Posted inଖେଳ

କୋହଲିଙ୍କ ଉପରେ ଖେଳପ୍ରେମୀଙ୍କ ନଜର

ବେଙ୍ଗାଲୁରୁ,୧୨।୩: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଏହି ଦିବାରାତ୍ର ମ୍ୟାଚ୍‌ ଫ୍ଲଡଲାଇଟ୍‌ରେ ଖେଳାଯିବ। ତେବେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ମାତ୍ର ୩ ଦିନରେ ଜିତିନେଇଥିବା ଟିମ୍‌ ଇଣ୍ଡିଆ ପିଙ୍କ ବଲ୍‌ ଟେଷ୍ଟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମ୍ୟାଚ୍‌କୁ ଜିତି ସିରିଜ ଉପରେ କବ୍ଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଦଳ। ସେହିଭଳି ଏହି ପିଚ୍‌ରେ ଖେଳପ୍ରେମୀମାନେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କଠାରୁ ଏକ ଶତକ ଆଶା କରୁଛନ୍ତି। ଭାରତର ପୂର୍ବତନ ଅଧିନାୟକ ୧୮ ମାସ ହେଲା ଏକ ଅନ୍ତର୍ଜାତୀୟ ଶତକ ହାସଲ କରିପାରି ନାହାନ୍ତି। କୋହଲି ବର୍ତ୍ତମାନ ଚିନ୍ନାସ୍ବାମୀ ଷ୍ଟାଡିୟମକୁ ଫେରିଛନ୍ତି, ଯାହାକୁ ଦଶନ୍ଧି ଧରି ତାଙ୍କ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ବେସ୍‌ କ୍ୟାମ୍ପ ରହି ଆସିଛି। ତେଣୁ ସେଠିକାର ଜଳବାୟୁ ସହିତ ସେ ବେଶ୍‌ ଅଭ୍ୟସ୍ତ ଥିବାରୁ ତାଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି।

ଦ୍ୱିତୀୟ ଟେଷ୍ଟ ଦିବାରାତ୍ର ବିଶିଷ୍ଟ ହୋଇଥିବାରୁ ଟିମ୍‌ ମ୍ୟାନେଜମେଣ୍ଟକୁ ଦଳର କମ୍ବିନେଶନକୁ ନେଇ ଚିନ୍ତା କରିବାକୁ ହେବ। ଜୟନ୍ତ ଯାଦବଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ କିମ୍ବା ପେସ୍‌ ବୋଲର ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ପିଚ୍‌ରେ ଯଦି ଘାସ ରୁହେ ତେବେ ଅଧିନାୟକ ରୋହିତ ଶର୍ମା ସିରାଜଙ୍କୁ ଦଳରେ ନେବାକୁ ପସନ୍ଦ କରିପାରନ୍ତି।

ଅପରପକ୍ଷରେ ଭାରତୀୟ ଦଳରେ ରହିଥିବା ପ୍ରତିଭାମାନଙ୍କୁ ଚ୍ୟାଲେଞ୍ଜ ଦେବା ଭଳି ସମ୍ବଳ ଶ୍ରୀଲଙ୍କା ପାଖରେ ନାହିଁ। ଦଳ ଏବେ ଇଞ୍ଜୁରି ସମସ୍ୟାରେ ରହିଛି। ହାମଷ୍ଟ୍ରିଙ୍ଗ ଇଞ୍ଜୁରି ଯୋଗୁ ପେସ୍‌ ବୋଲର ଲାହିରୁ କୁମାର ଶନିବାର ମ୍ୟାଚ ପାଇଁ ଉପଲବ୍ଧ ହେବେ ନାହିଁ। ଗୋଇଠିରେ ଇଞ୍ଜୁରି ଯୋଗୁ ପେସର ଦୁଷ୍ମନ୍ତ ଚାମିରାଙ୍କ ସ୍ଥାନରେ ଭ୍ରମଣକାରୀ ଦଳରେ ଚାମିକା କରୁଣାରତ୍ନେଙ୍କୁ ସାମିଲ କରାଯାଇଛି। ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ପାଥୁମ ନିଶାଙ୍କା ଆଘାତପ୍ରାପ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ ଦୀନେଶ ଚାଣ୍ଡିମଲ ଖେଳିବେ। ମ୍ୟାଚରେ ଭଲ କରିବାକୁ ହେଲେ ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ ଅସାଧାରଣ ପ୍ରଦର୍ଶନ କରିବାକୁ ପଡ଼ିବ। ଗତ ମ୍ୟାଚର ଉଭୟ ଇନିଂସରେ ସେ ଭଲ ଆରମ୍ଭ କରିଥିଲ ମଧ୍ୟ ରୂପାନ୍ତର କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri