Posted inଖେଳ

କୋହଲି କଲେ ଆଶ୍ଚର୍ଯ୍ୟ, ବିସିସିଆଇର ଚିନ୍ତା ବଢିଲା!

ନୂଆଦିଲ୍ଲୀ,୧୪।୧୨:ନିକଟରେ ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକରୁ ହଟାଇ ରୋହିତ ଶର୍ମାଙ୍କୁ ନୂତନ ଅଧିନାୟକ ଦାୟିତ୍ୱ ଦେଇଛି। ଏହାକୁ ନେଇ ଟିମ ଇଣ୍ଡିଆରେ କିଛି ବିବାଦ ଲାଗି ରହିଛି। ବିରାଟ କୋହଲି ବିସିସିଆଇର ଏହି ନିଷ୍ପତ୍ତି ଉପରେ ଖପ୍ପା ଅଛନ୍ତି ଏବଂ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ସିରିଜରୁ ବିଶ୍ରାମ ନେବା କହି ଓହରି ଯାଇଥିବା ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କୋହଲି ଏପରି ନିଷ୍ପତ୍ତି ରାଗରେ ନେଇଥିବା କୁହାଯାଉଛି। ବିରାଟ କୋହଲିଙ୍କ ବିଶ୍ରାମ ଖବର ମଧ୍ୟ ଆଶ୍ଚର୍ଯ୍ୟଜନକ କାରଣ ସେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ ଏବଂ ଟି -୨୦ ବିଶ୍ୱକପ ୨୦୨୧ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚରୁ ବିଶ୍ରାମ ନେଇଥିଲେ। ଏଭଳି ପରିସ୍ଥିତିରେ ବିରାଟ କୋହଲି କାହିଁକି ଏହି ପଦକ୍ଷେପ ନେଉଛନ୍ତି ବୋଲି ବଡ ପ୍ରଶ୍ନ ହେଉଛି।
ଏହାର ଅର୍ଥ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ ନାହିଁ। ଦକ୍ଷିଣ ଆଫ୍ରିକା ଗସ୍ତ ଭାରତ ଡିସେମ୍ବର ୨୬ରୁ ଆରମ୍ଭ କରିବ। ଏଠାରେ ସେମାନଙ୍କୁ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ଏକ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବାକୁ ପଡିବ। ଜାନୁଆରୀ ୧୯ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ରୋହିତ ଶର୍ମା ବାଦ ପଡିଛନ୍ତି। ତାଙ୍କ ଆଘାତ ଗୁରୁତର ବୋଲି କୁହାଯାଉଛି ଏବଂ ଏଭଳି ପରିସ୍ଥିତିରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ନେଇ ସନ୍ଦେହ ରହିଛି। ଏବେ ବିସିସିଆଇର ସମସ୍ୟା ହେଉଛି ଯେ ଦିନିକିଆ ସିରିଜରେ କିଏ ଟିମ ଇଣ୍ଡିଆକୁ ଅଧିନାୟକ କରିବ? ଏହାପୂର୍ବରୁ ବିସିସିଆଇ ଟିମ ଇଣ୍ଡିଆର ଉପ-ଅଧିନାୟକଙ୍କ ନାମ ଦିନିକିଆ ସିରିଜ ପାଇଁ ଘୋଷଣା କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ମିଳିଲା ଏହି ଦଣ୍ଡ

ଜୟପୁର,୧୩ା୭(ପବନ ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍ସୋ…

ପ୍ରଶାନ୍ତ କିଶୋରଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୧୩।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ସମ୍ପର୍କିତ ବିବରଣୀ ପ୍ରକାଶ…

ସ୍କୁଲରୁ ଫେରୁଥିବାବେଳେ ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ: ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଲାଞ୍ଜିଗଡ,୧୩।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନର୍ଗତ…

ପ୍ରଭାତଙ୍କୁ ବିଶ୍ୱାସଘାତକ କହିଲେ ନବୀନ, ଜବାବରେ ପ୍ରଭାତ ବିଶ୍ବାଳ କହିଲେ ଏମିତି…ରାଜନୀତିରେ ଚହଳ

ଭୁବନେଶ୍ୱର, ୧୩।୭: ପ୍ରଭାତ ବିଶ୍ୱାଳଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ। ପ୍ରଭାତଙ୍କୁ ବିଶ୍ୱାସଘାତକ କହି ଟାର୍ଗେଟ୍‌ କରିଛନ୍ତି। ଚୌଦ୍ବାର ବିଜେଡି କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri