ଚାଇନା ମୋବାଇଲ ବ୍ରାଣ୍ଡଠାରୁ ଦୂରେଇ ଯାଉଛନ୍ତି ଭାରତୀୟ ଗ୍ରାହକ: ଆଇଡିସି ରିପୋର୍ଟ…

ନୂଆଦିଲ୍ଲୀ,୩୦।୧୦ : ଭାରତୀୟମାନେ ଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡଠାରୁ ଦୂରେଇବାରେ ଲାଗିଛନ୍ତି। ଇଣ୍ଟରନ୍ୟାଶନାଲ ଡାଟା କର୍ପୋରେଶନ (ଆଇଡିସି) ରିପୋର୍ଟ ଅନୁଯାୟୀ, ୨୦୨୩ ବର୍ଷର ତୃତୀୟ ତ୍ରୟମାସିକରେ ସାମସଙ୍ଗ ଏବଂ ଆପଲ ବ୍ରାଣ୍ଡେଡ ଫୋନର ବିକ୍ରି ସର୍ବାଧିକ ହୋଇଛି। ବଜାର ଅଂଶଧନ ଦୃଷ୍ଟିରୁ ଏହି ଉଭୟ ସ୍ମାର୍ଟଫୋନ ବଜାରରେ ଆଧିପତ୍ୟ ବିସ୍ତାର କରିଛନ୍ତି। ଏହା ପରେ ଚାଇନିଜ ସ୍ମାର୍ଟଫୋନ ବ୍ରାଣ୍ଡର ସଂଖ୍ୟା ରହିଛି। ସାଧାରଣତଃ ଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡ ଭାରତରେ ପ୍ରାଧାନ୍ୟ ବିସ୍ତାର କରିଥାଏ, କିନ୍ତୁ ଚଳିତ ବର୍ଷର ଶେଷ କିଛି ତ୍ରୟମାସରେ ଚାଇନାର ବ୍ରାଣ୍ଡର ବଜାର ଅଂଶଧନ ହ୍ରାସ ପାଇଛି।

ବାସ୍ତବରେ, ବଜାର ଅଂଶଧନ ଦୃଷ୍ଟିରୁ ସାମସଙ୍ଗ ବ୍ରାଣ୍ଡ ଶୀର୍ଷରେ ଅଛି। ଚଳିତ ବର୍ଷ ତୃତୀୟ ତ୍ରୟମାସରେ ସାମସଙ୍ଗର ବଜାର ଅଂଶଧନ ୧୯.୭ ପ୍ରତିଶତ ଥିଲା, ଯାହା ସର୍ବାଧିକ ଅଟେ। କିନ୍ତୁ ଗତ ବର୍ଷ ତୁଳନାରେ ଏହା ୮.୪ ପ୍ରତିଶତ ହ୍ରାସ ହୋଇଛି। ଏହି ତାଲିକାରେ ଆପଲ ଦ୍ୱିତୀୟ ସ୍ଥାନରେ ଅଛି। ତୃତୀୟ ତ୍ରୟମାସରେ ଆପଲର ବଜାର ଅଂଶଧନ ୧୭.୭ ପ୍ରତିଶତ ଥିଲା, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଅଟେ। ଗତ ବର୍ଷ ତୁଳନାରେ ଏଥିରେ ୨.୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି।

ସାମସଙ୍ଗ ଏବଂ ଆପଲ ପରେ ଜିଓମି ତୃତୀୟ ସ୍ଥାନ ଅଧିକାର କରିଛି । ଜିଓମିର ବଜାର ଅଂଶଧନ ୧୩.୭ ପ୍ରତିଶତ ହୋଇଛି, ଯେଉଁଥିରେ ଗତ ଏକ ବର୍ଷରେ ପ୍ରାୟ ୨.୪ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। ଓପୋ ଚତୁର୍ଥ ସ୍ଥାନରେ ଅଛି। ଓପୋର ବଜାର ଅଂଶଧନ ୮.୯ ପ୍ରତିଶତ ହୋଇଛି। କିନ୍ତୁ ଗତ ବର୍ଷ ତୁଳନାରେ ଏଥିରେ ୬.୫ ପ୍ରତିଶତ ହ୍ରାସ ଘଟିଛି। ଏହି ତାଲିକାରେ ପଞ୍ଚମ ସ୍ଥାନରେ ଟ୍ରାନ୍ସସିଅନ କମ୍ପାନୀ ରହିଛି। ତିନୋଟି ସ୍ମାର୍ଟଫୋନ ବ୍ରାଣ୍ଡ ଟେକ୍ନୋ, ଇନଫିନିକ୍ସ ଏବଂ ଆଇଟେଲ ଏହି କମ୍ପାନୀର। ଏହି ତିନୋଟିର ମିଳିତ କମ୍ପାନୀ ଟ୍ରାନ୍ସସିଅନର ବଜାର ଅଂଶଧନ ୮.୬ ପ୍ରତିଶତ ହୋଇଛି । ଗତ ବର୍ଷ ତୁଳନାରେ ଏଥିରେ ୩୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?