Categories: ଖେଳ

ଆଇସିସିର ଏହି ପୁରସ୍କାର ଜିତିଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ମାର୍ଚ୍ଚ ମାସ ପାଇଁ ଆଇସିସି ‘ପ୍ଲେୟାର ଅଫ ଦି ମନ୍‌ଥ’ ପୁରସ୍କାର ବିଜେତା ଘୋଷଣା କରିଛି। ‘ଆଇସିସି ପ୍ଲେୟାର ଅଫ ଦି ମନ୍‌ଥ’ ପୁରୁଷ ଦଳ ପାଇଁ ଭାରତୀୟ ବୋଲର ଭୂବନେଶ୍ୱର କୁମାରଙ୍କୁ ମନୋନୀତ କରାଯାଇଛି। ଏଥି ସହିତ ଦକ୍ଷିଣ ଆଫ୍ରିକାର କ୍ରିକେଟର ଲିଜେଲ ଲିଙ୍କୁ ‘ଆଇସିସି ପ୍ଲେୟାର ଅଫ ଦି ମନ୍‌ଥ’ ଭାବେ ମନୋନୀତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଶେଷ ହୋଇଥିବା ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୁବନେଶ୍ୱର କୁମାରଙ୍କୁ ଏହି ପୁରସ୍କାର ଦିଆଯାଇଛି। ଭାରତୀୟ ପ୍ରଶଂସକଙ୍କ ପାଇଁ ଗର୍ବ ଏବଂ ସୁଖ ପାଇଁ ଏହା ଏକ ସୁଯୋଗ, କାରଣ ଏହି ପୁରସ୍କାର କ୍ରମାଗତ ତୃତୀୟ ଥର ପାଇଁ ଭାରତୀୟ ଖେଳାଳି ଜିତିଛନ୍ତି । ଭୁବନେଶ୍ୱର କୁମାରଙ୍କ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରିଷଭ ପନ୍ତ ଏହି ପୁରସ୍କାର ଗ୍ରହଣ କରିଥିଲେ।

Share