ଭାରତୀୟ ବଂଶୋଦ୍ଭବ ଚନ୍ଦ୍ରିକା ଟଣ୍ଡନ ଜିତିଲେ ଗ୍ରାମୀ ପୁରସ୍କାର

ଲସ୍‌ଏଞ୍ଜେଲ୍ସ, ୪।୨: ସଙ୍ଗୀତ କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ସମାରୋହ ଗ୍ରାମୀ ଆଓ୍ବାଡର୍‌ସର ୬୭ତମ ସଂସ୍କରଣ ସୋମବାର ଆମେରିକାର ଲସ୍‌ଏଞ୍ଜେଲ୍ସସ୍ଥିତ କ୍ରିପ୍ଟୋ ଡଟ୍‌ କମ୍‌ ଏରିନାଠାରେ ରେକର୍ଡିଙ୍ଗ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରେଣୀରେ ପ୍ରଖ୍ୟାତ ସଙ୍ଗୀତଜ୍ଞଙ୍କୁ ସମ୍ମାନିତ କରାଯାଇଛି। ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ତଥା ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତାଙ୍କ ଆଲବମ୍‌ ‘ତ୍ରିବେଣୀ’ ପାଇଁ ବେଷ୍ଟ ନ୍ୟୁ ଏଜ୍‌, ଆମ୍ବିଆଣ୍ଟ ଏବଂ ଚାଣ୍ଟ୍‌ ଆଲବମ୍‌ ଶ୍ରେଣୀରେ ଗ୍ରାମୀ ପୁରସ୍କାର ଜିତିଛନ୍ତି। ସେ ତାଙ୍କର ସହକର୍ମୀ ଦକ୍ଷିଣ ଆଫ୍ରିକାର ବଂଶୀ ବାଦକ ଓ୍ବାଉଟର କେଲରମ୍ୟାନ ଓ ଜାପାନର ଭାଓଲିନ ବାଦକ ମାଟସୁମୋଟୋଙ୍କ ସହ ଗ୍ରାମୀ ପୁରସ୍କାର ଗ୍ରହଣ କରିଥିଲେ। ପେପ୍ସିକୋର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଇନ୍ଦ୍ରା ନୁୟୀଙ୍କର ବଡ଼ଭଉଣୀ ଚନ୍ଦ୍ରିକା ଜଣେ ବିଜନେସ୍‌ ଲିଡର ଭାବେ ମଧ୍ୟ ପରିଚିତ। ଚେନ୍ନାଇରେ ବଢ଼ିଥିବା ଚନ୍ଦ୍ରିକା ଗ୍ରାମୀ ପୁରସ୍କାର ଜିତି ଖୁସି ପ୍ରକାଶ କରିଛନ୍ତି। ଏହା ତାଙ୍କ ପାଇଁ ଅଦ୍ଭୁତ ଅନୁଭବ ହୋଇଥିବା ଚନ୍ଦ୍ରିକା କହିଛନ୍ତି। ସଙ୍ଗୀତ ତାଙ୍କ ଜୀବନର ସବୁକିଛି ବୋଲି ସେ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ୍ସ’ରେ ଲେଖିଛନ୍ତି, ଭାରତୀୟ ସଂସ୍କୃତିକୁ ବିଶ୍ୱବ୍ୟାପୀ ପରିଚୟ ଦେବାରେ ଚନ୍ଦ୍ରିକାଙ୍କର ଉଦ୍ୟମ ପ୍ରଶଂସନୀୟ। ଚନ୍ଦ୍ରିକା ଯୁବ ସଙ୍ଗୀତଜ୍ଞଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ବେଷ୍ଟ କଣ୍ଟ୍ରି ଆଲ୍‌ବମ୍‌ ଏବଂ ଆଲ୍‌ବମ୍‌ ଅଫ୍‌ ଦି ଇୟର ଶ୍ରେଣୀରେ ପ୍ରସିଦ୍ଧ ଆମେରିକୀୟ ସିଙ୍ଗର ବିୟୋନ୍ସେ ତାଙ୍କର ଆଲବମ ‘କାଓବଏ କାର୍ଟର’ ପାଇଁ ଗ୍ରାମୀ ପୁରସ୍କାର ଜିତିଛନ୍ତି। ସେହିପରି ବେଷ୍ଟ ଲାଟିନ୍‌ ପପ୍‌ ଆଲବମ ଶ୍ରେଣୀରେ କଲମ୍ବିଆର ପ୍ରସିଦ୍ଧ ସିଙ୍ଗର ସକିରା ତାଙ୍କ ଷ୍ଟୁଡିଓ ଆଲବମ ‘ଲାସ୍‌ ମୁଜେରେସ ୟା ନୋ ଲୋରୋନ୍‌’ ପାଇଁ ଗ୍ରାମୀ ପୁରସ୍କାର ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri