ସୁପରପାଓ୍ବାର ଲଢେଇରେ ଭାରତୀୟ ଜ୍ୱାଇଁଙ୍କ ଜିତାପଟ୍‌, ହେବେ ଉପରାଷ୍ଟ୍ରପତି

ଓ୍ବାଶିଂଟନ୍‌,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏକ ଐତିହାସିକ ବିଜୟ ହାସଲ କରିଛନ୍ତି। ତେବେ ବହୁମତ ପାଇବା ପରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ତାଙ୍କ ରନିଂ ମେଟ୍‌ ବା ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭାନ୍ସ ମଧ୍ୟ ଖୁସିରେ ଝୁମୁଥିବାର ନଜର ଆସିଛନ୍ତି। ଏହି ଅବସରରେ ସେ କହିଛନ୍ତି, ମୋ ଉପରେ ଏତେ ଆତ୍ମବିଶ୍ୱାସ ରଖିଥିବାରୁ ଟ୍ରମ୍ପଙ୍କୁ ଧନ୍ୟବାଦ। ଆମେ ଆମେରିକା ଇତିହାସରେ ସବୁଠୁ ବଡ ରାଜନୈତିକ ପ୍ରତ୍ୟାବର୍ତ୍ତନ ଦେଖିବାକୁ ପାଇଲୁୁ। ତେବେ ଏଠାରେ ଜେଡି ଭାନ୍ସଙ୍କ ଉପରେ ଆଲୋଚନା କରିବାର ଅର୍ଥ ହେଉଛି ଓହିଓର ସିନେଟର ଭାନ୍ସଙ୍କର ଭାରତ ସହ ଏକ ବିଶେଷ ସମ୍ପର୍କ ରହିଛି। ଅର୍ଥାତ୍‌ ତାଙ୍କ ପତ୍ନୀ ଉଷା ଚିଲୁକୁରି ଭାନ୍ସ ଭାରତୀୟ ଅଟନ୍ତି। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଷା ଚିଲୁକୁରି ଆନ୍ଧ୍ରପ୍ରଦେଶର ଭାରତୀୟ ପ୍ରବାସୀଙ୍କ ଝିଅ ଅଟନ୍ତି। ତାଙ୍କ ବାପାମାଆ ଆନ୍ଧ୍ରର କୃଷ୍ଣା ଜିଲାର ପାମରୁ ଗାଆଁର ଅଧିବାସୀ ଅଟନ୍ତି। ତାଙ୍କ ବାପା-ମାଆ ଲକ୍ଷ୍ମୀ ଓ ରାଧାକୃଷ୍ଣ ଚିଲକୁରି ଭାରତୀୟ ଅଟନ୍ତି। ତେବେ ସେ ରୋଜଗାର ଉଦ୍ଦେଶ୍ୟରେ ପରେ ଆମେରିକା ଚାଲି ଯାଇଥିଲେ। ଯିଏକି କାଲିଫର୍ନିଆର ସାନ ଡିଏଗୋରେ ରହୁଥିଲେ। ତେବେ ଉଷାଙ୍କ ଭାରତୀୟ ସମ୍ପର୍କ ଅନୁସାରେ ବର୍ତ୍ତମାନ ଭାରତର ଜ୍ୱାଇଁ ଆମେରିକାରେ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତେବେ ଉଷାଙ୍କ ବିଷୟରେ କହିଲେ ସେ କାଲିଫର୍ନିଆରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାବେଳ ସାନ ଡିଏଗୋ ଉପକଣ୍ଠରେ ବିତିଛି। ତାଙ୍କ ବାପା ଜଣେ ମେକାନିକାଲ ଇଞ୍ଜିନିୟର ଏବଂ ମାଆ ଜଣେ ଜୀବବିଜ୍ଞାନୀ ଅଟନ୍ତି।

ଗଣମାଧ୍ୟମ ଅନୁଯାୟୀ ଉଷା ମୁଙ୍ଗର୍‌, ଟୋଲ୍ସ ଆଣ୍ଡ ଓଲସନଙ୍କ ସାନ ଫ୍ରାନ୍ସିସ୍କୋ ଏବଂ ୱାଶିଂଟନ, ଡିସି କାର୍ଯ୍ୟାଳୟରେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ। ସେ ୨୦୧୫ରୁ ୨୦୧୭ପର୍ଯ୍ୟନ୍ତ ଏହି କମ୍ପାନୀରେ କାମ କରିଥିଲେ ଏବଂ ତା’ପରେ ୨୦୧୮ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଲ କ୍ଲର୍କ ଭାବରେ କାର୍ଯ୍ୟ କରିଥିଲେ।

୩୮ ବର୍ଷିୟ ଉଷା ଚିଲୁକୁରି ଭାନ୍ସ, ଆମେରିକାର ଏକ ଜାତୀୟ ଆଇନ ସଂସ୍ଥାର ଓକିଲ ଅଟନ୍ତି। ସେ ଜଣେ ହିନ୍ଦୁ ଅଟନ୍ତି ଏବଂ ତାଙ୍କ ସ୍ବାମୀ ଜେଡି ଭ୍ୟାନ୍ସ ରୋମାନ କ୍ୟାଥୋଲିକ ଅଟନ୍ତି। ଆମେରିକୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହେଉଛି ଯେ ଜେଡି ଭାନ୍ସଙ୍କୁ ତାଙ୍କ ସ୍ତ୍ରୀ ଉଷା ଭାନ୍ସଙ୍କ ସମର୍ଥନ ରହିଛି। ଏକ ରିପୋର୍ଟ ଅନୁଯାୟୀ, ଉଶା ଚିଲୁକୁରି ଏବଂ ଜେଡି ଭାନ୍ସଙ୍କ ପ୍ରଥମ ସାକ୍ଷାତ ୨୦୧୦ରେ ୟେଲ ଲ ସ୍କୁଲରେ ପଢୁଥିବା ସମୟରେ ହୋଇଥିଲା ଧୀରେ ଧୀରେ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ଭାନ୍ସ ଥରେ ଉଷାଙ୍କୁ ତାଙ୍କର ‘ୟେଲ ସ୍ପିରିଟ ଗାଇଡ’ ବୋଲି କହିଥିଲେ। ସେ ୟେଲ ଲ ସ୍କୁଲରୁ ସ୍ନାତକ ହାସଲ କରିବାର ଏକ ବର୍ଷ ପରେ ୨୦୧୪ରେ କେଣ୍ଟୁକିରେ ବିବାହ କରିଥିଲେ। ତାଙ୍କର ବିବାହ ସବୁ ଅନୁଷ୍ଠାନର ହିନ୍ଦୁ ପୂଜାରୀମାନେ କରିଥିଲେ। ବର୍ତ୍ତମାନ ଉଷା ଏବଂ ଜେଡି ଭାନ୍ସ ତିନି ସନ୍ତାନର ଅଭିଭାବକ ଅଟନ୍ତି।

ବ୍ୟକ୍ତିଗତ ଜୀବନକୁ ଲୋକଲୋଚନକୁ ଆଣୁ ନ ଥିବାବେଳେ ଉଷା ଏବଂ ଜେଡିଙ୍କୁ ବହୁ ରାଜନୈତିକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି। ୨୦୨୨ରେ ଓହିଓ ସିନେଟ ଆସନ ପାଇଁ ତାଙ୍କ ରାଜନୈତିକ ଅଭିଯାନରେ ଉଷା ଜେଡି ଭାନ୍ସଙ୍କ ସହ ଯାଇଥିଲେ।

ଆମେରିକାର ବୈଶିକ ରିଏଲ ଇଷ୍ଟେଟ ପୁଞ୍ଜି ବିନିଯୋଗ ପରାମର୍ଶଦାତା ତଥା ଜଣେ ପ୍ରଖ୍ୟାତ ଉଦ୍ୟୋଗୀ ଏଆଇ ମେସନ କହିଛନ୍ତି ଯେ, ଉଷା ଭେନସ ଜଣେ ଉଚ୍ଚ ଦକ୍ଷ ଆଇନଜୀବୀ ଏବଂ ଭାରତୀୟ ପ୍ରବାସୀଙ୍କ ଝିଅ ଅଟନ୍ତି। ଉଷା ଭାରତୀୟ ସଂସ୍କୃତି ଏବଂ ଭାରତ ବିଷୟରେ ସବୁକିଛି ଜାଣିଛନ୍ତି। ଆମେରିକା ଏବଂ ଭାରତ ମଧ୍ୟରେ ଭଲ ସମ୍ପର୍କକୁ ଆଗକୁ ନେବାରେ ସେ ତାଙ୍କ ସ୍ବାମୀଙ୍କୁ ବହୁତ ସାହାଯ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?