Posted inଜାତୀୟ

ଭାରତୀୟ ସେନାଙ୍କ ମାନବିକତା: ବଞ୍ଚାଇଲେ ଚାଇନା ନାଗରିକଙ୍କ ଜୀବନ

ନୂଆଦିଲ୍ଲୀ,୫।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢୁଥିବା ବେଳେ ଚାଇନା ଏବେ ଯୁଦ୍ଧ କରିବା ଲକ୍ଷ୍ୟରେ ରହିଛି। ହେଲେ ଏତେ ପରେ ବି ଚାଇନା ନାଗରିକଙ୍କ ଅସୁବିଧାକୁ ଦେଖି ନିଜ ଧର୍ମ ପାଳନ କରିଛନ୍ତିି ଭାରତୀୟ ସେନା। ସେନା ପକ୍ଷରୁ ଜାରି ଏକ ବୟାନରୁ ଜଣାପଡିଛି, ୩ ଚାଇନା ନାଗରିକ ସେପ୍ଟେମ୍ବର ୩ରେ ଉତ୍ତର ସିକ୍କିମରେ ‘ଜିରୋ ଡିଗ୍ରୀ’ ତାପମାତ୍ରାରେ ଫସି ଯାଇଥିଲେ। ପାଖାପାଖି ୧୭,୫୦୦ ଫୁଟ ଉପରେ ସିକ୍କିମର ପଠାର ଅଞ୍ଚଳରେ ଜଣେ ମହିଳା ଓ ୨ ପୁରୁଷ ଚାଇନା ନାଗରିକ ରାସ୍ତା ଭୁଲି ଯାଇଥିଲେ। ଆଉ ଏହା ଦେଖିବା ପରେ ସାହାଯ୍ୟର ହାତ ବଢାଇଥିଲା ଭାରତୀୟ ସେନା। ତୁରନ୍ତ ଏମାନଙ୍କୁ ସାହାଯ୍ୟ କରିବାକୁ ଯାଇ ଭାରତୀୟ ଯବାନ ଏମାନଙ୍କୁ ଅକ୍ସିଜେନ, ଖାଦ୍ୟ, ଗରମ ପୋଷାକ ଓ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ। ଏହାସହ ସେମାନଙ୍କ ଗନ୍ତବ୍ୟ ପଥରେ ପହଞ୍ଚିବାର ଉଚିତ୍‌ ରାସ୍ତା ମଧ୍ୟ ଦେଖାଇ ଦେଇଥିଲେ। ତେବେ ଭାରତୀୟ ସେନାଙ୍କ ଏଭଳି ସହଯୋଗ ଦେଖି ରାସ୍ତା ଭୁଲି ଯାଇଥିବା ଚାଇନା ନାଗରିକ ଭାରତ ସମେତ ଭାରତୀୟ ସେନାଙ୍କୁ ଧନ୍ୟବାଦ ଜଣାଇଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଛାତ୍ରଙ୍କୁ କୋର୍ଟ ଆଗରେ ମାଡ଼

ଆଗ୍ରା,୨୯।୧୦ : ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ପରେ ଉତ୍ସବ ମନାଇବାରୁ ଜମ୍ମୁ-କଶ୍ମୀରର ୩ ଛାତ୍ର ଗିରଫ ହୋଇଛନ୍ତି। ସେମାନଙ୍କୁ ଗୁରୁବାର ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର...

କେନ୍ଦ୍ର ପାଖରେ ୧୦.୬୯ ଲକ୍ଷ ଯୌନ ଅପରାଧୀଙ୍କ ତଥ୍ୟ

ନୂଆଦିଲ୍ଲୀ, ୨୮ା୪: ଦେଶରେ ଯୌନ ଅପରାଧ କରିଥିବା ୧୦.୬୯ ଜଣଙ୍କ ବାବଦରେ ବିସ୍ତୃତ ତଥ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଖରେ ରହିଛି। ନୂଆ ଅପରାଧକୁ ଟ୍ରାକ୍‌ କରିବା...

ରାଗିଲେ ଦିଦି: ୪ଶହ ଲୋକଙ୍କ ପାଇଁ ୨ ଶୌଚାଳୟ

କୋଲକାତା,୨୦।୮: ଆଲୋଚନା ହେଉଛି ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପଡିଲାଣି ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋରଙ୍କ ଇଫେକ୍ଟ। କାରଣ ପ୍ରଶାନ୍ତ ଆସିଲେ ‘ଦିଦି...

ଶନିବାର ବସିବ ବିଧାୟକ ଦଳର ବୈଠକ

ଅହମ୍ମଦାବାଦ,୯।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ହୋଇଛି। ଏହାପରେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ସପ୍ତାହରେ ଶପଥ...

କରୋନା ଭାଇରସ: ଚିକିତ୍ସା କରୁଥିବା ଡାକ୍ତରଙ୍କ ପରିବାର ହେଲେ ସଂକ୍ରମିତ

ନୂଆଦିଲ୍ଲୀ,୨୬।୩: କରୋନା, କ୍ୱାରାଣ୍ଟାଇନ୍‌, ଆଇସୋଲେଶନ। ଏବେ ଏହି ଶବ୍ଦର ବହୁଳ ବ୍ୟବହାର କରାଯାଉଛି। ଆଉ ଏହି ଶବ୍ଦ ଗୁଡିକ ସାଧାରଣ ଜନତା ପାଇଁ ସୃଷ୍ଟି କରିଛି...

ପାରମ୍ପରିକ ଔଷଧର ଗ୍ଲୋବାଲ ସେଣ୍ଟର ଗୁଜରାଟରେ…

ଅହମଦାବାଦ,୨୬।୩ : ଗୁଜରାଟକୁ ବିଶ୍ୱ ମାନଚିତ୍ରରେ ଉଜ୍ଜ୍ୱଳ କରିବା ପାଇଁ ସରକାର ଆଉ ଏକ ଉପହାର ଦେବାକୁ ଯାଉଛନ୍ତି । ପାରମ୍ପରିକ ଔଷଧ ଉପରେ ବିଶ୍ୱସ୍ବାସ୍ଥ୍ୟ...

ବିଲକିସ ବାନୋ ମାମଲାରୁ ନିଜକୁ ଦୂରେଇ ରଖିଲେ ବିଚାରପତି ବେଲା ତ୍ରିବେଦୀ…

ନୂଆଦିଲ୍ଲୀ,୪।୧ : ଜଷ୍ଟିସ ବେଲା ଏମ ତ୍ରିବେଦୀ ସୁପ୍ରିମକୋର୍ଟର ବେଞ୍ଚରୁ ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ମାମଲାର ଶୁଣାଣିରୁ ନିଜକୁ...

ଅଢ଼େଇ ଲକ୍ଷରୁ ଅଧିକ ଲୋକ କରିଛନ୍ତି ସ୍ବେଛାକୃତ ରକ୍ତଦାନ, ମାନବିକତାକୁ ମଜବୁତ କରିଛି ରକ୍ତଦାନ…

ନୂଆଦିଲ୍ଲୀ, ୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ରକ୍ତଦାନ ଅଭିଯାନରେ ଅଢ଼େଇ ଲକ୍ଷରୁ...

Advertisement
Archives

Model This Week