ଆମେରିକାରେ ଚାଇନିଜ୍‌ଙ୍କୁ ଟପିଲେ ଭାରତୀୟ ଛାତ୍ର

ବିଶ୍ୱ ଶିକ୍ଷା ବଜାରରେ ବିଦେଶୀ ବିଦ୍ୟାର୍ଥୀଙ୍କୁ ଆକୃଷ୍ଟ କରିବାରେ ଆମେରିକାର ଚାହିଦା ରହିଆସିଛି। ଚାଇନା ପରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ସେଠାରେ ଅଧିକ ଥିଲା। ହେଲେ କିଛିବର୍ଷ ହେବ ଭାରତୀୟ ଶିକ୍ଷାର୍ଥୀଙ୍କ ସଂଖ୍ୟା ବଢ଼ି ଯାଇଥିବା ବେଳେ ଚାଇନା ଛାତ୍ରୀଛାତ୍ର କମୁଛନ୍ତି। ଭାରତୀୟ ମାତାପିତା ଯେଉଁମାନେ ସ୍ବଚ୍ଛଳ ବର୍ଗର ଅଛନ୍ତି, ସେମାନେ ଭାରତର ଶୈକ୍ଷିକ ପରିବେଶ ଠିକ୍‌ ନ ଥିବା ଅନୁଭବ କରିବା ପରେ ସେମାନଙ୍କ ପିଲାଙ୍କୁ ଆମେରିକା ପଠାଇ ଦେଉଥିବା ଲକ୍ଷ୍ୟ କରାଯାଉଛି। ପୁଣି ଏଠାରେ ନିଯୁକ୍ତି ସୁଯୋଗ କମ୍‌ ରହିଛି। ଅନ୍ୟପକ୍ଷରେ ଆମେରିକାରେ ଚାଇନା ବିରୋଧୀ ମାନସିକତା ବଢ଼ିବା ଏବଂ ବେଜିଂ ଅଧିକ ବେତନରେ ନିଯୁକ୍ତି ଦେବାରୁ ସେମାନେ ବାହାରକୁ ଯିବାକୁ ଚାହୁଁ ନ ଥିବା ଜଣାପଡ଼ିଛି।

ଓ୍ବାଶିଂଟନ,୧୨।୧୧: ଆମେରିକାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୁଇଗୁଣା ହୋଇଛି। ଅନ୍ୟପକ୍ଷରେ ସେଠାରେ ଚାଇନା ଶିକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଛି। ଏହି ପରିବର୍ତ୍ତନ ଯୋଗୁ ଆମେରିକୀୟ ବ୍ୟବସାୟ ପ୍ରଭାବିତ ହେବା ସହ ବୈଷୟିକ ଶିଳ୍ପ ଏବଂ ଏସ୍‌ଟିଇଏମ୍‌ (ସାଇନ୍ସ, ଟେକ୍ନୋଲଜି, ଇଜିନିୟରିଂ ଆଣ୍ଡ୍‌ ମ୍ୟାନେଜମେଣ୍ଟ) ସହ ସମ୍ପୃକ୍ତ ଶିଳ୍ପରେ ବ୍ୟବଧାନ ବଢ଼ିଛି। ଉଚ୍ଚଶିକ୍ଷା ପାଇଁ ଆମେରିକାକୁ ସର୍ବାଧିକ ଅନ୍ତର୍ଜାତୀୟ ଛାତ୍ରୀଛାତ୍ର ଚାଇନାରୁ ଆସିଥାନ୍ତି ବୋଲି ନ୍ୟୁୟର୍କ ୟୁନିଭର୍ସିଟି ପ୍ରଫେସର ଟେବୋହୋ ମୋଜା କହିଆସୁଥିଲେ। ଏବେ ଆମେରିକାକୁ ଭାରତ ସର୍ବାଧିକ ବିଦେଶୀ ଶିକ୍ଷାର୍ଥୀ ଯୋଗାଉଛି। ସେପ୍ଟେମ୍ବର ତଥ୍ୟ ଅନୁଯାୟୀ ଭାରତୀୟ ଛାତ୍ର ଭିଜାଧାରୀଙ୍କ ସଂଖ୍ୟା ୩,୨୦,୦୦୦ରୁ ଅଧିକ ହୋଇଥିବାବେଳେ ଚାଇନାର ୨,୫୪,୦୦୦। ଗତ ଦଶନ୍ଧିରେ ୧୮ ଲକ୍ଷ ଭାରତୀୟ ଛାତ୍ରୀଛାତ୍ର ଆମେରିକା କ୍ୟାମ୍ପସ୍‌ରେ ଯୋଗଦେଇଛନ୍ତି। ଗତବର୍ଷ ଏହି ସଂଖ୍ୟା ୬୪,୩୦୦ ଥିବାବେଳେ ଚାଇନା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୪,୭୯୬କୁ ହ୍ରାସ ପାଇଥିଲା। ଚାଇନା ପିଲାଙ୍କ ଖାଲିସ୍ଥାନକୁ ଭାରତୀୟ ଶିକ୍ଷାର୍ଥୀ ପୂରଣ କରୁଛନ୍ତି ଏବଂ ବୈଷୟିକ ଶିଳ୍ପ ଏବଂ ଏସ୍‌ଟିଇଏମ୍‌ ସମ୍ପର୍କିତ ନିଯୁକ୍ତିରେ ଶୀର୍ଷ ପଦବୀରେ ନିଯୁକ୍ତି ପାଉଛନ୍ତି। କେବଳ ଆମେରିକାରେ ନୁହେଁ, ଅନ୍ୟ ଦେଶରେ ମଧ୍ୟ ଅନୁରୂପ ସ୍ଥିତି ଦେଖାଦେଇଥିବା ମୋଜା ତାଙ୍କ ପୋଷ୍ଟରେ ଲେଖିଛନ୍ତି। ଗତବର୍ଷ ନଭେମ୍ବରରେ ପ୍ରକାଶିତ ବ୍ରିଟେନ୍‌ ତଥ୍ୟ ଅନୁଯାୟୀ ସେଠାରେ ମଧ୍ୟ ଚାଇନା ଛାତ୍ରୀଛାତ୍ରଙ୍କୁ ଭାରତୀୟମାନେ ଟପିଛନ୍ତି।୨୦୨୨ର ପ୍ରଥମ ୩ଟି ତ୍ରୈମାସିକରେ ଭାରତୀୟ ଛାତ୍ର ହିଁ ଅଧିକ ଭିଜା ନେଇଛନ୍ତି।
ଆମେରିକାରେ ଚାଇନା ଛାତ୍ରୀଛାତ୍ରଙ୍କ ସଂଖ୍ୟା କମିବା ପଛରେ ଦୁଇଟି କାରଣ ରହିଛି। ତାହା ହେଲା ଆମେରିକାରେ ଚାଇନା ବିରୋଧୀ ମାନସିକତା ବଢ଼ିବା ଏବଂ ବେଜିଂ ଅଧିକ ବେତନରେ ନିଯୁକ୍ତି ଦେବା। ଫଳରେ ଯୁକ୍ତରାଷ୍ଟ୍ରରେ ପଢ଼ିବା ପାଇଁ ଚାଇନା ପିଲାଙ୍କ ଆଗ୍ରହ ହ୍ରାସ ପାଇଛି। ଚାଇନା ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଆମେରିକା ଆଉ ଅଧିକ ପିଲାଙ୍କୁ ଆକୃଷ୍ଟ କରିପାରୁ ନାହିଁ। ତେଣୁ ଆଗାମୀ ଦିନରେ ଆମେରିକା ଏହାର ବିଜ୍ଞାନ ଗବେଷଣା, ପ୍ରତିରକ୍ଷା ପ୍ରଯୁକ୍ତି ଓ ହାଇଟେକ୍‌ ଶିଳ୍ପର ନେତୃତ୍ୱ ନେବା ପାଇଁ ମୁଖ୍ୟତଃ ଭାରତ ଓ ଅନ୍ୟ ଦେଶର ଛାତ୍ରୀଛାତ୍ରଙ୍କ ଉପରେ ଅଧିକ ନିର୍ଭରଶୀଳ ହେବ। ଟ୍ୟାଲେଣ୍ଟ ପୁଲ୍‌ରେ ଏହି ପରିବର୍ତ୍ତନ ଆମେରିକାର ବୈଶ୍ୱିକ ସାମର୍ଥ୍ୟକୁ କେତେ ପ୍ରଭାବିତ କରିବ ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri