Posted inଖେଳ

କୋହଲିଙ୍କ ଉପରେ ଖେଳପ୍ରେମୀଙ୍କ ନଜର

ବେଙ୍ଗାଲୁରୁ,୧୨।୩: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଏହି ଦିବାରାତ୍ର ମ୍ୟାଚ୍‌ ଫ୍ଲଡଲାଇଟ୍‌ରେ ଖେଳାଯିବ। ତେବେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ମାତ୍ର ୩ ଦିନରେ ଜିତିନେଇଥିବା ଟିମ୍‌ ଇଣ୍ଡିଆ ପିଙ୍କ ବଲ୍‌ ଟେଷ୍ଟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମ୍ୟାଚ୍‌କୁ ଜିତି ସିରିଜ ଉପରେ କବ୍ଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଦଳ। ସେହିଭଳି ଏହି ପିଚ୍‌ରେ ଖେଳପ୍ରେମୀମାନେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କଠାରୁ ଏକ ଶତକ ଆଶା କରୁଛନ୍ତି। ଭାରତର ପୂର୍ବତନ ଅଧିନାୟକ ୧୮ ମାସ ହେଲା ଏକ ଅନ୍ତର୍ଜାତୀୟ ଶତକ ହାସଲ କରିପାରି ନାହାନ୍ତି। କୋହଲି ବର୍ତ୍ତମାନ ଚିନ୍ନାସ୍ବାମୀ ଷ୍ଟାଡିୟମକୁ ଫେରିଛନ୍ତି, ଯାହାକୁ ଦଶନ୍ଧି ଧରି ତାଙ୍କ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ବେସ୍‌ କ୍ୟାମ୍ପ ରହି ଆସିଛି। ତେଣୁ ସେଠିକାର ଜଳବାୟୁ ସହିତ ସେ ବେଶ୍‌ ଅଭ୍ୟସ୍ତ ଥିବାରୁ ତାଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି।

ଦ୍ୱିତୀୟ ଟେଷ୍ଟ ଦିବାରାତ୍ର ବିଶିଷ୍ଟ ହୋଇଥିବାରୁ ଟିମ୍‌ ମ୍ୟାନେଜମେଣ୍ଟକୁ ଦଳର କମ୍ବିନେଶନକୁ ନେଇ ଚିନ୍ତା କରିବାକୁ ହେବ। ଜୟନ୍ତ ଯାଦବଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ କିମ୍ବା ପେସ୍‌ ବୋଲର ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ପିଚ୍‌ରେ ଯଦି ଘାସ ରୁହେ ତେବେ ଅଧିନାୟକ ରୋହିତ ଶର୍ମା ସିରାଜଙ୍କୁ ଦଳରେ ନେବାକୁ ପସନ୍ଦ କରିପାରନ୍ତି।

ଅପରପକ୍ଷରେ ଭାରତୀୟ ଦଳରେ ରହିଥିବା ପ୍ରତିଭାମାନଙ୍କୁ ଚ୍ୟାଲେଞ୍ଜ ଦେବା ଭଳି ସମ୍ବଳ ଶ୍ରୀଲଙ୍କା ପାଖରେ ନାହିଁ। ଦଳ ଏବେ ଇଞ୍ଜୁରି ସମସ୍ୟାରେ ରହିଛି। ହାମଷ୍ଟ୍ରିଙ୍ଗ ଇଞ୍ଜୁରି ଯୋଗୁ ପେସ୍‌ ବୋଲର ଲାହିରୁ କୁମାର ଶନିବାର ମ୍ୟାଚ ପାଇଁ ଉପଲବ୍ଧ ହେବେ ନାହିଁ। ଗୋଇଠିରେ ଇଞ୍ଜୁରି ଯୋଗୁ ପେସର ଦୁଷ୍ମନ୍ତ ଚାମିରାଙ୍କ ସ୍ଥାନରେ ଭ୍ରମଣକାରୀ ଦଳରେ ଚାମିକା କରୁଣାରତ୍ନେଙ୍କୁ ସାମିଲ କରାଯାଇଛି। ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ପାଥୁମ ନିଶାଙ୍କା ଆଘାତପ୍ରାପ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ ଦୀନେଶ ଚାଣ୍ଡିମଲ ଖେଳିବେ। ମ୍ୟାଚରେ ଭଲ କରିବାକୁ ହେଲେ ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ ଅସାଧାରଣ ପ୍ରଦର୍ଶନ କରିବାକୁ ପଡ଼ିବ। ଗତ ମ୍ୟାଚର ଉଭୟ ଇନିଂସରେ ସେ ଭଲ ଆରମ୍ଭ କରିଥିଲ ମଧ୍ୟ ରୂପାନ୍ତର କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?