Posted inଖେଳ

କମିନି କୋହଲିଙ୍କ ଆଧିପତ୍ୟ, ପଡିଆରେ ଜବରଦସ୍ତି ରୋହିତଙ୍କୁ ଏମିତି କାମ କରିବାକୁ କଲେ ବାଧ୍ୟ: ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୭।୨: ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି ଭାରତ। ଏହା ସହିତ ଦଳ ସିରିଜରେ ୧-୦ ରେ ଆଗରେ ଅଛି। ରୋହିତ ଶର୍ମା ସ୍ଥାୟୀ ଅଧିନାୟକ ହେବା ପରେ ଏହା ଭାରତୀୟ ଦଳ ପ୍ରଥମ ବିଜୟ। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅଧିନାୟକତ୍ୱ ଛାଡିଥାଇ ପାରନ୍ତି, କିନ୍ତୁ ପ୍ରଥମ ମ୍ୟାଚ୍‌ରେ ପଡ଼ିଆରେ ତାଙ୍କର ଆଭିମୁଖ୍ୟ ଦେଖି ଲାଗୁ ନ ଥିଲା ସେ ରୋହିତଙ୍କ ଅଧୀନରେ ଖେଲୁଛନ୍ତି। ଅନେକ ଥର ବିରାଟ କେବଳ ରୋହିତଙ୍କୁ ବୁଝାଉଥିବାର ଦେଖାଯାଇଥିଲା।
ସ୍ଥାୟୀ ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କର ଏହା ପ୍ରଥମ ମ୍ୟାଚ ହୋଇଥିବାବେଳେ ବିରାଟ ତାଙ୍କୁ ଅଧିନାୟକତ୍ୱରେ ସାହାଯ୍ୟ କରୁଥିବା ଦେଖାଯାଇଥିଲା। ମ୍ୟାଚରେ ଏକ ଘଟଣା କ୍ରମରେ ବିରାଟ ରୋହିତଙ୍କୁ ଡିଆର୍‌ଏସ୍‌ ନେବାକୁ ବାଧ୍ୟ କରୁଥିଲେ। ୱେଷ୍ଟଇଣ୍ଡିଜ ଇନିଂସର ୨୨ ତମ ଓଭରରେ ୟୁଜବେନ୍ଦ୍ର ଚହଲ ବୋଲିଂ କରିବାକୁ ଆସିଥିଲେ। ତା’ପରେ ଏକ ବଲ ଶାମର ବ୍ରୁକ୍ସଙ୍କ ବ୍ୟାଟିଂ ଧାରରେ ବାଜି ଉଇକେଟ୍‌ କିପର୍‌ ରିଷଭ ପନ୍ତଙ୍କ ହାତକୁ ଯାଇଥିଲା। ଖେଳାଳିମାନେ ଆଉଟ୍‌ ପାଇଁ ଅପିଲ୍‌ କରିବା ପରେ ଫିଲ୍ଡ ଅମ୍ପାୟାର ଆଉଟ ଦେଇ ନ ଥିଲେ। ଯାହା ପରେ ଚହଲ ରୋହିତଙ୍କୁ ଡିଆର୍‌ଏସ୍‌ ନେବାକୁ କହିଥିଲେ। ତେବେ ସେହି ସମୟରେ ରିଷଭ ପନ୍ତ ରୋହିତଙ୍କୁ ଡିଆର୍‌ଏସ୍‌ ନେବାକୁ ମନା କରିଦେଇଥିଲେ। ତା’ପରେ ବିରାଟ କୋହଲି ସେଠାରେ ପହଞ୍ଚି ରୋହିତଙ୍କୁ ଡିଆର୍‌ଏସ୍‌ ନେବାକୁ ବୁଝାଇଥିଲେ। ବିରାଟଙ୍କ ସହ ସହମତ ହୋଇ ରୋହିତ ଡିଆର୍‌ଏସ୍‌ ନେଇଥିଲେ। ପରେ ବ୍ରୁକ୍ସଙ୍କୁ ତୃତୀୟ ଅମ୍ପାୟାର୍‌ ଆଉଟ୍‌ ଦେଇଥିଲେ। ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ପ୍ରେମିକାଙ୍କ ହାତ ଧରିବେ ଚହର

ନୂଆଦିଲ୍ଲୀ,୯।୩: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଯୁବ ଭାରତୀୟ କ୍ରିକେଟର ରାହୁଲ ଚହର। ଗୋଆରେ ପ୍ରେମିକା ତଥା ଫ୍ୟାଶନ ଡିଜାଇନର୍‌ ଈଶାନିଙ୍କ ହାତ ଧରିବେ...

୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ, ୨୪ା୧୨:କରୋନା ଯୋଗୁ ଗତ ୯ ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ବୁଧବାର ଖୋଲିଛି। ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ଫଳରେ ଦୀର୍ଘ...

ଆଇପିଏଲ୍‌ ଟ୍ରଫି ପାଇଁ କେକେଆରକୁ ଦରକାର ୧୯୩

ଦୁବାଇ,୧୫।୧୦: ଚଳିତ ଆଇପିଏଲରେ ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ୮ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଆଉ ବିଜୟ ଲକ୍ଷ୍ୟର...

ଏପର୍ଯ୍ୟନ୍ତ କ୍ରିକେଟରୁ ଅବସର ନେଇନାହାନ୍ତି ୨୦୦୩ ବିଶ୍ୱକପ୍‌ର ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ଉଇକେଟକିପର-ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ସେ ଶେଷ ଥର ପାଇଁ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ...

ବି’ ଦଳ ନୁହେଁ ଧାଓ୍ବନଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ

ମୁମ୍ବାଇ,୩।୭: ଚଳିତ ମାସରେ ଖେଳାଯିବାକୁ ଥିବା ଟି୨୦ ଓ ଦିନିକିଆ ସିରିଜ୍‌ ଲାଗି ଭାରତ ତା’ର ବି’ ଟିମ୍‌କୁ ପଠାଇ ଶ୍ରୀଲଙ୍କା କ୍ରିକେଟର ଅପମାନ କରିଛି।...

ଏସିଆ କପର ଅବଶିଷ୍ଟ ମ୍ୟାଚ ପାକିସ୍ତାନରେ ହେବାକୁ ନିବେଦନ କଲା ପିସିବି

ନୂଆଦିଲ୍ଲୀ,୪।୯: ଏସିଆ କପ ୨୦୨୩ରେ ବର୍ଷା ହେତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ-ଏ ମ୍ୟାଚ ବାତିଲ ହୋଇଯାଇଥିଲା। ଏଥି ସହିତ ଶ୍ରୀଲଙ୍କାର କଲମ୍ବୋରେ ଲଗାତାର...

ବଲ୍‌ ଟ୍ୟାମ୍ପରିଂ ମାମଲା:ଅଷ୍ଟ୍ରେଲୀୟ ବୋଲରଙ୍କ ସଫେଇରେ କ୍ଲାର୍କ ଅସନ୍ତୁଷ୍ଟ

ମେଲବୋର୍ନ,୨୦।୫(ପି.ଟି.)- ୨୦୧୮ ସ୍ୟାଣ୍ଡ ପେପର ତଥା ବଲ୍‌ ଟ୍ୟାମ୍ପରିଂ ମାମଲାରେ ଅଷ୍ଟ୍ରେଲୀୟ ବୋଲରମାନେ ଦେଇଥିବା ସ୍ପଷ୍ଟୀକରଣ ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଦକ୍ଷିଣ...

୧୪ ବର୍ଷର ଟେଷ୍ଟ କ୍ୟାରିୟରରେ ଏଭଳି କରିପାରି ନ ଥିଲେ ଧୋନୀ, ହେଲେ ପନ୍ତ କଲେ ରେକର୍ଡ

ଚେନ୍ନାଇ,୧୧।୨: ଭାରତୀୟ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଉଇକେଟକିପର ରିଷଭ ପନ୍ତଙ୍କୁ ଏମ୍‌ଏସ୍‌ ଧୋନୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି। ବ୍ୟାଟିଂଠାରୁ...

Advertisement
Archives

Model This Week