Posted inଖେଳ

ମନଦୀପଙ୍କ ଡବଲରେ ଜିତିଲା ଭାରତ

ଭୁବନେଶ୍ୱର, ୨୯ା୧୦(ସ୍ପୋଟର୍‌ସବ୍ୟୁରୋ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ପ୍ରୋ ହକି ଲିଗର ଉଦ୍‌ଘାଟନୀ ମୁକାବିଲାରେ ବିଜୟୀ ହୋଇଛି ଭାରତ। ଅନ୍ତିମ କ୍ୱାର୍ଟରରେ ଷ୍ଟ୍ରାଇକର ମନଦୀପ୍‌ ସିଂଙ୍କ ଡବଲ ଗୋଲ ବଳରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଭାରତ ୩-୨ରେ ପଛଆ ରହିଥିବା ବେଳେ ମନଦୀପ(୫୧ ଓ ୫୬ ମିନିଟ) ଦୁଇଟି ଗୋଲ ସ୍କୋର କରି ଭାରତକୁ ବିଜୟୀ କରିଥିଲେ। ପ୍ରଥମ ଦୁଇ କ୍ୱାର୍ଟରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରକୁ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ତେବେ ତୃତୀୟ କ୍ୱାର୍ଟରରେ ୨-୧ର ଅଗ୍ରଣୀ ସହିତ ନ୍ୟୁଜିଲାଣ୍ଡ ଭାରତୀୟ ଶିବିରରେ ଭୀତି ସଞ୍ଚାର କରିଥିଲା। ଅନ୍ତିମ କ୍ୱାର୍ଟରରେ ଭାରତୀୟ ଡିଫେନ୍ସ ଭଲ ପ୍ରଦର୍ଶନ କରିଥିବା ବେଳେ ମନଦୀପ୍‌ଙ୍କ ଡବଲ ଗୋଲ ବଳରେ ଭାରତ ମ୍ୟାଚ ଜିତି ନେଇଥିଲା। ଭାରତ ୪ ଗୋଲ ମଧ୍ୟରୁ ୩ଟି ଫିଲ୍ଡ ଗୋଲ ଏବଂ ଗୋଟିଏ ପେନାଲ୍ଟି ଷ୍ଟ୍ରୋକରୁ ଆସିଥିଲା। ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏ ଫିଲ୍ଠ ଗୋଲ, ପେନାଲ୍ଟି ଷ୍ଟ୍ରୋକ୍‌ ଓ ପେନାଲ୍ଟି କର୍ନରରୁ ଗୋଲ କରିଥିଲା।
ଭାରତ ଓ ନ୍ୟୁଜିଲାଣ୍ଡ ଆରମ୍ଭରୁ ସତର୍କତାର ସହିତ ଖେଳ ଆରମ୍ଭ କରିଥିଲେ। ଭାରତ ପକ୍ଷରୁ ମନଦୀପ୍‌ ମୋର୍‌ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ଫିଲ୍ଡ ଗୋଲରୁ ମନଦୀପ୍‌ ସ୍କୋର କରିବା ସହିତ ଭାରତକୁ ୧-୦ରେ ଅଗ୍ରଣୀ ପ୍ରଦାନ କରିଥିଲେ। ପ୍ରଥମ କ୍ୱାର୍ଟରରେ ପଛୁଆ ରହିବା ପରେ ୨୨ତମ ମିନିଟରେ ଗୋଲ ପରିଶୋଧ କରିଥିଲା ନ୍ୟୁଜିଲାଣ୍ଡ। ପେନାଲ୍ଟି ଷ୍ଟ୍ରୋକରୁ ଲେନ୍‌ ସାମ୍‌ ଏହି ଗୋଲଟି ସ୍କୋର କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଉଭୟ ଦଳ ୧-୧ରେ ରହିଥିଲେ। ତେବେ ତୃତୀୟ କ୍ୱାର୍ଟରରେ ଦୁଇଟି ଗୋଲ ସହିତ ନ୍ୟୁଜିଲାଣ୍ଡ ଅଗ୍ରଣୀ ହାସଲ କରିଥିଲା। ତୃତୀୟ କ୍ୱାର୍ଟରରେ ମାତ୍ର ୨ ମିନିଟ ମଧ୍ୟରେ ଦୁଇ ଗୋଲ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ। ସ୍ମିଥ୍‌ ଜେକ୍‌(୩୪) ଓ ଲେନ୍‌ ସାମ୍‌(୩୫) ନ୍ୟୁଜିଲାଣ୍ଡ ପକ୍ଷରୁ ଗୋଲ ସ୍କୋର କରିଥିଲେ। ତୃତୀୟ କ୍ୱାର୍ଟରରେ ଅଧିନାୟକ ହରମନପ୍ରୀତ୍‌ ସିଂ ଗୋଟିଏ ଗୋଲ ପରିଶୋଧ କରିଥିଲେ। ତେବେ ମନଦୀପ୍‌ ସିଂଙ୍କ ଡବଲ ଗୋଲ ବଳରେ ଭାରତ ୪-୩ରେ ଏହି ମ୍ୟାଚକୁ ଜିତି ନେଇଥିଲା। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ଓ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri