Posted inଜାତୀୟ

ବାୟୁସେନାର ଶକ୍ତି ପ୍ରଦର୍ଶନ, ଫ୍ରାନ୍ସରୁ ଆସିଲା ୩୬ ତମ ରାଫାଲ

ନୂଆଦିଲ୍ଲୀ,୧୫ ।୧୨: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଗୁରୁବାର ଭାରତୀୟ ବାୟୁସେନାର ଶକ୍ତି ଆହୁରି ମଜଭୁତ ହୋଇଛି । ଭାରତୀୟ ବାୟୁସେନାରେ ଆଉ ଏକ ରାଫାଲ ବିମାନ ସାମିଲ ହୋଇଛି । ଫ୍ରାନ୍ସ ସହ ହୋଇଥିବା ରାଫାଲ ଚୁକ୍ତି ଅନୁଯାୟୀ ଶେଷ ତଥା ୩୬ ତମ ରାଫାଲ ବିମାନ ଭାରତ ପହଞ୍ଚିଛି ।

ଫ୍ରାନ୍ସରୁ ୩୬ ତମ ରାଫାଲ ଯୁଦ୍ଧ ବିମାନ ଗୁରୁବାର ଅର୍ଥାତ୍ ୧୫ ଡିସେମ୍ବରରେ ଭାରତରେ ପହଞ୍ଚିଛି । ଭାରତୀୟ ବାୟୁସେନା ଟୁଇଟ କରି ଏହି ସୂଚନା ଦେଇଛି । ପଶ୍ଚିମବଙ୍ଗର ହାସିମାରା ଏୟାର ବେସରେ ଏହି ରାଫାଲକୁ ଲ୍ୟାଣ୍ଡ କରାଯାଇଛି । ଏହାସହ ଫ୍ୟାନ୍ସ ସହିତ ହୋଇଥିବା ରାଫାଲ ଚୁକ୍ତି ଶେଷ ହୋଇଛି । ସୂଚନାଯୋଗ୍ୟ, ପ୍ରଥମ ରାଫାଲ ଯୁଦ୍ଧ ବିମାନ ଗତବର୍ଷ ଜୁଲାଇରେ ଭାରତ ଆସିଥିଲା ।
ସମାଚାର ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ୩୬ ତମ ତଥା ଶେଷ ରାଫାଲ ବିମାନ ଭାରତ ପହଞ୍ଚିବା ପାଇଁ ଫ୍ରାନ୍ସରୁ ଉଡାଣ ଆରମ୍ଭ କରିବା ପରେ ୟୁଏଇ ଏୟାରକ୍ରାପ୍ଟରୁ ଆକାଶରେ ଇନ୍ଧନ ଭରିଥିଲା ଓ ଏହାପରେ ଭାରତରେ ଲ୍ୟାଣ୍ଡ କରିଥିଲା । ସୂଚନାଯୋଗ୍ୟ, ମୋଦି ସରକାର ୨୦୧୬ରେ ଫ୍ରାନ୍ସ ସହ ୫୯,୦୦୦ କୋଟି ଟଙ୍କାର ଚୁକ୍ତି ସହ ଫ୍ରାନ୍ସ ନିକଟରୁ ୩୬ଟି ରାଫାଲ ଯୁଦ୍ଧ ବିମାନ କ୍ରୟ କରିବାକୁ ଚୁକ୍ତି କରିଥିଲେ ।
ଭାରତକୁ ତା’ଣ ଶେଷ ରାଫାଲ ବିମାନ ସେତେବେଳେ ମିଳିଛି ଯେତେବେଳେ ଚାଇନା ସହ ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଅରୁଣାଚଳ ପ୍ରଦେଶର ତୱାଂଗରେ ହୋଇଥିବା ମୁହାଁମୁହିଁ ପରେ ଭାରତୀୟ ବାୟୁସେନାର ପୂର୍ବ କମାଣ୍ଡ ଏଲଏସି ନିକଟରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଭାରତୀୟ ବାୟୁସେନାର ୨ ଦିବସୀୟ ଯୁଦ୍ଧାଭ୍ୟାସରେ ରାଫାଲ ଯୁଦ୍ଧ ବିମାନ ବି ସାମିଲ ହୋଇଛି । ଏହାସହ ସୁଖୋଇ ଓ ଅନ୍ୟ କେତେକ ହେଲିକପ୍ଟର ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri