Posted inଖେଳ

ବିଜୟଠାରୁ ଆଉ ମାତ୍ର ୩ ଉଇକେଟ୍‌ ଦୂରରେ ଭାରତ

ସେଞ୍ଚୁରିୟନ୍‌,୩୦।୧୨: ସେଞ୍ଚୁରିୟନ ଟେଷ୍ଟରେ ଭାରତୀୟ ଦଳ ବିଜୟଠାରୁ ମାତ୍ର ୩ଟି ଉଇକେଟ ଦୂରରେ ରହିଛି। ଯଦି ପାଗ ଭାରତର ସାଥ୍‌ ଦିଏ ତେବେ ଭାରତୀୟ ବୋଲରମାନେ ଆଫ୍ରିକାକୁ ଶୀଘ୍ର ଅଲଆଉଟ୍‌ କରି ବିଜୟ ହାସଲ କରିପାରନ୍ତି। ଏହି ଗ୍ରାଉଣ୍ଡରେ ଏହା ଭାରତର ପ୍ରଥମ ବିଜୟ ହେବ। ଏହାପୂର୍ବରୁ ଦୁଇଥର ଭାରତକୁ ଏଠାରେ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା।
ସେଞ୍ଚୁରିୟନ ଟେଷ୍ଟର ପଞ୍ଚମ ଦିନର ଲଞ୍ଚ୍‌ ବେଳକୁ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୮୨ ରନ ସଂଗ୍ରହ କରି ୭ ଉଇକେଟ୍‌ ହରାଇଛି। ଟେମ୍ବା ବାଭୁମା ଏବଂ ମାର୍କୋ ଜନସନ କ୍ରିଜରେ ଅଛନ୍ତି। ମଧ୍ୟାହ୍ନ ପରେ ଏଠାରେ ବର୍ଷା ହେବାର ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ଭାରତକୁ ମଧ୍ୟାହ୍ନ ଭୋଜନ ପରେ ତୁରନ୍ତ ଆଫ୍ରିକୀୟ ଦଳକୁ ଅଲଆଉଟ୍‌ କରିବାକୁ ପଡିବ।
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଅନ ଟେଷ୍ଟରେ ଆୟୋଜକଙ୍କୁ ୩୦୫ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହାର ଜବାବରେ ଚତୁର୍ଥ ଦିନର ଖେଳ ଶେଷ ହେବା ପରେ ଆୟୋଜକମାନେ ୯୪ ରନରେ ୪ ଉଇକେଟ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରପାରିରେ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକ

ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି।...

ଧାଓ୍ବନଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ‘ବେବି ଏବି’, ରଚିଲେ ଇତିହାସ

ନୂଆଦିଲ୍ଲୀ,୪।୨: ଏବି ଡି’ଭିଲିୟର୍ସ ବିଶ୍ୱର ସବୁଠାରୁ ପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ଜଣେ। କ୍ରିକେଟରଙ୍କ ଅବସରକୁ ଏକ ବର୍ଷ ପୁରି ନ ଥିବା ବେଳେ ଏବେ କ୍ରିକେଟ...

କରୋନା ଭାଇରସ୍‌: ଫ୍ରେଞ୍ଚ୍‌ ଓପନ କ୍ୱାଲିଫାଇଂରୁ ୫ଖେଳାଳି ବାଦ୍‌

ପ୍ୟାରିସ, ୨୨ା୯ (ଏପି)-ଫ୍ରେଞ୍ଚ୍‌ ଓପନ୍‌ ପାଇଁ କ୍ୱାଲିଫାଇଂ ରାଉଣ୍ଡ ପୂର୍ବରୁ ଦୁଇ ଖେଳାଳି କରୋନା ପଜିଟିଭ ହୋଇଥିବା ଫ୍ରେଞ୍ଚ ଟେନିସ୍‌ ଫେଡେରେଶନ (ଏଫ୍‌ଟିଏଫ୍‌) କହିଛି। ଅନ୍ୟପକ୍ଷରେ...

ବିବାହ ବନ୍ଧନରେ ବାନ୍ଧିହେଲେ ଟିମ୍‌ ଇଣ୍ଡିଆର ଏହି ଅଲ୍‌ରାଉଣ୍ଡର

ଚେନ୍ନାଇ : ଭାରତୀୟ କ୍ରିକେଟର ଦଳର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ବୁଧବାର କୋଭିଡ୍‌ କଟକଣା ମାନି ତାଙ୍କ ପ୍ରେମିକା ବୈଶାଳୀ ବିଶ୍ୱଶ୍ୱରାନଙ୍କୁ ବିବାହ କରିଛନ୍ତି। ଗତବର୍ଷ...

ବିମାନ ବନ୍ଦରରେ ଛଡ଼ାଇ ନେଲେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାସପୋର୍ଟ

ଅକ୍‌ଲାଣ୍ଡ,୨୬।୬: ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକେ ଆମ ପାସପୋର୍ଟ ଛଡ଼ାଇ ନେଇଥିଲେ। ପଚାରିଥିଲେ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା କେଉଁଠି। ଏପରି କି ଗଦା ସହ...

୧୪୪ ବର୍ଷ ଟେଷ୍ଟ ଇତିହାସରେ କେବଳ ଏହି କ୍ରିକେଟର ପ୍ରଥମ ବଲ୍‌ରେ ମାରିଛନ୍ତି ଛକା, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌…

ନୂଆଦିଲ୍ଲୀ,୩।୧୧: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏଥିରେ ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ହୋଇଥାଏ। ଦୀଘେ ପାଞ୍ଚ ଦିନ ଧରି ଚାଲୁଥିବା...

ଟେଷ୍ଟ ସିରିଜ: ଈଶାନ୍ତ ଆଉଟ, ୧୧ରେ ରୋହିତଙ୍କୁ ନେଇ ନିଷ୍ପତ୍ତି

ସିଡ୍‌ନୀ,୨୮।୧୧ (ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଭାରତର ସବୁଠାରୁ ଅଭିଜ୍ଞ ବୋଲର ଈଶାନ୍ତ ଶର୍ମା ବାଦ୍‌ ପଡିଛନ୍ତି। ସିରିଜ ବେଳକୁ ସେ ମ୍ୟାଚ୍‌...

ସ୍ଥଗିତ ରହିପାରେ ବିଶ୍ୱକପ୍‌ କ୍ୱାଲିଫାୟର୍ସ

ଜୁରିଚ୍‌, ୫ା୩- ମାରାତ୍ମକ କରୋନା ଭାଇରସ୍‌ ବିପଦ କ୍ରୀଡ଼ା ଜଗତ ଉପରେ ପ୍ରଭାବ ପକାଇବାରେ ଲାଗିଛି। ଏଥିପାଇଁ ଅନେକ ଟୁର୍ନାମେଣ୍ଟ ବାତିଲ ହୋଇଥିବାବେଳେ ଆଉ କେତେକ...

Advertisement
Archives

Model This Week