Categories: ଖେଳ

ଏମିତି ବି କିଏ ଆଉଟ୍‌ ହୁଏ…ଦେଖନ୍ତୁ ଭିଡିଓ

ଖ୍ରୀଷ୍ଟଚର୍ଚ୍ଚ,୧୮।୨: ଭାରତୀୟ ମହିଳା କ୍ରିକେଟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ମିତାଲି ରାଜଙ୍କ ଅଧିନାୟକତ୍ୱ ଦଳକୁ କ୍ରମାଗତ ତୃତୀୟ ଦିନିକିଆରେ ଆୟୋଜକଙ୍କ ହାତରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଶୁକ୍ରବାର କ୍ୱିନ୍ସଟାଉନରେ ଖେଳାଯାଇଥିବା ସିରିଜର ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଭାରତକୁ ୩ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ଦଳ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୩-୦ରେ ଆଗୁଆ ରହିଛି। ଏହାପୂର୍ବରୁ ଟିମ ଇଣ୍ଡିଆକୁ ଏକମାତ୍ର ଟି -୨୦ ମ୍ୟାଚରେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା।
ତୃତୀୟ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ ହରମାନପ୍ରୀତ କୌର ଯେପିରି ଢଙ୍ଗରେ ଆଉଟ ହୋଇଥିଲେ ତାହା ଦେଖି ପ୍ରଶଂସକମାନେ ନିରାଶ ହୋଇଛନ୍ତି। ସୋସିଆଲ ମିଡିଆରେ ହରମାନପ୍ରୀତଙ୍କ ରନଆଉଟ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତୀୟ ଇନିଂସର ୨୮ତମ ଓଭରରେ ନ୍ୟୁଜିଲାଣ୍ଡର ସ୍ପିନର ଫ୍ରାନ୍ସିସ ମ୍ୟାକୋଇ ବୋଲିଂ କରିଥିଲେ। ଏହି ଓଭରର ଚତୁର୍ଥ ବଲରେ ହରମାନପ୍ରୀତ କ୍ରିଜରୁ ବାହାରି ବଡ଼ ସଟ ମାରିବାକୁ ଚେଷ୍ଟା କରିଥିଲେ। ଅବଶ୍ୟ, ବଲ ସେ ଠିକ ଭାବରେ ମାରି ପାରି ନ ଥିଲେ। ଏବଲ୍‌ ସିଧା ବୋଲର ମ୍ୟାକୋଇଙ୍କ ନିକଟକୁ ଯାଇଥିଲା। ସେ ତୁରନ୍ତ ବଲ୍‌କୁ ଉଇକେଟ କିପର ମାର୍ଟିନଙ୍କ ନିକଟକୁ ବଲ ପକାଇଥିଲେ ଏବଂ ହରମାନପ୍ରୀତ କ୍ରିଜକୁ ଫେରିବା ବେଳକୁ ରନ୍‌ଆଉଟ୍‌ ହୋଇଥିଲେ।
ଏହି ରନଆଉଟ ର ଭିଡିଓ ଦେଖିବା ପରେ ପ୍ରଶଂସକମାନେ ହରମାନପ୍ରୀତଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ଦଳରୁ ହରମାନପ୍ରୀତଙ୍କୁ ବାହାରିବାର ସମୟ ଆସିଛି। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ବୋଧହୁଏ ସେ ଶୋଇପଡିଥିଲେ। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ଏମିତି ବି କିଏ ଆଉଟ୍‌ ହୁଏ।

Share