ଲର୍ଡସ,୧୬।୮: ଭାରତ ଲର୍ଡସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ବିଜୟ ଆଶା ବଞ୍ଚାଇ ରଖିଛି। ଅଜିଙ୍କ୍ୟ ରାହାନେଙ୍କ ୬୧ ଏବଂ ଚେତେଶ୍ୱର ପୂଜାରାଙ୍କ ୪୫ ରନ୍ର ସାହାଯ୍ୟରେ ଭାରତ ୧୫୪ ରନର ଅଗ୍ରଣୀ ନେଇଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବଂ ଦ୍ରୁତ ବୋଲର ଇଶାନ୍ତ ଶର୍ମା କ୍ରିଜରେ ଅଛନ୍ତି। ଉଭୟ ଖେଳୁଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଲର୍ଡସ ବାଲକୋନିରୁ ଇସାରା ଦେବାର ଗୋଟିଏ ବଲ ଫିଙ୍ଗାଯିବା ପରେ ଖେଲ ବନ୍ଦ ହୋଇଯାଇଥିଲା। ଡ୍ରେସିଂ ରୁମ୍ରୁ ଉଭୟ କୋହଲି ଏବଂ ଓପନର୍ ରୋହିତ ଶର୍ମା ପନ୍ତଙ୍କୁ ସୂଚାଇ ଥିଲେ ଯେ ଅନ୍ଧାରରେ ସେମାନେ କିପରି ଖେଳୁଛନ୍ତି। ଉଭୟ ଖରାପ ଆଲୋକ ସତ୍ତ୍ୱେ ବ୍ୟାଟିଂ କରୁଥିବାରୁ ସେମାନେ ଅମ୍ପାୟାରଙ୍କ ସହ କଥା ହେବା ଉଚିତ ବୋଲି ସୂଚାଇ ଥିଲେ। କୋହଲି ମଧ୍ୟ ଏହି ପ୍ରସଙ୍ଗରେ ଟିକେ ରାଗିଯାଇଥିଲେ। ବିରାଟ ସଙ୍କେତ ଦେବା ପରେ ଦିନର ଖେଳ ବନ୍ଦ ଘୋଷଣା କରାଯାଇଥିଲା।
Light uh ungappana poduvaan moment😂
King and Rohit❤️😻#Kohli #Pant #Rohitpic.twitter.com/WYbMGQzXsE
— Vijay Rules Only™😎 (@vijayrulesonly) August 15, 2021