ସଙ୍କଟରେ ଭାରତୀୟ ଅର୍ଥ ବ୍ୟବସ୍ଥା; ୧୪.୮% ଖସିଯିବ ଜିଡିପି

ନୂଆଦିଲ୍ଲୀ, ୯।୯ : କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଏହାର ପ୍ରଭାବରେ ଭାରତୀୟ ଅର୍ଥ ବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସରେ -୨୩.୯% ଖସିଛି। ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତକୁ ସବୁଠାରୁ ବଡ଼ ଝଟକା ଲାଗିଛି। ଚଳିତ ଆର୍ଥିକ ବର୍ଷ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଋଣାତ୍ମକ ରହିବ ବୋଲି ବିଶ୍ୱର ପ୍ରମୁଖ ରେଟିଂ ଏଜେନ୍ସିଗୁଡିକ ପୂର୍ବାନୁମାନ କରିସାରିଲେଣି। ବର୍ତ୍ତମାନ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ଏହି ଏଜେନ୍ସିଗୁଡିକ ମତ ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ଦେଶର ଜିଡିପି ଯେଉଁ ହାରରେ ଖସିବ ବୋଲି ଏଜେନ୍ସିଗୁଡିକ ପୂର୍ବରୁ କହିଥିଲେ ତାକୁ ବର୍ତ୍ତମାନ ପରିବର୍ତ୍ତନ କରୁଛନ୍ତି। ପରିବର୍ତ୍ତିତ ଆକଳନକୁ ଦେଖିଲେ ଜିଡିପି ପୂର୍ବରୁ କେବେ ଏଭଳି ସ୍ଥିତି ଦେଇ ଗତି କରିନାହିଁ। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଅନୁମାନ କରିହେବ।
ଆମେରିକାର ବ୍ରୋକ୍‌ରେଜ ଏଜେନ୍ସି ଗୋଲ୍ଡ ମ୍ୟାନ୍‌ ସ୍ୟାଚ୍‌ ମଙ୍ଗଳବାର କହିଛି, ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରାୟ ୧୪.୮% ଖସିବ। ଭାରତ ବର୍ତ୍ତମାନ କରୋନା ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ରହିଛି। ସେପ୍ଟେମ୍ବର ତ୍ରୈମାସରେ ଜିଡିପି ୧୩.୭%, ଡିସେମ୍ବର ତ୍ରୈମାସରେ ୯.୮% ଖସିବା ନେଇ ଏହା ଆକଳନ କରିଛି। ଏହି ଅବଧିରେ ଜିଡିପି ୧୦.୭% ଏବଂ ୬.୭% ଖସିବ ବୋଲି ଏହା ପୂର୍ବରୁ କହିଥିଲା। ମାତ୍ର ବର୍ତ୍ତମାନ ସ୍ଥିତି ବିଗୁଡୁଥିବାରୁ ଏହା ପୂର୍ବର ଆକଳନକୁ ପରିବର୍ତ୍ତନ କରିଥିବା ଜଣାପଡିଛି। ୨୦୨୦ରେ ଦେଶର ରିୟଲ ଜିଡିପି ୧୧.୧% ଏବଂ ଆର୍ଥତ୍କ ବର୍ଷ ୨୦୨୦-୨୧ରେ ୧୪.୮% ଖସିବା ନେଇ ଏହି ଏଜେନ୍ସି ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଏହି ଅବଧିରେ ଦେଶର ଜିଡିପି ୧୧.୮% ଖସିବା ନେଇ ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ କହିସାରିଛି। ସେହିଭଳି ୧୦.୯% ଜିଡିପି ହ୍ରାସ ନେଇ ଏସ୍‌ବିଆଇ ରିସର୍ଚ୍ଚ ପୂର୍ବରୁ ରିପୋର୍ଟ ପ୍ରଦାନ କରିଛି। ଚଳିତ ଆର୍ଥତ୍କ ବର୍ଷ ଭାରତର ଜିଡିପି ୧୦.୫% ହ୍ରାସ ହେବା ନେଇ ଫିଚ୍‌ ରେଟିଂ ସୂଚନା ଦେଇଛି। ଅଭିବୃଦ୍ଧି ୫% ଖସିବା ନେଇ ଏହି ଏଜେନ୍ସି ପୂର୍ବରୁ ମତ ରଖିଥିଲା।
ଏଭଳି ସ୍ଥିତିରେ ରେଟିଂ ଏଜେନ୍ସି ନୋମୁରା ଭାରତର ଅଭିବୃଦ୍ଧି -୧୦.୮% ଖସିବା ନେଇ ପୂର୍ବାନୁମାନ କରିଛି। ସେହିଭଳି ଏଚ୍‌ଏସ୍‌ବିସି -୭.୨%, ମୋର୍ଗାନ ଷ୍ଟାନ୍‌ଲି -୫% ଜିଡିପି ହ୍ରାସ ନେଇ ଏହାର ରିପୋର୍ଟରେ ଆକଳନ କରିଥିବା ଜଣାପଡିଛି। ୨୦୨୧-୨୨ରେ ଅଭିବୃଦ୍ଧି ସ୍ଥିତାବସ୍ଥାକୁ ଫେରିବା ସହ ୧୫.୭% ଛୁଇଁପାରେ। ୨୦୨୦ ଜୁନ୍‌ରେ ହୋଇଥିବା କ୍ଷତି ପୂରଣ ହେବା ଲାଗି ୨୦୨୧ ଜୁନ୍‌ ଯାଏ ସମୟ ଲାଗିପାରେ। ୨୦୨୧ର ଏପ୍ରିଲ-ଜୁନ୍‌ ସମୟରେ ରିଅଲ ଜିଡିପି ଅଭିବୃଦ୍ଧି ୨୭.୧% ରହିବା ନେଇ ଗୋଲ୍ଡମ୍ୟାନ ସ୍ୟାଚ୍‌ ଆକାଶ ପ୍ରକଟ କରିଛି। ସୂଚନାଯୋଗ୍ୟ, କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ଗତ ୪ ଦଶନ୍ଧିର ସବୁଠାରୁ ଖରାପ ସ୍ଥିତିକୁ ଚାଲିଯାଇଛି। କରୋନା ଦ୍ୱାରା ବେଶି ପ୍ରଭାବିିତ ହୋଇଥିବା ଦେଶ ଆମେରିକା ଏବଂ ଇଟାଲୀଠାରୁ ମଧ୍ୟ ଭାରତର ଜିଡିପି ହ୍ରାସ ଅଧିକ ରହିଛି। ଏହା ବଜାର ବିଶେଷଜ୍ଞଙ୍କ ଚିନ୍ତା ବଢାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri