କଳିଙ୍ଗନଗରରୁ ଏଲ୍‌ଏମ୍‌ଓ ଯୋଗାଣ

ଯାଜପୁର ଅଫିସ: ଭାରତୀୟ ରେଳବାଇର ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଜରିଆରେ ରବିବାରଠାରୁ ଟାଟା ଷ୍ଟିଲ୍‌ କଳିଙ୍ଗନଗର କାରଖାନାରୁ ଲିକ୍ବିଡ୍‌ ମେଡିକାଲ୍‌ ଅକ୍ସିଜେନ୍‌ (ଏଲ୍‌ଏମ୍‌ଓ) ଯୋଗାଣ ଆରମ୍ଭ ହୋଇଛି। ୭ କ୍ରାୟୋଜେନିକ୍‌ କନେର୍‌ ଥିବା ଏହି ଅକ୍ସିଜେନ୍‌ ଟ୍ରେନ୍‌ ଓଡ଼ିଶାର ଯାଜପୁର ଜିଲାର କଳିଙ୍ଗନଗରରୁ ଦିଲ୍ଲୀକୁ ୧୩୨ ଟନ୍‌ ଲିକ୍ବିଡ ମେଡିକାଲ୍‌ ଅକ୍ସିଜେନ୍‌ ନେଇ ଯାତ୍ରା କରିଛି। ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନାରୁ ଏଲ୍‌ଏମ୍‌ଓ ପରିବହନ କରିଥିବା ଏହା ପ୍ରଥମ ଅକ୍ସିଜେନ୍‌ ଏକ୍ସପ୍ରେସ୍‌। ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନା ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟକୁ ସଡ଼କ ପଥରେ ୩୬୩୦ ଟନ୍‌ ଲିକ୍ବିଡ୍‌ ଅକ୍ସିଜେନ୍‌ ପଠାଇ ସାରିଲାଣି। ଦେଶରେ ଦେଖାଦେଇଥିବା କୋଭିଡ୍‌-୧୯ର ଦ୍ୱିତୀୟ ଲହରରେ ମେଡିକାଲ୍‌ ଅକ୍ସିଜେନ୍‌ ପରିବହନ ଆହ୍ବାନକୁ ଦୃଷ୍ଟିରେ ରଖି ଦେଶର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଶୀଘ୍ର ଓ ସମୟୋପଯୋଗୀ ଭାବେ ମେଡିକାଲ୍‌ ଅକ୍ସିଜେନ୍‌ ଯୋଗାଣକୁ ନିଶ୍ଚିତ କରିବା ଲାଗି ଭାରତୀୟ ରେଳ ପକ୍ଷରୁ ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଜାତୀୟ ଜରୁରିକାଳୀନ ସ୍ଥିତିରେ ଟାଟା ଷ୍ଟିଲ୍‌ ପକ୍ଷରୁ ଏହାର ଜାମ୍‌ସେଦପୁର, କଳିଙ୍ଗନଗର ଓ ଢେଙ୍କାନାଳରେ ଥିବା ଉପତ୍ାଦନ ୟୁନିଟ୍‌ରୁ ଦୈନିକ ଲିକ୍ବିଡ୍‌ ମେଡିକାଲ୍‌ ଅକ୍ସିଜେନ୍‌ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ, ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ହରିୟାଣା ଓ ଦିଲ୍ଲୀକୁ ଯୋଗାଇ ଦିଆଯାଇଛି। ୨୦୨୧ ମେ ୮ରେ କମ୍ପାନୀ ତରଫରୁ ଏହାର ବିଭିନ୍ନ କାରଖାନାରୁ ୧୩୦୦ରୁ ଅଧିକ ଟନ୍‌ର ଏଲ୍‌ଏମ୍‌ଓ ଯୋଗାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?