ସଙ୍କଟରେ ଭାରତୀୟ ଅର୍ଥ ବ୍ୟବସ୍ଥା; ୧୪.୮% ଖସିଯିବ ଜିଡିପି

ନୂଆଦିଲ୍ଲୀ, ୯।୯ : କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଏହାର ପ୍ରଭାବରେ ଭାରତୀୟ ଅର୍ଥ ବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସରେ -୨୩.୯% ଖସିଛି। ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତକୁ ସବୁଠାରୁ ବଡ଼ ଝଟକା ଲାଗିଛି। ଚଳିତ ଆର୍ଥିକ ବର୍ଷ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଋଣାତ୍ମକ ରହିବ ବୋଲି ବିଶ୍ୱର ପ୍ରମୁଖ ରେଟିଂ ଏଜେନ୍ସିଗୁଡିକ ପୂର୍ବାନୁମାନ କରିସାରିଲେଣି। ବର୍ତ୍ତମାନ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ଏହି ଏଜେନ୍ସିଗୁଡିକ ମତ ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ଦେଶର ଜିଡିପି ଯେଉଁ ହାରରେ ଖସିବ ବୋଲି ଏଜେନ୍ସିଗୁଡିକ ପୂର୍ବରୁ କହିଥିଲେ ତାକୁ ବର୍ତ୍ତମାନ ପରିବର୍ତ୍ତନ କରୁଛନ୍ତି। ପରିବର୍ତ୍ତିତ ଆକଳନକୁ ଦେଖିଲେ ଜିଡିପି ପୂର୍ବରୁ କେବେ ଏଭଳି ସ୍ଥିତି ଦେଇ ଗତି କରିନାହିଁ। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଅନୁମାନ କରିହେବ।
ଆମେରିକାର ବ୍ରୋକ୍‌ରେଜ ଏଜେନ୍ସି ଗୋଲ୍ଡ ମ୍ୟାନ୍‌ ସ୍ୟାଚ୍‌ ମଙ୍ଗଳବାର କହିଛି, ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରାୟ ୧୪.୮% ଖସିବ। ଭାରତ ବର୍ତ୍ତମାନ କରୋନା ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ରହିଛି। ସେପ୍ଟେମ୍ବର ତ୍ରୈମାସରେ ଜିଡିପି ୧୩.୭%, ଡିସେମ୍ବର ତ୍ରୈମାସରେ ୯.୮% ଖସିବା ନେଇ ଏହା ଆକଳନ କରିଛି। ଏହି ଅବଧିରେ ଜିଡିପି ୧୦.୭% ଏବଂ ୬.୭% ଖସିବ ବୋଲି ଏହା ପୂର୍ବରୁ କହିଥିଲା। ମାତ୍ର ବର୍ତ୍ତମାନ ସ୍ଥିତି ବିଗୁଡୁଥିବାରୁ ଏହା ପୂର୍ବର ଆକଳନକୁ ପରିବର୍ତ୍ତନ କରିଥିବା ଜଣାପଡିଛି। ୨୦୨୦ରେ ଦେଶର ରିୟଲ ଜିଡିପି ୧୧.୧% ଏବଂ ଆର୍ଥତ୍କ ବର୍ଷ ୨୦୨୦-୨୧ରେ ୧୪.୮% ଖସିବା ନେଇ ଏହି ଏଜେନ୍ସି ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଏହି ଅବଧିରେ ଦେଶର ଜିଡିପି ୧୧.୮% ଖସିବା ନେଇ ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ କହିସାରିଛି। ସେହିଭଳି ୧୦.୯% ଜିଡିପି ହ୍ରାସ ନେଇ ଏସ୍‌ବିଆଇ ରିସର୍ଚ୍ଚ ପୂର୍ବରୁ ରିପୋର୍ଟ ପ୍ରଦାନ କରିଛି। ଚଳିତ ଆର୍ଥତ୍କ ବର୍ଷ ଭାରତର ଜିଡିପି ୧୦.୫% ହ୍ରାସ ହେବା ନେଇ ଫିଚ୍‌ ରେଟିଂ ସୂଚନା ଦେଇଛି। ଅଭିବୃଦ୍ଧି ୫% ଖସିବା ନେଇ ଏହି ଏଜେନ୍ସି ପୂର୍ବରୁ ମତ ରଖିଥିଲା।
ଏଭଳି ସ୍ଥିତିରେ ରେଟିଂ ଏଜେନ୍ସି ନୋମୁରା ଭାରତର ଅଭିବୃଦ୍ଧି -୧୦.୮% ଖସିବା ନେଇ ପୂର୍ବାନୁମାନ କରିଛି। ସେହିଭଳି ଏଚ୍‌ଏସ୍‌ବିସି -୭.୨%, ମୋର୍ଗାନ ଷ୍ଟାନ୍‌ଲି -୫% ଜିଡିପି ହ୍ରାସ ନେଇ ଏହାର ରିପୋର୍ଟରେ ଆକଳନ କରିଥିବା ଜଣାପଡିଛି। ୨୦୨୧-୨୨ରେ ଅଭିବୃଦ୍ଧି ସ୍ଥିତାବସ୍ଥାକୁ ଫେରିବା ସହ ୧୫.୭% ଛୁଇଁପାରେ। ୨୦୨୦ ଜୁନ୍‌ରେ ହୋଇଥିବା କ୍ଷତି ପୂରଣ ହେବା ଲାଗି ୨୦୨୧ ଜୁନ୍‌ ଯାଏ ସମୟ ଲାଗିପାରେ। ୨୦୨୧ର ଏପ୍ରିଲ-ଜୁନ୍‌ ସମୟରେ ରିଅଲ ଜିଡିପି ଅଭିବୃଦ୍ଧି ୨୭.୧% ରହିବା ନେଇ ଗୋଲ୍ଡମ୍ୟାନ ସ୍ୟାଚ୍‌ ଆକାଶ ପ୍ରକଟ କରିଛି। ସୂଚନାଯୋଗ୍ୟ, କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ଗତ ୪ ଦଶନ୍ଧିର ସବୁଠାରୁ ଖରାପ ସ୍ଥିତିକୁ ଚାଲିଯାଇଛି। କରୋନା ଦ୍ୱାରା ବେଶି ପ୍ରଭାବିିତ ହୋଇଥିବା ଦେଶ ଆମେରିକା ଏବଂ ଇଟାଲୀଠାରୁ ମଧ୍ୟ ଭାରତର ଜିଡିପି ହ୍ରାସ ଅଧିକ ରହିଛି। ଏହା ବଜାର ବିଶେଷଜ୍ଞଙ୍କ ଚିନ୍ତା ବଢାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri