ରୁଷିଆରୁ ତେଲ ଆଣିବାକୁ ଭାରତୀୟ କମ୍ପାନୀ ଆଗ୍ରହୀ

ନୂଆଦିଲ୍ଲୀ,୧୮ା୩ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ରୁଷିଆରୁ ଅଶୋଧି ତୈଳ ଆମଦାନୀ ନେଇ ସୂଚନା ମିଳିବା ପରେ ଦେଶର ଅନ୍ୟ କମ୍ପାନୀ ଯଥା ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ଏଚ୍‌ପିସିଏଲ୍‌) ମଧ୍ୟ ରୁଷିଆଠାରୁ ୨୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିଛି। ଅପରପକ୍ଷରେ ଭାରତୀୟ ତୈଳ ରିଫାଇନେରି କମ୍ପାନୀଗୁଡ଼ିକ ରୁଷିଆଠାରେ କମ୍‌ ଦାମ୍‌ରେ ଉପଲବ୍ଧ ତୈଳ କ୍ରୟ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏପରିକି ଆଇଓସିଏଲ୍‌ ଭଳି ଏଚ୍‌ପିସିଏଲ୍‌ ମଧ୍ୟ ୟୁରୋପିଆନ୍‌ ଟ୍ରେଡର ‘ଭିଟୋଲ୍‌’ ଜରିଆରେ ୟୁରାଲ୍ଡ କ୍ରୁଡ୍‌ (ରୁଷିଆରେ ଉପଲବ୍ଧ ଅଶୋଧିତ ତୈଳ) କ୍ରୟ କରିଛନ୍ତି। ସେହିଭଳି ମାଙ୍ଗାଲୋର ରିଫାଇନେରି ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡ୍‌ (ଏମ୍‌ଆର୍‌ପିଏଲ୍‌) ପକ୍ଷରୁ ୧୦ଲକ୍ଷ ବ୍ୟାରେଲ ସମାନ ପ୍ରକାର ଅଶୋଧିତ ତୈଳ କ୍ରୟ କରିବାକୁ ଟେଣ୍ଡର ଜାରି କରାଯାଇଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ବିଭିନ୍ନ ପଶ୍ଚିମ ଦେଶଗୁଡ଼ିକ ରୁଷିଆ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି। ଫଳରେ ଅନେକ ଦେଶ ରୁଷିଆ ନିକଟରୁ ଅଶୋଧିତ ତୈଳ କ୍ରୟ କରିବାରୁ ବଞ୍ଚିତ ହେଉଛନ୍ତି। ଫଳରେ ରୁଷିଆ ବଜାରରେ ଅଶୋଧିତ ତୈଳ ଦର କମ୍‌ ରହିଛି। ଏହାର ସୁଯୋଗ ଉଠାଇବା ପାଇଁ ଭାରତୀୟ ରିଫାଇନେରି କମ୍ପାନୀଗୁଡ଼ିକ ରୁଷିଆଠାରୁ କମ୍‌ ଦାମ୍‌ରେ ତେଲ କ୍ରୟ କରିବାକୁ ଟେଣ୍ଡରମାନ ଜାରି କରିଛନ୍ତି। ଦେଶର ସର୍ବବୃହତ୍‌ ପେଟ୍ରୋଲିୟମ୍‌ କମ୍ପାନୀ ଆଇଓସିଏଲ୍‌ ଗତ ସପ୍ତାହରେ ଭିଟୋଲ୍‌ ଜରିଆରେ ମେ’ ମାସ ଡେଲିଭରି ପାଇଁ ରୁଷିଆଠାରୁ ଅଶୋଧିତ ତୈଳ କ୍ରୟ କରିଛି। କମ୍ପାନୀକୁ ଏହି ତୈଳ ବ୍ୟାରେଲ ପିଛା ୨୦-୨୫ ଡଲାରରେ କ୍ରୟ କରିଛି। ସେହିପରି ଚଳିତ ସପ୍ତାହରେ ଏଚ୍‌ପିସିଏଲ୍‌ ୨୦ଲକ୍ଷ ବ୍ୟାରେଲ ୟୁରାଲ୍ଡ କ୍ରୁଡ୍‌ କ୍ରୟ କରିଛିି। ତେବେ ବିଶ୍ୱର ସର୍ବବୃହତ୍‌ ରିଫାଇନେରି ପରିଚାଳନା କରୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଆମେରିକାରେ ନିବେଶ ରହିଥିବାରୁ ଏହା ରୁଷିଆ ନିକଟରୁ ତୈଳ କ୍ରୟ କରିବା ସୁଯୋଗରୁ ବଞ୍ଚିତ ହୋଇପାରେ। ୨୦୨୦ଠାରୁ ରୁଷିଆର ରୋସ୍‌ନେଫ୍ଟରୁ ତୈଳ କ୍ରୟ ପାଇଁ ଆଇଓସିଏଲ୍‌ର ବୁଝାମଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri