Posted inଖେଳ

‘ଇଂଲଣ୍ଡରେ ଭାରତ ୩-୨ରେ ସିରିଜ ଜିତିବ’

ନୂଆଦିଲ୍ଲୀ, ୧୦।୫: ଭାରତୀୟ କ୍ରିକେଟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଜୁନ୍‌ ୨ ତାରିଖରେ ୟୁକେ ଗସ୍ତ କରିବ। ଏହି ସିରିଜରେ ଟିମ୍‌ ଇଣ୍ଡିଆ ୩-୨ରେ ସିରିଜ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ। ଡ୍ରାଭିଡଙ୍କ ନେତୃତ୍ୱରେ ଭାରତ ଶେଷଥର ପାଇଁ ୨୦୦୭ରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଥିଲା। ଅଗଷ୍ଟ-ସେପ୍ଟେମ୍ବରରେ ହେବାକୁଥିବା ଏହି ସିରିଜ ସଂଘର୍ଷପୂର୍ଣ୍ଣ ହେବ ଏବଂ ଏହାକୁ ଦେଖିବା ପାଇଁ ଉତ୍କଣ୍ଠା ରହିବ ବୋଲି ସେ ପ୍ରକାଶ କରିଛନ୍ତି।
”ଇଂଲଣ୍ଡର ବୋଲିଂ ଶକ୍ତିକୁ ନେଇ ପ୍ରଶ୍ନ କରାଯାଇପାରିବ ନାହିଁ। ଏହି ଦଳର ସିମ୍‌ ବୋଲିଂ ଆକ୍ରମଣ ବେଶ୍‌ ଶାଣିତ। ଏଭଳି କେତେଜଣ ଖେଳାଳି ଅଛନ୍ତି ଯେଉଁମାନଙ୍କୁ ସୁଯୋଗ ମିଳିଲେ ସିରିଜ ରୋମାଞ୍ଚକ ହେବ। ଏହାସତ୍ତ୍ୱେ ଭାରତ ପାଇଁ ସୁଯୋଗ ରହିବ ବୋଲି ମୋର ଅନୁଭବ ହେଉଛି। କାରଣ ଇଂଲଣ୍ଡର ଟପ୍‌-୬ କିମ୍ବା ସେଭେନ ଲାଇନ୍‌ଅପ୍‌କୁ ଦେଖିଲେ ମାତ୍ର ଜଣେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ଦେଖିବାକୁ ମିଳିବେ। ସେ ହେଲେ ଜୋ ରୁଟ୍‌। ଆଉଜଣେ ହେଲେ ବେନ୍‌ ଷ୍ଟୋକ୍ସ, ସେ ଜଣେ କ୍ୱାଲିଟି ଅଲରାଉଣ୍ଡର। ମାତ୍ର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ବିପକ୍ଷରେ ଭଲ କରିବେ ବୋଲି ଆଶା କରାଯାଉଛି। ଭାରତରେ ଷ୍ଟୋକ୍ସ ଯଦିଓ ଅଶ୍ୱିନଙ୍କୁ ଖେଳିବାରେ ଅସୁବିଧା ଅନୁଭବ କରି ନ ଥିଲେ ତେବେ ଆଗାମୀ ସିରିଜରେ ଉତ୍କଣ୍ଠା ରହିବ। ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ପରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। କେତେକ ଭାରତୀୟ ଖେଳାଳି ପୂର୍ବରୁ ଇଂଲଣ୍ଡ ଗସ୍ତ କରି ସାରିଛନ୍ତି। ତେଣୁ ଚଳିତ ଥର ବ୍ୟାଟିଂ ଅର୍ଡର ଅଭିଜ୍ଞତାରେ ଭରପୂର ରହିବ। ତେଣୁ ଭାରତ ୩-୨ରେ ସିରିଜ ଜିତିବା ପରି ଅନୁଭବ ହେଉଛି“ ବୋଲି ଏକ ଓ୍ବେବିନାରରେ ଭାଗନେଇ ଡ୍ରାଭିଡ କହିଛନ୍ତି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ମଧ୍ୟରେ ଏକମାସର ବ୍ୟବଧାନ ରହିବ। ଟେଷ୍ଟ ସିରିଜ ପୂର୍ବରୁ କୌଣସି ଦଳ ଏତେ ସମୟ ପାଇଥିବ ବୋଲି ମୁଁ ଅନୁଭବ କରୁନି। ତେଣୁ ଭାରତ ଭଲଭାବେ ପ୍ରସ୍ତୁତି ସହ ଟେଷ୍ଟ ସିରିଜକୁ ଓହ୍ଲାଇବାକୁ ସୁଯୋଗ ପାଇବ ବୋଲି ଡ୍ରାଭିଡ କହିଛନ୍ତି। ଇଂଲଣ୍ଡରେ ରହଣି ମଧ୍ୟରେ ଭାରତୀୟ ଖେଳାଳିମାନେ ପରିବେଶ ସହିତ ଭଲଭାବେ ନିଜକୁ ଖାପଖୁଆଇ ପାରିବେ। ଇଂଲଣ୍ଡ ଗସ୍ତ କରିବା ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଜୁନ୍‌ ୧୮ରୁ ସାଉଥାମ୍ପଟନଠାରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବ। ଏହାପରେ ଅଗଷ୍ଟ ୪ରୁ ନଟିଂହାମରେ ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ଭେଟିବ। ତେଣୁ ଅଭ୍ୟାସ ପାଇଁ ଦୀର୍ଘ ସମୟ ପାଉଥିବାରୁ ଏଥର ଇଂଲଣ୍ଡ ବିପକ୍ଷରେ ଭଲ କରିବ ବୋଲି ଡ୍ରାଭିଡ ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri