ଅକ୍ଟୋବରରୁ କରୋନା ଟିକା ରପ୍ତାନୀ କରିବ ଭାରତ, ଡବ୍ଲ୍ୟୁଏଚ୍‌ଓର ସ୍ବାଗତ…

ଜେନେଭା/ନୂଆଦିଲ୍ଲୀ, ୨୨।୯: ଭାରତ ଅକ୍ଟୋବରରୁ ପୁଣି କରୋନା ଟିକା ରପ୍ତାନୀ କରିବ। ଭାରତର ନିଷ୍ପତ୍ତିକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସ୍ବାଗତ କରାଯାଇଛି। ଏନେଇ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଡା. ଟେଡ୍ରୋସ୍‌ ଅଧୋନୋମ୍‌ ଘେବ୍ରେୟେସସ୍‌ ଭାରତୀୟ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଏହାଦ୍ୱାରା ଚଳିତ ବର୍ଷ ଶେଷ ସୁଦ୍ଧା ପୃଥିବୀର ସମସ୍ତ ଦେଶରେ ୪୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ପୂରଣ ସହଜ ହୋଇ ପାରିବ ବୋଲି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ କହିଛନ୍ତି।

ତେବେ ମନସୁଖ ମାଣ୍ଡବ୍ୟ କହିଛନ୍ତି ଅତିରିକ୍ତ ଟିକାର ରପ୍ତାନୀ କରାଯିବ। ପ୍ରଥମେ ଦେଶରେ ଜାରି ରହିଥିବା ଟିକାରଣ ଅଭିଯାନକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଇ ପରେ ଅନ୍ୟ ନିଷ୍ପତ୍ତି ଗ୍ରହଣ କରାଯିବ। ଭାରତ ସରକାରଙ୍କୁ ଅକ୍ଟୋବରରେ କରୋନା ଟିକାର ୩୦ କୋଟିରୁ ଅଧିକ ଡୋଜ୍‌ ମିଳିବାର ଆଶା ରହିଛି।

ସେହିପରି ପରବର୍ତ୍ତୀ ୩ ମାସରେ ୧୦୦ କୋଟିରୁ ଅଧିକ ଡୋଜ୍‌ ମିଳିବ। ଇତିମଧ୍ୟରେ ଦେଶରେ ୮୨ କୋଟିରୁ ଅଧିକ ଲୋକଙ୍କୁ ଟିକାର ଡୋଜ୍‌ ଦିଆ ଯାଇଛି। ଗତ ୧୧ ଦିନ ମଧ୍ୟରେ ୧୦ କୋଟିରୁ ଅଧିକ ଡୋଜ୍‌ ପ୍ରଦାନ କରାଯାଇଛି। ଭାରତ ବସୁଧୈବ କୁଟୁମ୍ବକମ୍‌ ନୀତି ପାଳନ ସହିତ ଅତିରିକ୍ତ ଟିକାର ଡୋଜ୍‌ ରପ୍ତାନୀ କରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡାରେ ୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ୫ ବର୍ଷର ଶିଶୁ ସଂସ୍ପର୍ଶରେ ଆସି ବର୍ଷକର ଶିଶୁ କନ୍ୟା ଆକ୍ରାନ୍ତ

ଝାରସୁଗୁଡା ଅଫିସ,୨୩।୫: ଝାରସୁଗୁଡା ଜିଲାରେ ଶନିବାର ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବର୍ଷକର ଶିୁଶୁ...

ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଯୋଗାଅ

ନୂଆଦିଲ୍ଲୀ, ୨୩।୫(ପି.ଟି.): ବିଭିନ୍ନ ରାଜ୍ୟରେ କରୋନାରୁ ଆରୋଗ୍ୟ ହୋଇଥିବା ଅନେକଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ଏହି ରୋଗର ଚିକିତ୍ସା ପାଇଁ ଆବଶ୍ୟକ...

ଆମେରିକାରେ ଦୀପାବଳି: ବାଇଡେନଙ୍କ ପୂର୍ବରୁ ଟ୍ରମ୍ପ୍‌ କରିବେ ପାଳନ…

ଓ୍ବାଶିଂଟନ,୧୨।୧୦ : ଦୀପାବଳି ଉତ୍ସବ ପାଇଁ ଭାରତ ତଥା ସମଗ୍ର ବିଶ୍ୱରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଆମେରିକୀୟ ନେତାମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି।...

୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୮।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ ବଢୁଛି ପୁଣି ଦିନେ...

ଚଢ଼ାଉରୁ ବର୍ତ୍ତିବା ପାଇଁ ‘କିଲ୍‌ ସ୍ବିଚ୍‌’

ସାନ୍‌ ଫ୍ରାନ୍ସିସ୍‌କୋ/ନୂଆଦିଲ୍ଲୀ, ୧୨ା୭ : ବିଭିନ୍ନ ଦେଶରେ କ୍ୟାବ୍‌ ସର୍ଭିସ୍‌ ଦେଉଥିବା କମ୍ପାନୀ ଉବର ବିରୋଧରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଇଣ୍ଟରନ୍ୟାଶନାଲ କନ୍‌ସୋର୍ସିୟମ୍‌ ଅଫ୍‌...

ନୂଆ ରୂପ ନେଲା କରୋନା: ଏଫୟୁ-୧, ଏଫୟୁ-୨ ମ୍ୟୁଟେଶନ ଚିହ୍ନଟ, ୨୮ ଆକ୍ରାନ୍ତ…

ନୂଆଦିଲ୍ଲୀ,୨୪।୪ : କରୋନା ଭୂତାଣୁ ପୁନର୍ବାର ଏହାର ସ୍ପାଇକ ପ୍ରୋଟିନ ବଦଳାଇବା ଆରମ୍ଭ କରିଛି । ବୈଜ୍ଞାନିକମାନେ ଏବେ ଏହାର ଦୁଇଟି ନୂତନ ପରିବର୍ତ୍ତନ ଚିହ୍ନଟ...

ଘରୋଇ ହିଂସା ରୋକିବାକୁ ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ଭୁବନେଶ୍ୱର,୧୬ା୪ (ବ୍ୟୁରୋ): ଲକ୍‌ଡାଉନ୍‌ ବେଳେ ମହିଳାଙ୍କ ଉପରେ ଘରୋଇ ହିଂସା ବଢୁଥିବା ତଥ୍ୟ ସମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ...

କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ଯାଆଁଳା ଶିଶୁଙ୍କୁ ବିକିଦେଲେ ମା’

ବେଜିଂ,୧୨।୯:ଚାଇନାର ବେଜିଂରେ ଏକ ଅଜବ ଘଟଣା ଘଟିଛି। କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ଯାଆଁଳା ଶିଶୁଙ୍କୁ ବିକିଦେଇଛନ୍ତି ମା’। କେବଳ ଏତିକି ନୁହେଁ, ପିଲା...

Advertisement
Archives

Model This Week