Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌-ଏଟିକେ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୩୦।୧୨-ଇଣ୍ଡିଆନ ସୁପରଲିଗ୍‌ରେ ମଙ୍ଗଳବାର ଚେନ୍ନାଇନ୍‌ ଏଫ୍‌ସି-ଏଟିକେ ମୋହନବାଗାନ ମ୍ୟାଚ ଡ୍ର ରହିଛି। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ଫଳରେ ମ୍ୟାଚଟି ଗୋଲଶୂନ୍ୟଭାବେ ଶେଷ ହୋଇଛି। ପଏଣ୍ଟ ଭାଗ କରିବା ଫଳରେ ଏଟିକେ ମୋହନବାଗାନ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଦଳ ୮ ମ୍ୟାଚ ଖେଳିସାରିଥିବାବେଳେ ୫ ବିଜୟ, ୨ ଡ୍ର ଓ ୧ ପରାଜୟ ସହ ୧୭ ପଏଣ୍ଟ ପାଇଛି। ଏଟିକେ ୮ଟି ଗୋଲ ଦେଇଥିବାବେଳେ ମାତ୍ର ୩ଟି ବରଣ କରିଛି। ଅନ୍ୟପକ୍ଷରେ ଚେନ୍ନାଇନ ୮ ମ୍ୟାଚରୁ ୨ ବିଜୟ, ୪ ଡ୍ର ଓ ୨ ପରାଜୟ ସହ ୧୦ ପଏଣ୍ଟ ପାଇ ୭ମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଏଟିକେର ଇଡୁ ଗାର୍ସିଆ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ଗୋଲକିପର ଅରିନ୍ଦମ ଭଟ୍ଟାଚାର୍ଯ୍ୟ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।

Share