Posted inଖେଳ

ଭାରତ ଆଜି ନେପାଳକୁ ଭେଟିବ

ବେଙ୍ଗାଲୁରୁ, ୨୪।୬: ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ରେ ଭାରତ ଏହାର ଦ୍ୱିତୀୟ ମ୍ୟାଚ ଶନିବାର ନେପାଳ ସହିତ ଖେଳିବ। ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୪-୦ ଗୋଲରେ ହରାଇ ସାରିଥିବା ଭାରତ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି। ନେପାଳ ବିପକ୍ଷ ମ୍ୟାଚ ଜିତିଲେ ଭାରତର ସେମିଫାଇନାଲ ପ୍ରବେଶ ଆଶା ଦୃଢ଼ ହୋଇଯିବ। ଏପରିକି ଅନ୍ୟ ମ୍ୟାଚରେ ଯଦି ପାକିସ୍ତାନ ବିପକ୍ଷରେ କୁଏତ ମ୍ୟାଚ ଡ୍ର ରଖେ କିମ୍ବା ବିଜୟ ହାସଲ କରେ ତେବେ ଭାରତ ସେମିଫାଇନାଲରେ ପ୍ରବେଶ କରିଯିବ। ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଫଳରେ ସେ ସମ୍ପୂର୍ଣ୍ଣ ଫର୍ମରେ ଥିବାର ସୂଚନା ଦେଇଛନ୍ତି।
ସାଫ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ସମସ୍ତ ଦଳକୁ ଭାରତ ସମ୍ମାନ ଦିଏ ବୋଲି କୋଚ୍‌ ଇଗର ଷ୍ଟିମାକ ସ୍ପଷ୍ଟ କରିଛନ୍ତି। ତେଣୁ ଅନ୍ୟ ଦଳକଥା ବେଶୀ ଭାବିବା ଅପେକ୍ଷା ନିଜର ଶକ୍ତି ସାମର୍ଥ୍ୟ ଉପରେ ଦଳ ଅଧିକ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍‌ରେ ଜଣେ ଖେଳାଳି ଥ୍ରୋ କରୁଥିବା ସମୟରେ ବଲ୍‌କୁ ହାତରେ ଠେଲି ଷ୍ଟିମାକ ରେଡ୍‌ କାର୍ଡ ପାଇଥିଲେ। ଏଥିପାଇଁ ସେ ଅନୁଶୋଚନା କରୁନାହାନ୍ତି, ବରଂ ଦଳପାଇଁ ଯାହା ହିତ ତାହା ସେ କରୁଛନ୍ତି ବୋଲି ଷ୍ଟିମାକ୍‌ କହିଛନ୍ତି। ରେଫରିଙ୍କ ନିଷ୍ପତ୍ତିକୁ ବିରୋଧକରି ସେ ଏପରି କରିଥିବା କହିଛନ୍ତି। ଷ୍ଟିମାକଙ୍କ ପ୍ରଶିକ୍ଷଣରେ ଭାରତ ଏହା ପୂର୍ବରୁ ନେପାଳକୁ ୪ ଥର ଭେଟି ସାରିଛି। ଏଥିରୁ ୩ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ଡ୍ର ରଖିଛି। ଶେଷଥରପାଇଁ ୨୦୨୧ ସାଫ୍‌ ଚାମ୍ପିୟନଶିପ୍‌ ଫାଇନାଲରେ ପରସ୍ପର ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ନେପାଳକୁ ୩-୦ ଗୋଲରେ ହରାଇ ଭାରତ ରେକର୍ଡ ୮ ଥରପାଇଁ ଚାମ୍ପିୟନ ହୋଇଥିଲା। ସେହି ମ୍ୟାଚରେ ସୁନୀଲ ଛେତ୍ରୀ, ସୁରେଶ ସିଂ ଓ୍ବାଙ୍ଗଜାମ୍‌ ଓ ସହଲ ଅବଦୁଲ ସମଦ ଗୋଲ ସ୍କୋର କରିଥିଲେ। ତେବେ ନୂଆ କୋଚ୍‌ ଭିନ୍‌ସେଞ୍ଜୋ ଆଲବର୍ଟୋ ଆନେସେଙ୍କ ପ୍ରଶିକ୍ଷଣରେ ନେପାଳ ପ୍ରଦର୍ଶନରେ ଉନ୍ନତି ହୋଇଛି। ଆନେସେଙ୍କ ପ୍ରଶିକ୍ଷଣରେ ଗୋକୁଳମ କେରଳ ୨୦୨୧ ଓ ୨୦୨୨ରେ କ୍ରମାଗତ ଆଇ-ଲିଗ୍‌ ଟାଇଟଲ ଜିତିଥିଲା। ନେପାଳ ଏହାର ପ୍ରଥମ ମ୍ୟାଚରେ କୁଏତ ନିକଟରୁ ୧-୩ ଗୋଲରେ ହାରି ଯାଇଥିଲେ ମଧ୍ୟ ଆଗାମୀ ମ୍ୟାଚରେ ଚ୍ୟାଲେଞ୍ଜ ଦେଇପାରେ ବୋଲି ଷ୍ଟିମାକ୍‌ ଆଶା କରୁଛନ୍ତି। ଅନ୍ୟପକ୍ଷରେ ଇଟାଲିଆନ କୋଚ୍‌ ଆନେସେ କହିଛନ୍ତି ଯେ, ”ଗତ ୭ ମ୍ୟାଚରେ ଗୋଲ ବରଣ କରି ନ ଥିବା ଭାରତୀୟ ଦଳକୁ ଆମେ ଭେଟିବାକୁ ଯାଉଛୁ। ଆଇଏସ୍‌ଏଲ୍‌ ପରି ଲିଗ୍‌ ଖେଳୁଥିବା ଅନେକ ଦକ୍ଷ ଖେଳାଳି ଏହି ଦଳରେ ରହିଛନ୍ତି। ତେଣୁ ଆଗାମୀ ମ୍ୟାଚ ଆମପାଇଁ କଷ୍ଟସାଧ୍ୟ ହେବ। ତେବେ ଆମେ ଆମ ଦକ୍ଷତା ଅନୁସାରେ ଖେଳିବୁ। ଷ୍ଟାଡିୟମରେ ଉପସ୍ଥିତ ୨୦,୦୦୦ ଦର୍ଶକଙ୍କ ବିପକ୍ଷରେ ଆମକୁ ଖେଳିବାକୁ ହେବ। ତେଣୁ ଆମକୁ ୧୦୦ ପ୍ରତିଶତରୁ ଅଧିକ ଦେବାକୁ ପଡ଼ିବ“।


Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?