Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ବିଜୟଧାରକୁ ଫେରିଲା ନର୍ଥଇଷ୍ଟ

ଭାସ୍କୋ,୧୮।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ୨-୧ ଗୋଲରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ଏଥିସହିତ ନର୍ଥଇଷ୍ଟ ୭ଟି ମ୍ୟାଚ୍‌ ପରେ ବିଜୟୀ ହୋଇଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମୁକାବିଲାରେ ଜାମସେଦପୁର ପ୍ରଭାବ ବିସ୍ତାର କରି ଖେଳିଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲା। ନର୍ଥଇଷ୍ଟ ତରଫରୁ ଆଶୁତୋଷ ମେହେଟ୍ଟା ୩୬ତମ ମିନିଟ୍‌ରେ ପ୍ରଥମ ଗୋଲ ଦେଇଥିଲେ। ଏହାପରେ ଜାମାଇକା ଫରଓ୍ବାର୍ଡ ଡେସହର୍ନ ବ୍ରାଉନ ୬୧ ତମ ମିନିଟ୍‌ରେ ଗୋଲ ଦେଇ ନର୍ଥଇଷ୍ଟକୁ ୨-୦ରେ ଅଗ୍ରଣୀ କରାଇଥିଲେ। ନିର୍ଦ୍ଧାରିତ ସମୟ ଶେଷ ହେବାର ଗୋଟିଏ ମିନିଟ୍‌ ପୂର୍ବରୁ ଜାମସେଦପୁର ତରଫରୁ ଇଂଲଣ୍ଡ ଡିଫେଣ୍ଡର ପିଟର ହାର୍ଟଲି ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏଥିସହ ୧୨ଟି ମ୍ୟାଚ ଖେଳି ୩ ବିଜୟ, ୬ ଡ୍ର ଓ ୩ ପରାଜୟ ସହ ୧୬ ପଏଣ୍ଟ ହାସଲ କରି ନର୍ଥଇଷ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପଟେ ୧୨ ମ୍ୟାଚ ଖେଳି ୩ ବିଜୟ, ୪ ଡ୍ର ଓ ୫ ପରାଜୟ ସହ ୧୩ ପଏଣ୍ଟ ପାଇ ଜାମସେଦପୁର ଅଷ୍ଟମ ସ୍ଥାନରେ ରହିଛି।

ଏଟିକେ ମୋହନ ବାଗାନ- ଗୋଆ ମ୍ୟାଚ ଡ୍ର
ମାର୍ଗାଓ,୧୮।୧: ଆଇଏସ୍‌ଏଲ୍‌ରେ ରବିବାର ଏଫ୍‌ସି ଗୋଆ ଓ ଏଟିକେ ମୋହନ ବାଗାନ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଏଟିକେ ତରଫରୁ ୭୫ତମ ମିନିଟ୍‌ରେ ସ୍ପାନିଶ ଫୁଟବଲର ଏଡୁ ଗାର୍ସିଆ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ୮୪ତମ ମିନିଟ୍‌ରେ ଇଶାନ ପଣ୍ଡିତ ଗୋଆ ତରଫରୁ ଗୋଲ ଦେଇ ମ୍ୟାଚକୁ ୧-୧ ସମାନସ୍ତରକୁ ଆଣିଥିଲେ। ୪ ମିନିଟ୍‌ର ଇଞ୍ଜୁରି ଟାଇମ ଖେଳ ହୋଇଥିଲେ ମଧ୍ୟ ଆଉ ଗୋଲ ସ୍କୋର ହୋଇପାରି ନ ଥିଲା। ଫଳରେ ମ୍ୟାଚ ଅମୀମାଂସିତ ରହିଥିଲା। ଏଥିସହ ଗୋଆ ୧୨ ମ୍ୟାଚ ଖେଳି ୫ ବିଜୟ, ୪ ଡ୍ର ଓ ୩ ପରାଜୟ ସହ ୧୯ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଏଟିକେ ୧୧ ମ୍ୟାଚ ଖେଳି ୬ ବିଜୟ, ୩ ଡ୍ର ଓ ୨ ପରାଜୟ ସହ ୨୧ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାଲିଫର୍ନିଆରେ ଭୂକମ୍ପ: ଏନ୍‌ବିଏ ଲିଗ୍‌ ଗେମ୍‌ ବାତିଲ

ଲସ୍‌ ଏଞ୍ଜେଲ୍ସ,୬।୭(ଏଏଫ୍‌ପି)- ନ୍ୟୁୟର୍କ କ୍ନିକ୍ସ ଓ ନ୍ୟୁ ଓର୍ଲେନ୍ସ ପଲିକାନ୍ସ ମଧ୍ୟରେ ଲାସ୍‌ ଭେଗାସଠାରେ ଖେଳାଯାଇଥିବା ପ୍ରଦର୍ଶନୀ ମ୍ୟାଚ୍‌କୁ ଅଧାରୁ ବାତିଲ କରାଯାଇଛି। କାଲିଫର୍ନିଆ ଓ...

ବ୍ୟାକ୍‌ ଇଞ୍ଜୁରି: ଏଟିପି କପ୍‌ ରବରରୁ ଓହରିଲେ କିର୍ଗିୟସ

ବ୍ରସ୍‌ବେନ,୫।୧(ଏଏଫପି): ଅଷ୍ଟ୍ରେଲୀୟ ଟେନିସ ତାରକା ନିକ୍‌ କିର୍ଗିୟସ୍‌ ରବିବାର ବ୍ୟାକ୍‌ ଇଞ୍ଜୁରି କାରଣରୁ ଏଟିପି କପ୍‌ ରବରରୁ ଓହରିଯାଇଛନ୍ତି। ଏଠାରେ ଖେଳାଯିବାକୁ ଥିବା କାନାଡ଼ାର ଫେଲିକ୍ସ...

ରାହୁଲଙ୍କ ଶତକ

ମାଉଣ୍ଟ ମଙ୍ଗୁନୁଇ,୧୧।୨- ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି।...

କରୋନା ସଂକ୍ରମଣ ସତ୍ତ୍ୱେ ଜାତୀୟ ହକି କ୍ୟାମ୍ପ ଆରମ୍ଭ ହେବ

ନୂଆଦିଲ୍ଳୀ,୧୩।୮(ପି.ଟି.): କେତୋଟି କୋଭିଡ୍‌-୧୯ ମାମଲା ସତ୍ତ୍ୱେ ଅଗଷ୍ଟ ୧୯ ତାରିଖରୁ ଭାରତୀୟ ଜାତୀୟ ହକି ଦଳ ପାଇଁ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବ। ଅଧିନାୟକ ମନପ୍ରୀତ୍‌...

ଭାରତକୁ ପ୍ରଥମ ସଫଳତା: ଇତିହାସ ରଚିବାକୁ ଆବଶ୍ୟକ ୯ ଉଇକେଟ୍‌

ଓଭାଲ,୬।୯: ଓଭାଲରେ ଖେଳାଯାଉଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନର ଖେଳ ଆରମ୍ଭ ହୋଇଛି। ପଞ୍ଚମ ଦିନରେ ଇଂଲଣ୍ଡ ଗୋଟିଏ ଉଇକେଟ...

କୋହଲି ଏକମାତ୍ର ଖେଳାଳି

ନୂଆଦିଲ୍ଲୀ,୧୯।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୨ ରନ୍‌ର ଅପରାଜିତ...

ସର୍ଜରୀରୁ ପ୍ରତ୍ୟାବର୍ତ୍ତନ ପରେ ମୁରେଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ବେଜିଂ, ୧।୧୦ (ଏଏଫ୍‌ପି)- ବ୍ରିଟେନ ଟେନିସ ଷ୍ଟାର୍‌ ଆଣ୍ଡି ମୁରେ ସର୍ଜରୀରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଚାଇନା ଓପନ୍‌ର...

ଟି୨୦ କ୍ରିକେଟ୍‌ରେ ଗୋଟିଏ ଦିନରେ ଶତକ, ଅର୍ଦ୍ଧଶତକ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୩୦।୮: କ୍ରିକେଟ୍‌ ଖେଳରେ ସର୍ବଦା ନୂଆ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଥାଏ। କିନ୍ତୁ ନିକଟରେ ଟି୨୦ କ୍ରିକେଟ୍‌ରେ ଏହିଭଳି ଏକ ରେକର୍ଡ ସୃଷ୍ଟି ହୋଇଛି,...

Advertisement
Archives

Model This Week