Posted inଖେଳ

ଓଭାଲ ଟେଷ୍ଟ: ଇଂଲଣ୍ଡକୁ ହରାଇଲା ଟିମ୍‌ ଇଣ୍ଡିଆ

ଲଣ୍ଡନ,୬।୯: ପ୍ରଥମ ଇନିଂସରେ ୯୯ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଶେଷରେ ବାଜିମାତ୍‌ କରିଛି। ଓଭାଲ ଟେଷ୍ଟର ପଞ୍ଚମ ଦିନରେ ୧୫୭ ରନ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି। ଏଥିସହ ସିରିଜରେ ୨-୧ରେ ଆଗୁଆ ହୋଇଛି ଟିମ୍‌ ଇଣ୍ଡିଆ।

ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମାଞ୍ଚେଷ୍ଟରରେ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଏହି ମ୍ୟାଚ ଜିତିବା ଫଳରେ ଭାରତ ଅତିକମ୍‌ରେ ଏହି ସିରିଜରେ ଆଉ ପରାଜୟ ବରଣ ନ କରିବା ସ୍ପଷ୍ଟ ହୋଇଛି।

ପ୍ରଥମ ଇନିଂସରେ ୯୯ ରନ୍‌ପଛରେ ପଡିଥିବା ଭାରତ ଦ୍ୱିତୀୟ ଇନିଂସରେ ୧୪୮. ୨ ଓଭରରେ ୪୬୬ ରନ୍‌ କରି ଅଲଆଉଟ ହୋଇଥିଲା। ଫଳରେ ଇଂଲଣ୍ଡ ସମ୍ମୁଖରେ ୩୬୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଲଣ୍ଡ ସୋମବାର ପଞ୍ଚମ ତଥା ଅନ୍ତିମ ଦିବସର ଚା’ ପାନ ବିରତି ପରେ ୯୨.୨ ଓଭରରେ ୨୧୦ ରନ୍‌ କରି ଅଲ୍‌ଆଉଟ ହେବା ସହ ଏକ ପ୍ରକାର ଆତ୍ମସମର୍ପଣ କରିଛି। ଇଂଲଣ୍ଡ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ନିରାଶ କରିଥିଲେ। ଭାରତୀୟ ବୋଲରମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଜନଗଣନା ପରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର)…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri