Posted inଖେଳ

୫ ବର୍ଷ ମଧ୍ୟରେ ପ୍ରଥମଥର କୋହଲି ସହ ଘଟିଲା ଏମିତି

ବେଙ୍ଗାଲୁରୁ,୧୩।୩: ବେଙ୍ଗାଲୁରୁରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟରେ ପ୍ରଶଂସକମାନେ ବିରାଟ କୋହଲିଙ୍କ ୭୧ ତମ ଶତକକୁ ଅପେକ୍ଷା କରିଥିଲେ। କିନ୍ତୁ ଏହି ଟେଷ୍ଟର ପ୍ରଥମ ଇନିଂସରେ ସେ ୨୩ ରନ କରି ଆଉଟ ହୋଇଥିଲେ ଏବଂ ଦ୍ୱିତୀୟରେ ମଧ୍ୟ ସେ ୧୩ ରନ ସଂଗ୍ରହ କରିଥିଲେ। ବର୍ତ୍ତମାନ ଉଭୟ ଇନିଂସରେ ବିଫଳ ହେବା ପରେ କୋହଲିଙ୍କ ଟେଷ୍ଟ ହାରାହାରି ମଧ୍ୟ ୫୦କୁ ଖସି ଆସିଛି। କୋହଲିଙ୍କ ହାରାହାରି ୫୦କୁ ବଜାୟ ରଖିବା ପାଇଁ ଏହି ମ୍ୟାଚରେ ୪୩ ରନ କରିବାର ଥିଲା। କିନ୍ତୁ ସେ ଏହା କରିବାରେ ବିଫଳ ହୋଇଥିଲେ। କୋହଲି ବର୍ତ୍ତମାନ ୧୦୧ ଟେଷ୍ଟ ମ୍ୟାଚରେ ହାରାହାରି ୪୯.୯୫ରେ ୮୦୪୩ ରନ କରିଛନ୍ତି। ଏହି ସମୟ ମଧ୍ୟରେ, ୨୭ଟି ଶତକ ଏବଂ ୨୮ ଅର୍ଦ୍ଧଶତକ ସେ କରିଛନ୍ତି। ନୀର୍ଘ ୫ ବର୍ଷ ପରେ କୋହଲିଙ୍କ ହାରାହାରି ୫୦ ତଳକୁ ଖସିଛି।
୨୦୧୭ରେ ଶ୍ରୀଲଙ୍କା ବିପକ୍ଷ କୋଲକାତା ଟେଷ୍ଟର ଦ୍ୱିତୀୟ ଇନିଂସ ପରଠାରୁ ବିରାଟ କୋହଲିଙ୍କ ଟେଷ୍ଟ ବ୍ୟାଟିଂ ହାରାହାରି ୪୦ଟି ଟେଷ୍ଟରେ ପ୍ରଥମ ଥର ପାଇଁ ୫୦ ତଳକୁ ଖସି ଆସିଛି। ନଭେମ୍ବର ୨୦୧୯ରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଶେଷ ଶତକ ସ୍କୋର କରିଥିଲେ। ସେ ବାଂଲାଦେଶ ବିପକ୍ଷରେ କୋଲକାତା ଟେଷ୍ଟ ମ୍ୟାଚରେ ୧୩୬ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri