ଭାରତୀୟ ବଂଶୋଦ୍ଭବ ଚନ୍ଦ୍ରିକା ଟଣ୍ଡନ ଜିତିଲେ ଗ୍ରାମୀ ପୁରସ୍କାର

ଲସ୍‌ଏଞ୍ଜେଲ୍ସ, ୪।୨: ସଙ୍ଗୀତ କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ସମାରୋହ ଗ୍ରାମୀ ଆଓ୍ବାଡର୍‌ସର ୬୭ତମ ସଂସ୍କରଣ ସୋମବାର ଆମେରିକାର ଲସ୍‌ଏଞ୍ଜେଲ୍ସସ୍ଥିତ କ୍ରିପ୍ଟୋ ଡଟ୍‌ କମ୍‌ ଏରିନାଠାରେ ରେକର୍ଡିଙ୍ଗ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରେଣୀରେ ପ୍ରଖ୍ୟାତ ସଙ୍ଗୀତଜ୍ଞଙ୍କୁ ସମ୍ମାନିତ କରାଯାଇଛି। ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ତଥା ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତାଙ୍କ ଆଲବମ୍‌ ‘ତ୍ରିବେଣୀ’ ପାଇଁ ବେଷ୍ଟ ନ୍ୟୁ ଏଜ୍‌, ଆମ୍ବିଆଣ୍ଟ ଏବଂ ଚାଣ୍ଟ୍‌ ଆଲବମ୍‌ ଶ୍ରେଣୀରେ ଗ୍ରାମୀ ପୁରସ୍କାର ଜିତିଛନ୍ତି। ସେ ତାଙ୍କର ସହକର୍ମୀ ଦକ୍ଷିଣ ଆଫ୍ରିକାର ବଂଶୀ ବାଦକ ଓ୍ବାଉଟର କେଲରମ୍ୟାନ ଓ ଜାପାନର ଭାଓଲିନ ବାଦକ ମାଟସୁମୋଟୋଙ୍କ ସହ ଗ୍ରାମୀ ପୁରସ୍କାର ଗ୍ରହଣ କରିଥିଲେ। ପେପ୍ସିକୋର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଇନ୍ଦ୍ରା ନୁୟୀଙ୍କର ବଡ଼ଭଉଣୀ ଚନ୍ଦ୍ରିକା ଜଣେ ବିଜନେସ୍‌ ଲିଡର ଭାବେ ମଧ୍ୟ ପରିଚିତ। ଚେନ୍ନାଇରେ ବଢ଼ିଥିବା ଚନ୍ଦ୍ରିକା ଗ୍ରାମୀ ପୁରସ୍କାର ଜିତି ଖୁସି ପ୍ରକାଶ କରିଛନ୍ତି। ଏହା ତାଙ୍କ ପାଇଁ ଅଦ୍ଭୁତ ଅନୁଭବ ହୋଇଥିବା ଚନ୍ଦ୍ରିକା କହିଛନ୍ତି। ସଙ୍ଗୀତ ତାଙ୍କ ଜୀବନର ସବୁକିଛି ବୋଲି ସେ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ୍ସ’ରେ ଲେଖିଛନ୍ତି, ଭାରତୀୟ ସଂସ୍କୃତିକୁ ବିଶ୍ୱବ୍ୟାପୀ ପରିଚୟ ଦେବାରେ ଚନ୍ଦ୍ରିକାଙ୍କର ଉଦ୍ୟମ ପ୍ରଶଂସନୀୟ। ଚନ୍ଦ୍ରିକା ଯୁବ ସଙ୍ଗୀତଜ୍ଞଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ବେଷ୍ଟ କଣ୍ଟ୍ରି ଆଲ୍‌ବମ୍‌ ଏବଂ ଆଲ୍‌ବମ୍‌ ଅଫ୍‌ ଦି ଇୟର ଶ୍ରେଣୀରେ ପ୍ରସିଦ୍ଧ ଆମେରିକୀୟ ସିଙ୍ଗର ବିୟୋନ୍ସେ ତାଙ୍କର ଆଲବମ ‘କାଓବଏ କାର୍ଟର’ ପାଇଁ ଗ୍ରାମୀ ପୁରସ୍କାର ଜିତିଛନ୍ତି। ସେହିପରି ବେଷ୍ଟ ଲାଟିନ୍‌ ପପ୍‌ ଆଲବମ ଶ୍ରେଣୀରେ କଲମ୍ବିଆର ପ୍ରସିଦ୍ଧ ସିଙ୍ଗର ସକିରା ତାଙ୍କ ଷ୍ଟୁଡିଓ ଆଲବମ ‘ଲାସ୍‌ ମୁଜେରେସ ୟା ନୋ ଲୋରୋନ୍‌’ ପାଇଁ ଗ୍ରାମୀ ପୁରସ୍କାର ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?