଲି ନ ପାରି ଅନ୍ତିମ ଅର୍ଥାତ ୧୧ତମ ସ୍ଥାନରେ ରହିଛି। ପ୍ରଭାବ ବିସ୍ତାର କରି ଖେଳିଥିଲେ ମଧ୍ୟ ଇଷ୍ଟବେଙ୍ଗଲ ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲା। ଫଳରେ ଗୋଲ ଦେଇପାରି ନ ଥିଲା। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଇଷ୍ଟବେଙ୍ଗଲ ଆଗରେ ଥିଲା। ତେବେ ଭାଗ୍ୟ ସହାୟ ହୋଇ ନ ଥିଲା।

୩୩ତମ ମିନିଟ୍‌ରେ ଇଷ୍ଟବେଙ୍ଗଲ ମିଡ୍‌ଫିଲ୍ଡର ସୁରଚନ୍ଦ୍ର ସିଂଙ୍କ ଆତ୍ମଘାତୀ ଗୋଲ ବଳରେ ନର୍ଥଇଷ୍ଟ ୟୁନାଇଟେଡ ଅଗ୍ରଣୀ ହୋଇଥିଲା। ପ୍ରଥମାର୍ଦ୍ଧରେ ନର୍ଥଇଷ୍ଟ ୟୁନାଇଟେଡ ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ଆରମ୍ଭରୁ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୩୩ତମ ମିନିଟ୍‌ରେ ନର୍ଥଇଷ୍ଟର ନିନ୍‌ଥୋଇଗାନ୍‌ବା ସାଥୀ ଫରଓ୍ବାର୍ଡ ଇଡ୍ରିସା ସିଲାଙ୍କୁ ପାସ୍‌ ଦେଇଥିଲେ। ଇଡ୍ରିସା ଡ଼ାହାଣପଟେ ଥିବା କ୍ୱେସି ଆପିଆଙ୍କ ନିକଟକୁ ବଲ୍‌ ଫ୍ଲିକ୍‌ କରିଥିଲେ। ଆପିଆ ସିଧା ବକ୍ସକୁ ଶଟ୍‌ ମାରିଥିଲେ। ତେବେ ଏହା ସୁରଚନ୍ଦ୍ରଙ୍କ ଆଣ୍ଠୁରେ ବାଜି ନେଟ୍‌ରେ ବାଜିଥିଲା। ଫଳରେ ଏହା ଇଷ୍ଟବେଙ୍ଗଲ ପାଇଁ ଆତ୍ମଘାତୀ ଗୋଲ ସାବ୍ୟସ୍ତ ହୋଇଥିଲା। ଏଥିସହିତ ଆଇଏସ୍‌ଏଲ୍‌ ଇତିହାସରେ ନର୍ଥଇଷ୍ଟ ୧୦୦ତମ ଗୋଲ ସ୍କୋର କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହାପରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା ଓ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ନିର୍ଦ୍ଧାରିତ ୯୦ ମିନିଟ୍‌ ମଧ୍ୟ ଗୋଲ ହୋଇପାରି ନ ଥିଲା। ଏହାପରେ ଇଞ୍ଜୁରି ଟାଇମ ବାବଦରେ ୫ ମିନିଟ୍‌ର ଖେଳ ହୋଇଥିଲେ। ଏହାର ପ୍ରଥମ ଅର୍ଥାତ୍‌ ୯୧ତମ ମିନିଟ୍‌ରେ ନର୍ଥଇଷ୍ଟ ମିଡ୍‌ଫିଲ୍ଡର ରୋଚରଜେଲା ଏକ ସୁନ୍ଦର ଫିଲ୍ଡ ଗୋଲ ଦେଇଥିଲେ। ଏଥିସହିତ ନର୍ଥଇଷ୍ଟ ୨-୦ ଗୋଲରେ ବିଜୟୀ ହୋଇଥିଲା। ମ୍ୟାଚ୍‌ରେ ଉଭୟଦଳ ଏକାଧିକବାର ଖେଳାଳି ଅଦଳବଦଳ କରିଥିଲେ। ନର୍ଥଇଷ୍ଟ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୮ ତାରିଖରେ ବେଙ୍ଗାଲୁରୁକୁ ଭେଟିବ। ସେହିପରି ଇଷ୍ଟବେଙ୍ଗଲ ୧୦ ତାରିଖରେ ଜାମ୍‌ଶେଦପୁରକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri