ସୁପରପାଓ୍ବାର ଲଢେଇରେ ଭାରତୀୟ ଜ୍ୱାଇଁଙ୍କ ଜିତାପଟ୍‌, ହେବେ ଉପରାଷ୍ଟ୍ରପତି

ଓ୍ବାଶିଂଟନ୍‌,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏକ ଐତିହାସିକ ବିଜୟ ହାସଲ କରିଛନ୍ତି। ତେବେ ବହୁମତ ପାଇବା ପରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ତାଙ୍କ ରନିଂ ମେଟ୍‌ ବା ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭାନ୍ସ ମଧ୍ୟ ଖୁସିରେ ଝୁମୁଥିବାର ନଜର ଆସିଛନ୍ତି। ଏହି ଅବସରରେ ସେ କହିଛନ୍ତି, ମୋ ଉପରେ ଏତେ ଆତ୍ମବିଶ୍ୱାସ ରଖିଥିବାରୁ ଟ୍ରମ୍ପଙ୍କୁ ଧନ୍ୟବାଦ। ଆମେ ଆମେରିକା ଇତିହାସରେ ସବୁଠୁ ବଡ ରାଜନୈତିକ ପ୍ରତ୍ୟାବର୍ତ୍ତନ ଦେଖିବାକୁ ପାଇଲୁୁ। ତେବେ ଏଠାରେ ଜେଡି ଭାନ୍ସଙ୍କ ଉପରେ ଆଲୋଚନା କରିବାର ଅର୍ଥ ହେଉଛି ଓହିଓର ସିନେଟର ଭାନ୍ସଙ୍କର ଭାରତ ସହ ଏକ ବିଶେଷ ସମ୍ପର୍କ ରହିଛି। ଅର୍ଥାତ୍‌ ତାଙ୍କ ପତ୍ନୀ ଉଷା ଚିଲୁକୁରି ଭାନ୍ସ ଭାରତୀୟ ଅଟନ୍ତି। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଷା ଚିଲୁକୁରି ଆନ୍ଧ୍ରପ୍ରଦେଶର ଭାରତୀୟ ପ୍ରବାସୀଙ୍କ ଝିଅ ଅଟନ୍ତି। ତାଙ୍କ ବାପାମାଆ ଆନ୍ଧ୍ରର କୃଷ୍ଣା ଜିଲାର ପାମରୁ ଗାଆଁର ଅଧିବାସୀ ଅଟନ୍ତି। ତାଙ୍କ ବାପା-ମାଆ ଲକ୍ଷ୍ମୀ ଓ ରାଧାକୃଷ୍ଣ ଚିଲକୁରି ଭାରତୀୟ ଅଟନ୍ତି। ତେବେ ସେ ରୋଜଗାର ଉଦ୍ଦେଶ୍ୟରେ ପରେ ଆମେରିକା ଚାଲି ଯାଇଥିଲେ। ଯିଏକି କାଲିଫର୍ନିଆର ସାନ ଡିଏଗୋରେ ରହୁଥିଲେ। ତେବେ ଉଷାଙ୍କ ଭାରତୀୟ ସମ୍ପର୍କ ଅନୁସାରେ ବର୍ତ୍ତମାନ ଭାରତର ଜ୍ୱାଇଁ ଆମେରିକାରେ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତେବେ ଉଷାଙ୍କ ବିଷୟରେ କହିଲେ ସେ କାଲିଫର୍ନିଆରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାବେଳ ସାନ ଡିଏଗୋ ଉପକଣ୍ଠରେ ବିତିଛି। ତାଙ୍କ ବାପା ଜଣେ ମେକାନିକାଲ ଇଞ୍ଜିନିୟର ଏବଂ ମାଆ ଜଣେ ଜୀବବିଜ୍ଞାନୀ ଅଟନ୍ତି।

ଗଣମାଧ୍ୟମ ଅନୁଯାୟୀ ଉଷା ମୁଙ୍ଗର୍‌, ଟୋଲ୍ସ ଆଣ୍ଡ ଓଲସନଙ୍କ ସାନ ଫ୍ରାନ୍ସିସ୍କୋ ଏବଂ ୱାଶିଂଟନ, ଡିସି କାର୍ଯ୍ୟାଳୟରେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ। ସେ ୨୦୧୫ରୁ ୨୦୧୭ପର୍ଯ୍ୟନ୍ତ ଏହି କମ୍ପାନୀରେ କାମ କରିଥିଲେ ଏବଂ ତା’ପରେ ୨୦୧୮ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଲ କ୍ଲର୍କ ଭାବରେ କାର୍ଯ୍ୟ କରିଥିଲେ।

୩୮ ବର୍ଷିୟ ଉଷା ଚିଲୁକୁରି ଭାନ୍ସ, ଆମେରିକାର ଏକ ଜାତୀୟ ଆଇନ ସଂସ୍ଥାର ଓକିଲ ଅଟନ୍ତି। ସେ ଜଣେ ହିନ୍ଦୁ ଅଟନ୍ତି ଏବଂ ତାଙ୍କ ସ୍ବାମୀ ଜେଡି ଭ୍ୟାନ୍ସ ରୋମାନ କ୍ୟାଥୋଲିକ ଅଟନ୍ତି। ଆମେରିକୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହେଉଛି ଯେ ଜେଡି ଭାନ୍ସଙ୍କୁ ତାଙ୍କ ସ୍ତ୍ରୀ ଉଷା ଭାନ୍ସଙ୍କ ସମର୍ଥନ ରହିଛି। ଏକ ରିପୋର୍ଟ ଅନୁଯାୟୀ, ଉଶା ଚିଲୁକୁରି ଏବଂ ଜେଡି ଭାନ୍ସଙ୍କ ପ୍ରଥମ ସାକ୍ଷାତ ୨୦୧୦ରେ ୟେଲ ଲ ସ୍କୁଲରେ ପଢୁଥିବା ସମୟରେ ହୋଇଥିଲା ଧୀରେ ଧୀରେ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ଭାନ୍ସ ଥରେ ଉଷାଙ୍କୁ ତାଙ୍କର ‘ୟେଲ ସ୍ପିରିଟ ଗାଇଡ’ ବୋଲି କହିଥିଲେ। ସେ ୟେଲ ଲ ସ୍କୁଲରୁ ସ୍ନାତକ ହାସଲ କରିବାର ଏକ ବର୍ଷ ପରେ ୨୦୧୪ରେ କେଣ୍ଟୁକିରେ ବିବାହ କରିଥିଲେ। ତାଙ୍କର ବିବାହ ସବୁ ଅନୁଷ୍ଠାନର ହିନ୍ଦୁ ପୂଜାରୀମାନେ କରିଥିଲେ। ବର୍ତ୍ତମାନ ଉଷା ଏବଂ ଜେଡି ଭାନ୍ସ ତିନି ସନ୍ତାନର ଅଭିଭାବକ ଅଟନ୍ତି।

ବ୍ୟକ୍ତିଗତ ଜୀବନକୁ ଲୋକଲୋଚନକୁ ଆଣୁ ନ ଥିବାବେଳେ ଉଷା ଏବଂ ଜେଡିଙ୍କୁ ବହୁ ରାଜନୈତିକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି। ୨୦୨୨ରେ ଓହିଓ ସିନେଟ ଆସନ ପାଇଁ ତାଙ୍କ ରାଜନୈତିକ ଅଭିଯାନରେ ଉଷା ଜେଡି ଭାନ୍ସଙ୍କ ସହ ଯାଇଥିଲେ।

ଆମେରିକାର ବୈଶିକ ରିଏଲ ଇଷ୍ଟେଟ ପୁଞ୍ଜି ବିନିଯୋଗ ପରାମର୍ଶଦାତା ତଥା ଜଣେ ପ୍ରଖ୍ୟାତ ଉଦ୍ୟୋଗୀ ଏଆଇ ମେସନ କହିଛନ୍ତି ଯେ, ଉଷା ଭେନସ ଜଣେ ଉଚ୍ଚ ଦକ୍ଷ ଆଇନଜୀବୀ ଏବଂ ଭାରତୀୟ ପ୍ରବାସୀଙ୍କ ଝିଅ ଅଟନ୍ତି। ଉଷା ଭାରତୀୟ ସଂସ୍କୃତି ଏବଂ ଭାରତ ବିଷୟରେ ସବୁକିଛି ଜାଣିଛନ୍ତି। ଆମେରିକା ଏବଂ ଭାରତ ମଧ୍ୟରେ ଭଲ ସମ୍ପର୍କକୁ ଆଗକୁ ନେବାରେ ସେ ତାଙ୍କ ସ୍ବାମୀଙ୍କୁ ବହୁତ ସାହାଯ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri