‘ଭାରତ ନିଜ ବିମାନ ଧ୍ୱଂସାବଶେଷ ତଳେ ପୋତି ହୋଇଯିବ’

ଇସ୍‌ଲାମାବାଦ,୬ା୧୦: ଆଉ ଥରେ ସଂଘର୍ଷ ହେଲେ ଭାରତ ଏହାର ବିମାନଗୁଡ଼ିକର ଧ୍ୱଂସାବଶେଷ ତଳେ ପୋତି ହୋଇଯିବ ବୋଲି ରବିବାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ଧମକ ଦେଇଛନ୍ତି। ଏଥିସହ ଗତ ମେ’ରେ ‘ଅପରେଶନ୍‌ ସିନ୍ଦୂର’ ବେଳେ ପାକିସ୍ତାନ ଭାରତର ୬ଟି ଯୁଦ୍ଧବିମାନ ଖସାଇଥିବା ଦାବିକୁ ସେ ଦୋହରାଇଛନ୍ତି।
ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ରାଜସ୍ଥାନରେ ଯବାନମାନଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଏଥିସହ ପାକିସ୍ତାନ ବିଶ୍ୱ ମାନଚିତ୍ରରେ ରହିବାକୁ ଚାହୁଁଥିଲେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦକରି ସଂଯମ ରହିବା ଉଚିତ ବୋଲି ଚେତାବନୀ ଦେଇଥିଲେ। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ, ଭାରତ ଏପରି ଜବାବ ଦେବ ଯେ, ପଡ଼ୋଶୀ ଦେଶ ନିଜ ଇତିହାସ ଓ ଭୂଗୋଳକୁ ଭୁଲିଯିବ। ଏହାର ଜବାବରେ ଆସିଫ୍‌ କହିଛନ୍ତି, ଭାରତୀୟ ସାମରିକ ଓ ରାଜନୈତିକ ନେତାଙ୍କ ମନ୍ତବ୍ୟ ସେମାନଙ୍କ ମଳିନ ଛବିକୁ ସୁଧାରିବା ପାଇଁ ଏକ ବିଫଳ ଉଦ୍ୟମ। ୦-୬ ସ୍କୋର ସହ ଏଭଳି ଏକ ନିର୍ଣ୍ଣାୟକ ପରାଜୟ ପରେ ପୁଣି ଉତ୍ତେଜନା ଲାଗି ରହିଲେ ଭାରତକୁ ଆହୁରି କଡ଼ା ଜବାବ ଦିଆଯିବ ବୋଲି ଆସିଫ୍‌ Xରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ସବୁ ଚାକିରିର ନିୟମ! ଏବେ ଡିଗ୍ରୀ ନୁହେଁ ଦରକାର ପଡିବ…

ନୂଆଦିଲ୍ଲୀ,୯।୧୧: ବିଶ୍ୱ ଦ୍ରୁତ ଗତିରେ ବଦଳୁଛି, ଏବଂ ଆମର କାମ କରିବାର ଶୈଳୀ ମଧ୍ୟ ବଦଳୁଛି। କେବଳ ବୈଷୟିକ ଭାବରେ ଦକ୍ଷ ହେବା ଆଉ ଆବଶ୍ୟକ...

ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…

ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ...

ରାତି ପାହିଲେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ: ପୂର୍ବରୁ ୨୫୬ଟି ଅଭିଯୋଗ ଶୁଣି କରିଥିଲେ ରେକର୍ଡ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍‌ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ...

ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କେତେ ଟଙ୍କା ପାଆନ୍ତି? ଏହା ମ୍ୟାଚ ଫି ଠାରୁ କେତେ କମ

ନୂଆଦିଲ୍ଲୀ,୯।୧୧: ନିକଟରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ODI ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚରେ, ଶାଫାଲି ବର୍ମା ଏକ ଚମତ୍କାର ଇନିଂସ...

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri