Posted inଖେଳ

ସୌଦି ଆରବରୁ ଆସିଲା ବର୍ଷର ପ୍ରଥମ ଦୁଃଖଦ ଖବର: କୋମାକୁ ଚାଲିଗଲେ ଜଣାଶୁଣା ଭାରତୀୟ ବାଇକ୍‌ ରାଇଡର

ନୂଆଦିଲ୍ଲୀ,୭।୧- ଜଣାଶୁଣା ଭାରତୀୟ ମୋଟରସାଇକେଲ ରେସର ସି. ଏସ୍‌. ସନ୍ତୋଷ ସୌଦି ଆରବରେ ଚାଲିଥିବା ଡାକରା ରାଲିରେ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏୟାରଲିଫ୍ଟ ଯୋଗେ ରିୟାଦସ୍ଥିତ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। କିନ୍ତୁ ସେ କୋମାକୁ ଚାଲିଯାଇଥିବା ଡାକ୍ତର କହିଛନ୍ତି।

ହିରୋ ମୋଟୋସ୍ପୋଟର୍‌ସ ପାଇଁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷୀୟ ସନ୍ତୋଷ ବୁଧବାର ବିଶ୍ୱର ଅନ୍ୟତମ ବୃହତ୍‌ ରାଲିର ୪ର୍ଥ ପର୍ଯ୍ୟାୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାବେଳେ ତାଙ୍କ ବାଇକ୍‌ର ଗତି ଘଣ୍ଟା ପ୍ରତି ୧୩୫ କି.ମି. ଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସନ୍ଦେହ କରାଯାଉଛି। ପାରାମେଡିକ୍ସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିବାବେଳକୁ ସେ ହୋସରେ ଥିଲେ।

ଉଲ୍ଲେଖଥାଉ କି, ଗତବର୍ଷ ରାଲିର ସମାନ ପର୍ଯ୍ୟାୟରେ ହିରୋ ମୋଟୋସ୍ପୋଟର୍‌ସ ରାଇଡର ପାଉଲୋ ଗୋନକାଲଭେସଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ହିରୋ ମୋଟୋସ୍ପୋଟର୍‌ସ ୨୦୨୦ ଡାକରା ରାଲି ସଂସ୍କରଣରୁ ଓହରିଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲର୍ଡ୍ସ ଟେଷ୍ଟ: ଇଂଲଣ୍ଡ ଆଗରେ ବଡ଼ ଚ୍ୟାଲେଞ୍ଜ

ଲଣ୍ଡନ,୧୧।୮ : ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ। ପ୍ରଥମ ମ୍ୟାଚ୍‌ରେ ବର୍ଷା...

ପପୁଆ ନ୍ୟୁ ଗିନିକୁ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା

ଦୁବାଇ,୨୮।୧୦- ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ପୁରୁଷ ଟି୨୦ ବିଶ୍ୱକପ୍‌ ପାଇଁ ପପୁଆ ନ୍ୟୁ ଗିନି (ପିଏନ୍‌ଜି) ଯୋଗ୍ୟତା ଅର୍ଜନ କରିଛି। ରବିବାର ଖେଳାଯାଇଥିବା...

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ

ଦୁବାଇ,୨୮।୮: ଏସିଆ କପ୍‌ ୧୫ତମ ସିଜିନ୍‌ରେ ଭାରତ ତାର ତାର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ...

ପାକିସ୍ତାନ ହକି ମହାସଂଘକୁ ଏଫ୍‌ଆଇଏଚ୍‌ର ଜରିମାନା

କରାଚୀ, ୧୮ା୪ (ପି.ଟି.)- ପ୍ରତିଶ୍ରୁତି ଦେଇ ମଧ୍ୟ ପ୍ରୋ-ଲିଗ୍‌  ମ୍ୟାଚ ପାଇଁ  ଦଳ ପଠାଇ ନ ଥିବାରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପାକିସ୍ତାନ ହକି...

ଚେନ୍ନାଇ ଦଳରେ ସାମିଲ ହେଲେ ଏହି ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ମିନି ନିଲାମ ରବିନ ଉଥାପ୍ପାଙ୍କୁ ଏଥର ଦଳରେ ନେଇ ଚେନ୍ନାଇ ସୁପର୍‌ କିଙ୍ଗ୍ସ। ଷ୍ଟିଭ ସ୍ମିଥଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ପାଇଁ...

୫୬ ରନ୍‌ରେ ପୂରା ଦଳ ସଫା

ହୋବାର୍ଟ,୧୬।୧: ଚଳିତ ଆଶେସ ସିରିଜ୍‌ର ଅନ୍ତିମ ତଥା ୫ମ ଟେଷ୍ଟରେ ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଲାଇନ୍‌ ଅପ୍‌...

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ସେକ୍ସ, ପାର୍ଟି ମନା

ଟୋକିଓ,୪।୨: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା କ୍ରୀଡ଼ାବିତ୍‌ଙ୍କ ପାଇଁ ଗାଇଡଲାଇନ ଜାରି ହୋଇଛି। ଅଲିମ୍ପିକ୍ସ ଭିଲେଜରେ କ୍ରୀଡ଼ାବିତମାନେ ସେକ୍ସ, ପାର୍ଟି, ସପିଂ କରିପାରିବେ ନାହିଁ। ଅନ୍ତର୍ଜାତୀୟ...

ଜାତୀୟ କରାଟେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭।୬(ସ୍ପୋଟର୍‌ସ ବ୍ୟୁରୋ)- ଦିଲ୍ଲୀର ତାଲକୋଟ୍ରା ଇନ୍‌ଡୋର ଷ୍ଟାଡିୟମରେ ସମାପ୍ତ ହୋଇଥିବା ଜାତୀୟ ସବ୍‌ଜୁନିୟର ଓ ସିନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ୍‌ ୪୮ ଜଣ...

Advertisement
Archives

Model This Week