Posted inଖେଳ

ପାକିସ୍ତାନ ଟିମ୍‌ ପାଖରେ ହରାଇବାକୁ କିଛି ନାହିଁ, କିନ୍ତୁ ଟିମ୍‌ ଇଣ୍ଡିଆର ସ୍ଥିତି ଖରାପ: ଶୋଏବ

ନୂଆଦିଲ୍ଲୀ,୨୨।୧୦: ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ। ଏହି ମୁକାବିଲାକୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। ଗୋଟିଏ ପଟେ ଦୁଇଟିଯାକ ଅଭ୍ୟାସ ମ୍ୟାଚ୍‌ରେ ବିଜେତା ହୋଇ ଭାରତର ମନୋବଳ ଦୃଢ଼ ରହିଥିବା ବେଳେ ପାକିସ୍ତାନ ଗୋଟିଏରେ ବିଜେତା ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି। ଏବେ ପାକିସ୍ତାନ ଦଳର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଛନ୍ତି ବିବାଦୀୟ ମନ୍ତବ୍ୟ ଦେଇ ଆସୁଥିବା ପୂର୍ବ ଦ୍ରୁତ ବୋଲର ଶୋଏବ ଅଖତର।

ଶୋଏବ କହିଛନ୍ତି, ପାକିସ୍ତାନ ଟିମ୍‌କୁ ଲୟ ହାସଲ କରିବାକୁ ଟିକିଏ ସମୟ ଲାଗେ। ଟୁର୍ନାମେଣ୍ଟ ଜିତିବା ପୂର୍ବରୁ ଦଳ ଖରାପ ପ୍ରଦର୍ଶନ କରେ। ହେଲେ ପରବର୍ତ୍ତୀ ସମୟରେ ବିରୋଧୀ ଟିମ୍‌କୁ ଦଳ ଅଡ଼ୁଆରେ ପକାଇଥାଏ। ବିଶ୍ୱକପ୍‌ରେ ମଧ୍ୟ ଦଳ ଆକ୍ରାମକ କ୍ରିକେଟ ଖେଳିବ। ଖେଳାଳିମାନଙ୍କୁ ଭାରତ ବିପକ୍ଷ ମୁକାବିଲାକୁ ନେଇ ଚିନ୍ତା ନ କରିବାକୁ ପରାମର୍ଶ ଦେବି। ମ୍ୟାଚ୍‌ ହାରନ୍ତୁ ଅବା ଜିତନ୍ତୁ, ତାହା ସାଧାରଣ ରହିବ। ଅନ୍ୟ ମ୍ୟାଚ୍‌ ଭଳି ଏହାକୁ ନେବାକୁ ସେ କହିଛନ୍ତି।

ଏହାଛଡ଼ା ଭାରତୀୟ ଟିମ୍‌କୁ ନେଇ ଶୋଏବ କହିଛନ୍ତି, ଟିମ୍‌ ଇଣ୍ଡିଆ ଖରାପ ସ୍ଥିତିରେ ଅଛି। ତାଙ୍କ ଉପରେ ଚାପ ଅଧିକ। ଗଣମାଧ୍ୟମରେ ମ୍ୟାଚ୍‌କୁ ନେଇ ବହୁତ ଚର୍ଚ୍ଚା ହେଉଛି। ଏଥିପାଇଁ ଖେଳାଳିଙ୍କ ଉପରେ ଚାପ ଅଧିକ। ସେମାନେ ନିଜର ମନୋବଳ ସଠିକ ରଖିବାକୁ ଚେଷ୍ଟା କରୁଛନ୍ତି। ଦେଖିବାକୁ ଗଲେ ମ୍ୟାଚ୍‌ରେ ହାରିବା ଲାଗି ପାକିସ୍ତାନ ପାଖରେ କିଛି ନାହିଁ। ଦଳକୁ ଗୋଟିଏ-ଦୁଇଟି ମ୍ୟାଚ୍‌ ଜିତିବାକୁ ପଡ଼ିବ। ଏହାପରେ ସେ ସେମିଫାଇନାଲ ପାଇଁ କ୍ୱାଲିଫାଏ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri