ଚାଇନା ଫେରିବେ ଭାରତୀୟ ଛାତ୍ରୀଛାତ୍ର

ବେଜିଂ,୩୦।୪: କୋଭିଡ୍‌ ମହାମାରୀ ବେଳେ ଚାଇନାରୁ ପଳାଇଆସିଥିବା ଭାରତୀୟ ଛାତ୍ରୀଛାତ୍ର ଏବେ ସେଠାକୁ ଫେରିବାର ସୁଯୋଗ ପାଇବେ। ଏଥିପାଇଁ ଶୁକ୍ରବାର ବେଜିଂ ଏକ ଯୋଜନା ଘୋଷଣା କରିଛି। ଭିଜା ଓ ବିମାନ କଟକଣା ଯୋଗୁ ଏହି ଛାତ୍ରୀଛାତ୍ର ୨ ବର୍ଷ ହେଲା ଭାରତରେ ଅଟକି ରହିଛନ୍ତି। ଭାରତୀୟ ପିଲାମାନେ ପଢ଼ିବା ପାଇଁ ଭାରତ ଫେରିବା ଉପରେ ଚାଇନା ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ସେଠାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ଫେରିବା ଲାଗି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକୃତରେ ଯେଉଁମାନେ ଚାଇନା ଫେରିବାକୁ ଚାହୁଁଛନ୍ତି, ଭାରତ ସରକାର ସେମାନଙ୍କ ତାଲିକା ପଠାଇବାକୁ କୁହାଯାଇଛି। ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବରରେ କରୋନା ମହାମାରୀ ଆରମ୍ଭ ହେବାରୁ ଚାଇନାର ବିଭିନ୍ନ ମେଡିକାଲ କଲେଜରେ ଡାକ୍ତରୀ ପଢ଼ୁଥିବା ୨୩,୦୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ର ଘରକୁ ଚାଲିଆସିଥିଲେ। ସଂକ୍ରମଣ ରୋକିବା ଲାଗି ଚାଇନା ସରକାରଙ୍କ କଟକଣା ଯୋଗୁ ସେମାନେ ଏପର୍ଯ୍ୟନ୍ତ ଫେରିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣର ପାଲଟିଥିଲା ଏନ୍ତୁଡ଼ିଶାଳ: ଏବେ ବିକିବ ପ୍ରତିଷେଧକ ଟୀକା

ବେଜିଂ, ୧୭।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନା ଏବେ ପ୍ରଥମ କରି ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି। ଏହାକୁ ଚାଇନାର ବୌଦ୍ଧିକ...

ଜାପାନରେ ଓଡ଼ିଶାକୁ ପ୍ରଶଂସା କଲେ ମୋଦି

ଓସାକା, ୨୮।୬: ଜି-୨୦ ସମ୍ମିଳନୀରେ ଭାଗନେବା ପାଇଁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ପ୍ରବାସୀ ଭାରତୀଙ୍କୁ ସମ୍ବୋଧିତ କରି...

ଯୁଦ୍ଧ ନୁହେଁ ଆଲୋଚନାକୁ ଦିଆଯିବ ଗୁରୁତ୍ୱ

ଲାହୋର, ୩ା୯(ପି.ଟି.): କୌଣସି ସମସ୍ୟାର ସମାଧାନ ଯୁଦ୍ଧ ଦ୍ୱାରା ହୋଇ ନ ଥିଏ। ଭାରତକୁ ମୁଁ ଏହା କହିବାକୁ ଚାହୁଁଛି। ଯୁଦ୍ଧରେ ବିଜୟ ଲାଭ କରିଥିବା...

୧୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମାରିଲା ବିଜୁଳି; ଆଉ ତା’ ପରେ…

ମସ୍କୋ,୩୦ା୯: ରୁଷିଆର ଏକ ବିମାନ ୧୭୫ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମୟରେ ଆକାଶରେ ବିଜୁଳି ମାରିଥିଲା। ଫଳରେ ବିମାନ ପୂରା ହଲି...

ସମ୍ପୂର୍ଣ୍ଣ ଟିକାକରଣର ୬ ମାସ ପୂରଣ କରିଥିବା ଲୋକଙ୍କୁ ମିଳିବ ତୃତୀୟ ଡୋଜ: ଆମେରିକା

ୱାଶିଂଟନ,୨୪ ।୯: କରୋନା ମହାମାରୀ ପାଇଁ ବୁଷ୍ଟର ଡୋଜକୁ ନେଇ ସାରା ବିଶ୍ୱରେ ଚାଲିଥିବା ବାଦବିବାଦ ମଧ୍ୟରେ ଆମେରିକା ତା’ର ନାଗରିକଙ୍କୁ ଏହି ବୁଷ୍ଟର ଡୋଜ୍...

ଇକ୍ୟୁଏଡର ଜେଲ ଦଙ୍ଗାରେ ୨୦ ମୃତ, ୫ ଗୁରୁତର ଆହତ

କ୍ୱିଟୋ,୫ ।୪: ଜେଲରେ ବନ୍ଧୁକ ଓ ଛୁରି ସାହାଯ୍ୟରେ ହୋଇଥିବା ଆକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୋମବାର ଇକ୍ୟୁଏଡର ଅଧିକାରୀମାନେ ସୂଚନା ଦେଇଛନ୍ତି ।...

ଲକଡାଉନ ବିରୋଧରେ ଲୋକଙ୍କ ସ୍ୱର ଦବାଇବାକୁ ନିଜ ରାଷ୍ଟ୍ରୀୟ ସଙ୍ଗିତକୁ ସେନସର କରୁଛି ଚାଇନା

ବେଜିଂ,୨୩ ।୪: ଚାଇନାର ଇଣ୍ଟରନେଟ ସେନସର ଦେଶର ଜାତୀୟ ସଙ୍ଗିତକୁ ନେଇ କଡାକଡି ନିୟମ କରିଛନ୍ତି । ଯାହା ସାଂଘାଇ ଭଳି ସହରରେ କଡା ଲକଡାଉନକୁ...

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୭ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

କାବୁଲ,୨୭।୧୨: ଆଫଗାନିସ୍ତାନରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୭ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶର ଜେହାରିଆ ଜିଲାରେ ଏଭଳି ଘଟିଥିବା...

Advertisement
Archives

Model This Week