Posted inଖେଳ

‘ଇଂଲଣ୍ଡରେ ଭାରତ ୩-୨ରେ ସିରିଜ ଜିତିବ’

ନୂଆଦିଲ୍ଲୀ, ୧୦।୫: ଭାରତୀୟ କ୍ରିକେଟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଜୁନ୍‌ ୨ ତାରିଖରେ ୟୁକେ ଗସ୍ତ କରିବ। ଏହି ସିରିଜରେ ଟିମ୍‌ ଇଣ୍ଡିଆ ୩-୨ରେ ସିରିଜ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ। ଡ୍ରାଭିଡଙ୍କ ନେତୃତ୍ୱରେ ଭାରତ ଶେଷଥର ପାଇଁ ୨୦୦୭ରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଥିଲା। ଅଗଷ୍ଟ-ସେପ୍ଟେମ୍ବରରେ ହେବାକୁଥିବା ଏହି ସିରିଜ ସଂଘର୍ଷପୂର୍ଣ୍ଣ ହେବ ଏବଂ ଏହାକୁ ଦେଖିବା ପାଇଁ ଉତ୍କଣ୍ଠା ରହିବ ବୋଲି ସେ ପ୍ରକାଶ କରିଛନ୍ତି।
”ଇଂଲଣ୍ଡର ବୋଲିଂ ଶକ୍ତିକୁ ନେଇ ପ୍ରଶ୍ନ କରାଯାଇପାରିବ ନାହିଁ। ଏହି ଦଳର ସିମ୍‌ ବୋଲିଂ ଆକ୍ରମଣ ବେଶ୍‌ ଶାଣିତ। ଏଭଳି କେତେଜଣ ଖେଳାଳି ଅଛନ୍ତି ଯେଉଁମାନଙ୍କୁ ସୁଯୋଗ ମିଳିଲେ ସିରିଜ ରୋମାଞ୍ଚକ ହେବ। ଏହାସତ୍ତ୍ୱେ ଭାରତ ପାଇଁ ସୁଯୋଗ ରହିବ ବୋଲି ମୋର ଅନୁଭବ ହେଉଛି। କାରଣ ଇଂଲଣ୍ଡର ଟପ୍‌-୬ କିମ୍ବା ସେଭେନ ଲାଇନ୍‌ଅପ୍‌କୁ ଦେଖିଲେ ମାତ୍ର ଜଣେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ଦେଖିବାକୁ ମିଳିବେ। ସେ ହେଲେ ଜୋ ରୁଟ୍‌। ଆଉଜଣେ ହେଲେ ବେନ୍‌ ଷ୍ଟୋକ୍ସ, ସେ ଜଣେ କ୍ୱାଲିଟି ଅଲରାଉଣ୍ଡର। ମାତ୍ର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ବିପକ୍ଷରେ ଭଲ କରିବେ ବୋଲି ଆଶା କରାଯାଉଛି। ଭାରତରେ ଷ୍ଟୋକ୍ସ ଯଦିଓ ଅଶ୍ୱିନଙ୍କୁ ଖେଳିବାରେ ଅସୁବିଧା ଅନୁଭବ କରି ନ ଥିଲେ ତେବେ ଆଗାମୀ ସିରିଜରେ ଉତ୍କଣ୍ଠା ରହିବ। ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ପରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। କେତେକ ଭାରତୀୟ ଖେଳାଳି ପୂର୍ବରୁ ଇଂଲଣ୍ଡ ଗସ୍ତ କରି ସାରିଛନ୍ତି। ତେଣୁ ଚଳିତ ଥର ବ୍ୟାଟିଂ ଅର୍ଡର ଅଭିଜ୍ଞତାରେ ଭରପୂର ରହିବ। ତେଣୁ ଭାରତ ୩-୨ରେ ସିରିଜ ଜିତିବା ପରି ଅନୁଭବ ହେଉଛି“ ବୋଲି ଏକ ଓ୍ବେବିନାରରେ ଭାଗନେଇ ଡ୍ରାଭିଡ କହିଛନ୍ତି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ମଧ୍ୟରେ ଏକମାସର ବ୍ୟବଧାନ ରହିବ। ଟେଷ୍ଟ ସିରିଜ ପୂର୍ବରୁ କୌଣସି ଦଳ ଏତେ ସମୟ ପାଇଥିବ ବୋଲି ମୁଁ ଅନୁଭବ କରୁନି। ତେଣୁ ଭାରତ ଭଲଭାବେ ପ୍ରସ୍ତୁତି ସହ ଟେଷ୍ଟ ସିରିଜକୁ ଓହ୍ଲାଇବାକୁ ସୁଯୋଗ ପାଇବ ବୋଲି ଡ୍ରାଭିଡ କହିଛନ୍ତି। ଇଂଲଣ୍ଡରେ ରହଣି ମଧ୍ୟରେ ଭାରତୀୟ ଖେଳାଳିମାନେ ପରିବେଶ ସହିତ ଭଲଭାବେ ନିଜକୁ ଖାପଖୁଆଇ ପାରିବେ। ଇଂଲଣ୍ଡ ଗସ୍ତ କରିବା ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଜୁନ୍‌ ୧୮ରୁ ସାଉଥାମ୍ପଟନଠାରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବ। ଏହାପରେ ଅଗଷ୍ଟ ୪ରୁ ନଟିଂହାମରେ ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ଭେଟିବ। ତେଣୁ ଅଭ୍ୟାସ ପାଇଁ ଦୀର୍ଘ ସମୟ ପାଉଥିବାରୁ ଏଥର ଇଂଲଣ୍ଡ ବିପକ୍ଷରେ ଭଲ କରିବ ବୋଲି ଡ୍ରାଭିଡ ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri