ଆଇଆର୍‌ସିଟିସିରୁ ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ,୯।୯: ଇଣ୍ଡିଆନ ରେଲଓ୍ବେ କ୍ୟାଟେରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି)ରୁ ସରକାର ପ୍ରାୟ ୧୫ରୁ ୨୦% ଅଂଶଧନ କ୍ରୟ କରିବା ଲାଗି ଯୋଜନା ରଖିଛନ୍ତି। ଅଫର ଅଫ୍‌ ସେଲ୍‌ (ଓଏଫ୍‌ଏସ୍‌) ଦ୍ୱାରା ଏହି ପ୍ରକ୍ରିୟା ସମ୍ପାଦିତ କରିବା ନେଇ ଯୋଜନା ରଖାଯାଇଛି। ଏହାକୁ ସମ୍ପାଦନ କରିବା ଲାଗି ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ) ଗତ ମାସରେ ମର୍ଚ୍ଚାଣ୍ଟ ବ୍ୟାଙ୍କର ନିଯୁକ୍ତି ଲାଗି ବିଡ୍‌ ଆହ୍ବାନ କରିଥିଲା। ପ୍ରକୃତ ପକ୍ଷେ କେତେ ପରିମାଣର ଅଂଶଧନ ବିକ୍ରି ହେବ ସେ ନେଇ ସ୍ପଷ୍ଟ ହୋଇପାରିନାହିଁ। ସେପ୍ଟେମ୍ବର ୪ରେ ଏଥିଲାଗି ଏକ ପ୍ରିବିଡ୍‌ ବୈଠକ ଡକାଯାଇଥିଲା। ଏଥିରେ ସମ୍ଭାବ୍ୟ ବିଡର ଭାଗ ନେଇଥିବା ଜଣାପଡିଛି। ବିଡରଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦୀପମ ବର୍ତ୍ତମାନ ପ୍ରଦାନ କରୁଥିବା ସୂଚନା ମିଳିଛି।
୧୫ରୁ ୨୦% ଅଂଶଧନ ସରକାର ବିକ୍ରି କରିପାରନ୍ତି ବୋଲି ପ୍ରାରମ୍ଭିକ ସୂଚନା ମିଳିଛି। ଏ ନେଇ ସ୍ପଷ୍ଟ ସୂଚନା ମର୍ଚ୍ଚାଣ୍ଟ ବ୍ୟାଙ୍କରଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଆଇଆର୍‌ସିଟିସିରେ ବର୍ତ୍ତମାନ ସରକାରଙ୍କ ୮୭.୪୦% ଅଂଶଧନ ରହିଛି। ସେବିର ପବ୍ଲିକ ହୋଲ୍ଡିଂ ନିୟମ ଅନୁସାରେ ଏହାକୁ ୭୫%କୁ ଖସାଇବାର ନିୟମ ରହିଛି। ଭାରତୀୟ ରେଲଓ୍ବେର ଏକ ଅଂଶବିଶେଷ ଭାବେ ଆଇଆର୍‌ସିଟିସି କାର୍ଯ୍ୟ କରୁଛି। ସରକାର ଚଳିତ ଆର୍ଥତ୍କ ବର୍ଷରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକରୁ ଅଂଶଧନ ବିକ୍ରି ଦ୍ୱାରା ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ଏହା ଅନ୍ତର୍ଗତ ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। କରୋନା ଯୋଗୁ ବଜାରର ସ୍ଥିତି ଭଲ ନ ଥିବାରୁ ଏହା ସରକାରଙ୍କ ଅଂଶଧନ ବିକ୍ରି କ୍ଷେତ୍ରରେ ବାଧା ଉପୁଜାଉଛି। ଏପ୍ରିଲ ୨୦୧୭ରେ କେନ୍ଦ୍ର କ୍ୟାବିନେଟ ରେଲଓ୍ବେର ୫ କମ୍ପାନୀଙ୍କୁ ସୂଚୀଭୁକ୍ତ କରାଇବା ଲାଗି ମଞ୍ଜୁରୀ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri