Categories: ଖେଳ

ଇଣ୍ଡିଆନ ସୁପରଲିଗ୍‌ ଆରମ୍ଭ: କ୍ରିଷ୍ଣାଙ୍କ ଗୋଲରେ ଏଟିକେ ମୋହନବାଗାନ ବିଜୟୀ

ବାମ୍ବୋଲିମ(ଗୋଆ), ୨୧।୧୧-
କୋଭିଡ-୧୯ ଗାଇଡ୍‌ଲାଇନ୍‌ ମଧ୍ୟରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ର ୭ମ ସଂସ୍କରଣ ଶୁକ୍ରବାର ଆରମ୍ଭ ହୋଇଛି। ଫିଜିଆନ ଷ୍ଟ୍ରାଇକର ରୟ କ୍ରିଷ୍ଣାଙ୍କ ଗୋଲ ବଳରେ ଏଟିକେ ମୋହନବାଗାନ ଉଦ୍‌ଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ୧-୦ ଗୋଲରେ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବାପରେ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ୬୭ତମ ମିନିଟରେ ମନଭୀର ସିଂ ଡାହାଣ ପଟରୁ ବକ୍ସ ଭିତରେ ଥିବା କ୍ରିଷ୍ଣାଙ୍କ ନିକଟକୁ ବଲ୍‌ ପାସ୍‌ କରିଥିଲେ। ଅଧିନାୟକ କ୍ରିଷ୍ଣା ବ୍ଲାଷ୍ଟର୍ସ ଡିଫେନ୍ସ ଲାଇନ୍‌କୁ ଭେଦ କରି ବଲ୍‌କୁ ନେଟ୍‌ ମଧ୍ୟକୁ ପଠାଇବାରେ କୌଣସି ଭୁଲ କରି ନ ଥିଲେ। ଅବଶିଷ୍ଟ ୨୩ ମିନିଟ ଏବଂ ଇଞ୍ଜୁରି ୪ ମିନିଟର ଖେଳରେ କେରଳ ଦଳ ଗୋଲଟିକୁ ପରିଶୋଧ କରିବାରେ ଅସମର୍ଥ ରହିଥିଲା। ଫଳରେ ବିଜୟ ସହ ଏଟିକେ ମୋହନବାଗାନ ଏହାର ଆଇଏସ୍‌ଏଲ ଅଭିଯାନ ଆରମ୍ଭ କରିଛି।

Share