Posted inଖେଳ

ଗୋଟିଏ ହେଲେ ଉଇକେଟ ନେଇପାରିଲେ ନାହିଁ

କାନପୁର,୨୬।୧୧: ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ୫୭ ଓଭର ବୋଲିଂ କରିବା ପରେ ମଧ୍ୟ ନ୍ୟୁଜିଲାଣ୍ଡର ଗୋଟିଏ ହେଲେ ଉଇକେଟ ନେଇପାରିନାହାନ୍ତି ଭାରତୀୟ ବୋଲର। ତାହା ପୁଣି ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ଇଶାନ୍ତ ଶର୍ମାଙ୍କ ଭଳି ଅଭିଜ୍ଞ ବୋଲରଙ୍କ ଉପସ୍ଥିତିରେ। ଏଥିଲାଗି ନ୍ୟୁଜିଲାଣ୍ଡର ଦୁଇ ଓପନର ଟମ୍‌ ଲଥାମ ଓ ଓ୍ବିଲ ୟଙ୍ଗଙ୍କୁ ଶ୍ରେୟ ଦେବାକୁ ପଡ଼ିବ। ଦୁହେଁ ଭାରତୀୟ ବୋଲରଙ୍କୁ ଉଇକେଟ ନେବାକୁ ସୁଯୋଗ ନ ଦେଇ ପୂରା ଦିନ ବ୍ୟାଟିଂ କରିଥିଲେ। ଲଥାମ ୫୦ (୪ ଚୌକା) ଓ ୟଙ୍ଗଙ୍କ ଅପରାଜିତ ୭୫ (୧୨ ଚୌକା) ରନ୍‌ ପାଳି ଯୋଗୁ ନ୍ୟୁଜିଲାଣ୍ଡ ବିନା କ୍ଷତିରେ ୧୨୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଭ୍ରମଣକାରୀ ଦଳକୁ ଇନିଂସ ଅଗ୍ରଣୀ ପାଇଁ ବଳକା ୧୦ ଉଇକେଟରେ ୨୧୭ ରନ୍‌ ଦରକାର।

ପୂର୍ବରୁ ୩୪୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ଟିମ୍‌ ଇଣ୍ଡିଆ। ପୂର୍ବ ଦିନର ସ୍କୋର (୨୫୮/୪)ରୁ ବ୍ୟାଟିଂ କରିଥିବା ଘରୋଇ ଦଳ ବଳକା ୬ ଉଇକେଟରେ ମାତ୍ର ୮୭ ରନ୍‌ ଯୋଡ଼ି ପାରିଥିଲା। ପଦାର୍ପଣକାରୀ ବ୍ୟାଟର ଶ୍ରେୟାସ ଆୟାର (୧୦୫ ରନ୍‌, ୧୩ ଚୌକା ଓ ୨ ଛକା) ଶତକକୁ ଛାଡ଼ି ଦେଲେ ମ୍ୟାଚ୍‌ର ଦ୍ୱିତୀୟ ଦିନ ସମ୍ପୂର୍ଣ୍ଣ ରୂପେ ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ଥିଲା। ଟିମ୍‌ ସୌଦି ୫ ଉଇକେଟ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri