‘ଭାରତୀୟ ପୁରାଣଶାସ୍ତ୍ର ମୌଳିକ ଶିକ୍ଷାର ଆଧାର ହେବା ଉଚିତ୍‌’

ବାଲେଶ୍ୱର ଅଫିସ, ୧୨।୭ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ପ୍ରାକ୍‌-ରଜତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଭାରତବର୍ଷର ପୁରାଣ, ଶାସ୍ତ୍ର ବିଶ୍ୱକୁ ଦୃଷ୍ଟାନ୍ତ ଯୋଗାଇ ଆସିଛି। ଏଗୁଡ଼ିକ ଶାଶ୍ୱତ, ସୁନ୍ଦର ତଥା ଏକ ହିତକର ପରିବେଶରେ ବଞ୍ଚତ୍ବା ପାଇଁ ଭିତ୍ତିଭୂମି ପ୍ରଦାନ କରିଆସିଛି। ସେସବୁ ଆମ ମୌଳିକ ଶିକ୍ଷାର ଆଧାର ହେବା ଉଚିତ୍‌। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ୱ କରି ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଧାନ, ପାନ, ମୀନ ସହିତ ଅନ୍ୟାନ୍ୟ ବିଷୟରେ ପ୍ରକଳ୍ପ ଆଣି ମୂଲ୍ୟବୋଧ ଭିତ୍ତିକ ଗବେଷଣାକୁ ପ୍ରାଥମିକତା ଦେଉଛି। ଏଥିସହିତ କ୍ରୀଡ଼ା, ସ୍ବାସ୍ଥ୍ୟ, ଶିକ୍ଷା ତଥା ଜ୍ଞାନବିଜ୍ଞାନ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରାଥମିକ ସ୍ତରରୁ ଗୁରୁତ୍ୱ ଦିଆଯାଉଥିବା ପ୍ରକାଶ କରିଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର୍‌ ମୁନେଶ୍‌ ଚନ୍ଦ୍ର ଅଧିକାରୀ ସ୍ବାଗତ ଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲାପାଳ ସଞ୍ଜୀବ କୁମାର ହୋତା ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମିତ୍ତ ସ୍ବାଧୀନତା ସଂଗ୍ରାମୀ ରବୀନ୍ଦ୍ର ଦାସଙ୍କଠାରୁ ଆରମ୍ଭ କରି କବି ବ୍ରଜନାଥ ରଥଙ୍କ ପର୍ଯ୍ୟନ୍ତ ସମସ୍ତେ ବହୁ ଶ୍ରମଦାନ କରିଛିନ୍ତି ବୋଲି କହି ସେମାନଙ୍କ ବଳିଦାନ ଓ ମହତ୍ତ୍ୱକୁ ସ୍ମରଣ କରିଥିଲେ। ଏହି ବିଶ୍ୱବିଦ୍ୟାଳୟ ଗ୍ରାମୀଣ ପରିବେଶ ମଧ୍ୟରେ ରହିଥିବା ହେତୁ ନୂଆ ସିଦ୍ଧାନ୍ତମୂଳକ ଗବେଷଣା ତଥା ଆଦିବାସୀ ସଂସ୍କୃତିର ଅଧ୍ୟୟନ ନିମିତ୍ତ ଉପଯୁକ୍ତ କ୍ଷେତ୍ର ରହିଛି, ସେସବୁ ବିଷୟରେ ଗୁଣାତ୍ମକ ଓ ମୂଲ୍ୟବୋଧ ଭିତ୍ତିକ ଗବେଷଣା ହେବା ଉଚିତ୍‌ ବୋଲି ମତ ଦେଇଥିଲେ। ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଶ୍ୱବିଦ୍ୟାଳୟରୁ ବିଦ୍ୟାର୍ଥୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ଜ୍ଞାନ ବିଜ୍ଞାନର ଉପଯୋଗ କରିପାରିଲେ ଶ୍ରମ ସାର୍ଥକ ହେବ ବୋଲି କହିଥିଲେ। ପର୍ଯ୍ୟଟନ, ଓଡ଼ିଆ ଭାଷା, ସଂସ୍କୃତି ତଥା ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ବିଶ୍ୱବିଦ୍ୟାଳୟ ଆମ ଜାତୀୟ ଜୀବନର ଅସ୍ମିତା, ଏଠାରେ ବିଶ୍ୱସ୍ତରୀୟ ଜ୍ଞାନଚର୍ଚ୍ଚାର ଅବସର ରହିଛି ବୋଲି କହିଥିଲେ। ତାମିଲ୍‌ ଭାଷାର ବିଶିଷ୍ଟ ସାହିତି୍ୟକ ପେରୁମାଲ୍‌ ମୁରୁଗାନ୍‌ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଓଡ଼ିଆ ଓ ତାମିଲ୍‌ ଭାଷାର ସମ୍ପର୍କ ତଥା ଭାଷା ପରିବାର ବିଷୟରେ ସଂକ୍ଷିପ୍ତ ପରିଚୟ ଦେଇଥିଲେ। ଭାରତୀୟ ହୋଇଥିଲେ ସୁଦ୍ଧା ବିଭିନ୍ନ ଭାରତୀୟ ଭାଷାରେ ସମସ୍ତେ ପାରଦର୍ଶୀ ହେବା ସମ୍ଭବ ନୁହେଁ, ଏପରି କ୍ଷେତ୍ରରେ ଅନୁବାଦ ହିଁ ଗୋଟିଏ ଭାଷାର ସାହିତି୍ୟକ ମୂଲ୍ୟକୁ ଅନ୍ୟ ଭାଷା ନିକଟରେ ଆଦୃତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଉନବିଂଶ ଶତାବ୍ଦୀର ଆରମ୍ଭରେ ଫକୀରମୋହନ ସେନାପତି ଛ ମାଣ ଆଠ ଗୁଣ୍ଠ ଉପନ୍ୟାସ ରଚନା କରି ସାମାଜିକ ବାସ୍ତବତାର ସଦ୍ୟ ଓ ସତ୍ୟଶୀଳ ରୂପାୟଣ କରିଥିଲେ। ତାମିଲ୍‌ ଭାଷାର ସାହିତ୍ୟରେ ମଧ୍ୟ ଏହି ଭାବାଦର୍ଶ ଆଧାରିତ ଉପନ୍ୟାସ ରଚିତ ହୋଇଛି ବୋଲି କହି ତା’ର ତୁଳନାତ୍ମକ ଅଧ୍ୟୟନ ନୂତନ ସିଦ୍ଧାନ୍ତମୂଳକ ହୋଇପାରିବ ବୋଲି ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ଦେବେନ୍ଦ୍ର ଆଚାର୍ଯ୍ୟ ଓ ପୂଜାରାଣୀ ବେହେରାଙ୍କୁ ଶ୍ରେଷ୍ଠ ଭଲ୍ୟୁଣ୍ଟର ପାଇଁ ଏନ୍‌ଏସ୍‌ଏସ୍‌ ପୁରସ୍କାର, ଗୌରାଙ୍ଗ ପିଲା ଓ ପଙ୍କଜିନୀ ଦାସଙ୍କୁ ଶ୍ରେଷ୍ଠ ପ୍ରୋଗ୍ରାମ୍‌ ଅଫିସର୍‌ ରୂପେ ୨୦୨୧-୨୨ ପାଇଁ ଏନ୍‌ଏସ୍‌ଏସ୍‌ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ବିଶ୍ୱନାଥ ସାହୁଙ୍କୁ ୨୦୨୧ର ଶ୍ରେଷ୍ଠ ପିଜି ଛାତ୍ର ରୂପେ ପ୍ରଫେସର ଇନ୍ଦ୍ରମଣି ପତି ସ୍ବର୍ଣ୍ଣପଦକ, ଡା. ଦିଲୀପ କୁମାର ବେହେରାଙ୍କୁ ‘ଫକୀରମୋହନ ଯୁବଲେଖକ ସମ୍ମାନ’ ୨୦୨୨ (କବିତା ବାରିକ ପ୍ରଦତ୍ତ), ବୈଜ୍ଞାନିକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଓ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ‘ବ୍ୟାସ ଗୌରବ ସମ୍ମାନ’ ୨୦୨୨ ଏବଂ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରିଥିବା ତାମିଲ୍‌ ଭାଷାର ଲେଖକ ପେରୁମାଲ୍‌ ମୁରୁଗାନ୍‌ଙ୍କ ‘ଫକୀର ମୋହନ ଜାତୀୟ ସାହିତ୍ୟ ପୁରସ୍କାର’ ୨୦୨୨ ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଏମ୍‌ ଏମ୍‌ ୟୁ ଇନ୍‌ ମିଡ଼ିଆ ନ୍ୟୁଜ ଓ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ବିଭାଗ ଉଦ୍‌ଘାଟିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?