Posted inଜାତୀୟ

ଭାରତୀୟ ମୁସଲମାନ ତାଲିବାନୀ ମାନସିକତାକୁ କେବେ ମଧ୍ୟ ଗ୍ରହଣ କରିବେନି,ଅଜମେର ଦରଗାହ ଦିଓ୍ବାନ..

ଅଜମେର, ୨୯।୬ : ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କ ହତ୍ୟା ଘଟଣାକୁ ନିନ୍ଦା କରି ଅଜମେର ଦରଗାହ ଦିୱାନ ଜୈନୁଲ ଆବେଦିନ ଅଲି ଖାନ କହିଛନ୍ତି ଯେ ଭାରତୀୟ ମୁସଲମାନମାନେ ଦେଶରେ ତାଲିବାନ ମାନସିକତାକୁ କଦାପି ଗ୍ରହଣ କରିବେ ନାହିଁ।

ଉଦୟପୁରରେ, ଜୁନ ୨୮ରେ ଦୁଇଜଣ ବ୍ୟକ୍ତି ତୀକ୍ଷ୍‌ ଣ ଅସ୍ତ୍ରରେ ଜଣେ ଟେଲରକୁ ହତ୍ୟା କରି ଇସଲାମ ପ୍ରତି ଅପମାନର ପ୍ରତିଶୋଧ ନେଉଥିବାର ଭିଡିଓକୁ ସାର୍ବଜନୀନ କରିଥିଲେ।

ଅଜମେର ସରିଫ ଦରଗାହଙ୍କର ଦିୱାନ ଖାନ ଏକ ବିବୃତ୍ତିରେ କହିଛନ୍ତି ଯେ କୌଣସି ଧର୍ମ ମାନବିକତା ବିରୁଦ୍ଧରେ ହିଂସାକୁ ଉତ୍ସାହିତ କରେ ନାହିଁ। ବିଶେଷ କରି ଇସଲାମରେ, ସମସ୍ତ ଶିକ୍ଷା ଶାନ୍ତିର ଉତ୍ସ ଭାବରେ କାର୍ଯ୍ୟ କରିଥାଏ। ଖାନ କହିଛନ୍ତି ଯେ ଅଭିଯୁକ୍ତମାନେ ହିଂସା ମାଧ୍ୟମରେ ସମାଧାନ ଚାହୁଁଥିବା କେତେକ ମୌଳବାଦୀ ଗୋଷ୍ଠୀର ସଦସ୍ୟ ବୋଲି ସେ କହିଛନ୍ତି।

ଜାମିଆ ଉଲେମା-ଇ-ହିନ୍ଦର ସାଧାରଣ ସମ୍ପାଦକ ମୌଲାନା ହାକିମୁଦ୍ଦିନ କାସମି ମଧ୍ୟ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି। ସେ ଏକ ବିବୃତ୍ତିରେ କହିଛନ୍ତି ଯେ ଯିଏ ଏହି ଘୃଣ୍ୟ ଘଟଣା ଘଟାଇଛନ୍ତି ତାଙ୍କୁ କେବେ ମଧ୍ୟ କ୍ଷମା କରାଯାଇ ପାରିବ ନାହିଁ। ଏହା ଦେଶର ଆଇନ ତଥା ଇସଲାମ ଧର୍ମର ବିରୋଧୀ। ଦେଶରେ ଆଇନର ବ୍ୟବସ୍ଥା ରହିଛି। କାହାକୁ ଆଇନକୁ ନିଜ ହାତକୁ ନେବାର ଅଧିକାର ନାହିଁ। ମୌଲାନା ହାକିମୁଦ୍ଦିନ କାସମି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଭାବନାକୁ ନିୟନ୍ତ୍ରଣ କରିବାକୁ ଏବଂ ଦେଶରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସେମାନଙ୍କର ଭୂମିକା ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ରାଜସ୍ଥାନର ଉଦୟପୁରର ଧନମାଣ୍ଡି ପୋଲିସ ଷ୍ଟେସନରେ ମଙ୍ଗଳବାର ଟେଲର କହ୍ନେୟାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?