Posted inଖେଳ

ମନଦୀପଙ୍କ ଡବଲରେ ଜିତିଲା ଭାରତ

ଭୁବନେଶ୍ୱର, ୨୯ା୧୦(ସ୍ପୋଟର୍‌ସବ୍ୟୁରୋ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ପ୍ରୋ ହକି ଲିଗର ଉଦ୍‌ଘାଟନୀ ମୁକାବିଲାରେ ବିଜୟୀ ହୋଇଛି ଭାରତ। ଅନ୍ତିମ କ୍ୱାର୍ଟରରେ ଷ୍ଟ୍ରାଇକର ମନଦୀପ୍‌ ସିଂଙ୍କ ଡବଲ ଗୋଲ ବଳରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଭାରତ ୩-୨ରେ ପଛଆ ରହିଥିବା ବେଳେ ମନଦୀପ(୫୧ ଓ ୫୬ ମିନିଟ) ଦୁଇଟି ଗୋଲ ସ୍କୋର କରି ଭାରତକୁ ବିଜୟୀ କରିଥିଲେ। ପ୍ରଥମ ଦୁଇ କ୍ୱାର୍ଟରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରକୁ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ତେବେ ତୃତୀୟ କ୍ୱାର୍ଟରରେ ୨-୧ର ଅଗ୍ରଣୀ ସହିତ ନ୍ୟୁଜିଲାଣ୍ଡ ଭାରତୀୟ ଶିବିରରେ ଭୀତି ସଞ୍ଚାର କରିଥିଲା। ଅନ୍ତିମ କ୍ୱାର୍ଟରରେ ଭାରତୀୟ ଡିଫେନ୍ସ ଭଲ ପ୍ରଦର୍ଶନ କରିଥିବା ବେଳେ ମନଦୀପ୍‌ଙ୍କ ଡବଲ ଗୋଲ ବଳରେ ଭାରତ ମ୍ୟାଚ ଜିତି ନେଇଥିଲା। ଭାରତ ୪ ଗୋଲ ମଧ୍ୟରୁ ୩ଟି ଫିଲ୍ଡ ଗୋଲ ଏବଂ ଗୋଟିଏ ପେନାଲ୍ଟି ଷ୍ଟ୍ରୋକରୁ ଆସିଥିଲା। ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏ ଫିଲ୍ଠ ଗୋଲ, ପେନାଲ୍ଟି ଷ୍ଟ୍ରୋକ୍‌ ଓ ପେନାଲ୍ଟି କର୍ନରରୁ ଗୋଲ କରିଥିଲା।
ଭାରତ ଓ ନ୍ୟୁଜିଲାଣ୍ଡ ଆରମ୍ଭରୁ ସତର୍କତାର ସହିତ ଖେଳ ଆରମ୍ଭ କରିଥିଲେ। ଭାରତ ପକ୍ଷରୁ ମନଦୀପ୍‌ ମୋର୍‌ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ଫିଲ୍ଡ ଗୋଲରୁ ମନଦୀପ୍‌ ସ୍କୋର କରିବା ସହିତ ଭାରତକୁ ୧-୦ରେ ଅଗ୍ରଣୀ ପ୍ରଦାନ କରିଥିଲେ। ପ୍ରଥମ କ୍ୱାର୍ଟରରେ ପଛୁଆ ରହିବା ପରେ ୨୨ତମ ମିନିଟରେ ଗୋଲ ପରିଶୋଧ କରିଥିଲା ନ୍ୟୁଜିଲାଣ୍ଡ। ପେନାଲ୍ଟି ଷ୍ଟ୍ରୋକରୁ ଲେନ୍‌ ସାମ୍‌ ଏହି ଗୋଲଟି ସ୍କୋର କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଉଭୟ ଦଳ ୧-୧ରେ ରହିଥିଲେ। ତେବେ ତୃତୀୟ କ୍ୱାର୍ଟରରେ ଦୁଇଟି ଗୋଲ ସହିତ ନ୍ୟୁଜିଲାଣ୍ଡ ଅଗ୍ରଣୀ ହାସଲ କରିଥିଲା। ତୃତୀୟ କ୍ୱାର୍ଟରରେ ମାତ୍ର ୨ ମିନିଟ ମଧ୍ୟରେ ଦୁଇ ଗୋଲ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ। ସ୍ମିଥ୍‌ ଜେକ୍‌(୩୪) ଓ ଲେନ୍‌ ସାମ୍‌(୩୫) ନ୍ୟୁଜିଲାଣ୍ଡ ପକ୍ଷରୁ ଗୋଲ ସ୍କୋର କରିଥିଲେ। ତୃତୀୟ କ୍ୱାର୍ଟରରେ ଅଧିନାୟକ ହରମନପ୍ରୀତ୍‌ ସିଂ ଗୋଟିଏ ଗୋଲ ପରିଶୋଧ କରିଥିଲେ। ତେବେ ମନଦୀପ୍‌ ସିଂଙ୍କ ଡବଲ ଗୋଲ ବଳରେ ଭାରତ ୪-୩ରେ ଏହି ମ୍ୟାଚକୁ ଜିତି ନେଇଥିଲା। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ଓ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri