Posted inଖେଳ

ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ,୧୯।୮: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ହରମନପ୍ରୀତ କୌର ପ୍ରଥମ ଥର ପାଇଁ ୫୦ ଓଭର ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେବେ। ଷ୍ଟାର ଓପନର ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଭାରତ ସେପ୍ଟେମ୍ବର ୩୦ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ।

ତେବେ, ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚର ସ୍ଥାନ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ। କର୍ଣ୍ଣାଟକ ସରକାରଙ୍କ ନିଯୁକ୍ତ ଏକ କମିଶନ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଆଇପିଏଲ ୨୦୨୫ ବିଜୟ ପରେଡ ଓ ଉତ୍ସବ ସମୟରେ ହୋଇଥିବା ଭୟାବହ ଜନଗହଳି ପରେ ବୃହତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅସୁରକ୍ଷିତ ଘୋଷଣା କରିଛି।

ଓପନର ଶେଫାଲୀ ବର୍ମା ବିଶ୍ୱକପ ଦଳ ତଥା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଦଳରୁ ବାଦ ପଡ଼ିଛନ୍ତି।

୨୦୨୪ ଆରମ୍ଭରୁ ଭାରତୀୟ ମହିଳା ଦଳ ପ୍ରତିଦ୍ୱନ୍ଦୀ ଅଷ୍ଟ୍ରେଲିଆକୁ ଛାଡ଼ି ଅନ୍ୟ ସମସ୍ତ ଦଳ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ହରମନପ୍ରୀତଙ୍କ ନେତୃତ୍ୱାଧୀନ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ ଓ ଆୟାରଲାଣ୍ଡକୁ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ବିପକ୍ଷରେ ସମ୍ପ୍ରତି ସମାପ୍ତ ସିରିଜରେ ୨-୧ରେ ବିଜୟୀ ହୋଇଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ତ୍ରି-ଦେଶୀୟ ଟୁର୍ନାମେଣ୍ଟରେ ମଧ୍ୟ ଭାରତ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଜିତିଛି। ତେବେ, ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଦିନିକିଆ ସିରିଜ (୧୪ରୁ ୨୦ ସେପ୍ଟେମ୍ବର) ମୁଲ୍ଲାନପୁର ଓ ଦିଲ୍ଲୀରେ ଖେଳାଯିବ, ଯାହା ବିଶ୍ୱକପ ପୂର୍ବରୁ ଭାରତର ଅନ୍ତିମ ପ୍ରସ୍ତୁତି ହେବ।

ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ଭାରତୀୟ ଦଳ:

ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ପ୍ରତିକା ରାୱାଲ, ହରଲୀନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ୟୁଜ, ରେଣୁକା ସିଂ ଠାକୁର, ଅରୁନ୍ଧତୀ ରେଡ୍ଡୀ, ରିଚା ଘୋଷ (ଉଇକେଟକିପର), କ୍ରାନ୍ତି ଗୌଡ଼, ଅମନଜୋତ କୌର, ରାଧା ଯାଦବ, ଶ୍ରୀ ଚରଣୀ, ୟାସ୍ତିକା ଭାଟିଆ (ଉଇକେଟକିପର), ସ୍ନେହ ରାଣା।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ:
ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ପ୍ରତିକା ରାୱାଲ, ହରଲୀନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ୟୁଜ, ରେଣୁକା ସିଂ ଠାକୁର, ଅରୁନ୍ଧତୀ ରେଡ୍ଡୀ, ରିଚା ଘୋଷ (ଉଇକେଟକିପର), କ୍ରାନ୍ତି ଗୌଡ଼, ସାୟାଲୀ ସାତଘରେ, ରାଧା ଯାଦବ, ଶ୍ରୀ ଚରଣୀ, ୟାସ୍ତିକା ଭାଟିଆ (ଉଇକେଟକିପର), ସ୍ନେହ ରାଣା।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri