Posted inଜାତୀୟ

ଆଫଗାନିସ୍ତାନ ଗୁରୁଦ୍ୱାରରେ ଫସି ରହିଥିବା ୨୦୦ ଶିଖଙ୍କୁ ସୁରକ୍ଷିତ ଉଦ୍ଧାର କରୁ କେନ୍ଦ୍ର: କ୍ୟାପଟେନ ଅମରିନ୍ଦର

ଚଣ୍ଡିଗଡ଼,୧୬ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ କହିଛନ୍ତି, ତାଲିବାନ ଅକ୍ତିଆର କରିଥିବା ଆଫଗାନିସ୍ତାନର ଏକ ଗୁରୁଦ୍ୱାରରେ ଫସି ରହିଥିବା ପ୍ରାୟ ୨୦୦ ଶିଖ ଓ ସମସ୍ତ ଭାରତୀୟଙ୍କୁ ଶୀଘ୍ର ଉଦ୍ଧାର କରିବାର ବ୍ୟବସ୍ଥା କରାଯାଉ । ବୈଦେଶିକ ମନ୍ତ୍ରଣାଳୟକୁ ଟ୍ୟାଗ କରି ଏକ ଟୁଇଟ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଟେନ ଅମରିନ୍ଦର ସିଂ କହିଛନ୍ତି, ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ କିଛି ବି ସାହାଯ୍ୟ ଆବଶ୍ୟକ ପଡିଲେ ମୋ ସରକାର ଏଥିପାଇଁ ପ୍ରସ୍ତୁତ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ତାଲିବାନ ଆଫଗାନିସ୍ତାନକୁ ନିଜ କବଜାକୁ ନେବା ଭାରତ ପାଇଁ ଶୁଭ ସଙ୍କେତ ନୁହେଁ । ଏହାଦ୍ୱାରା ଚାଇନା-ପାକିସ୍ତାନ ସମ୍ପର୍କ ମଜଭୁତ ହେବ । ତେଣୁ ସୀମାରେ କଡା ନଜର ରଖିବାକୁ ସେ କହିଛନ୍ତି । ଗତ ସ୍ୱାଧିନତା ଦିବସରେ ବି କ୍ୟାପେଟେନ ସିଂ ପାକିସ୍ତାନ ବିରୋଧରେ ସତର୍କ ରହିବାକୁ କହିଥିଲେ । କାରଣ ପାକିସ୍ତାନ ସବୁବେଳେ ଅଶାନ୍ତ ପରିବେଶ ସୃଷ୍ଟି କରିବାକୁ ଅନାଇ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଆମେ ଶାନ୍ତି ଚାହୁଁଛୁ ହେଲେ ଆମ ଉପରେ ଆକ୍ରମଣ ହେଲେ ଆମେ ଆଦୌ ଚୁପ୍ ରହିବୁ ନାହିଁ ।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ମନ୍ତ୍ରୀ ଖେଳିବେ ରଣଜୀ ଟ୍ରଫି

କୋଲକତା,୪।୧:ଚଳିତ ବର୍ଷର ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ନିଜର ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମନୋଜ ତିୱାରୀଙ୍କ ନାମ ମଧ୍ୟ ୨୧ ସଦସ୍ୟ ବିଶିଷ୍ଟ...

ବଡ଼ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ

ଶ୍ରୀନଗର,୨୮।୧୦: ଜମ୍ମୁ କଶ୍ମୀରର ଡୋଡା ଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି।...

ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା: ଗୋଟିଏ ବିଲ୍ଡିଂର ଉପର ମହଲାରେ ହସ୍ପିଟାଲ ତଳେ ମଦ ଦୋକାନ; ସୋସିଆଲ ମିଡ଼ିଆରେ ଭାଇରାଲ

ଧାନବାଦ,୨୭।୮: ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା ନେଇ ଏବେ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିିଛି। ଭିଡ଼ିଓରେ ଦେଖାଯାଉଛି ଏକ ବିଲ୍ଡିଂର ଉପର...

‘ମୃତ୍ୟୁ ପ୍ରମାଣପତ୍ରରେ ରହୁ ମୋଦିଙ୍କ ଫଟୋ’

ଚଣ୍ଡିଗଡ଼, ୧୯ା୪: ଟିକା ପ୍ରମାଣପତ୍ରରେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରେୟ ନେବାକୁ ନିଜ ଫଟୋ ଛାପୁଛନ୍ତି ତେବେ କୋଭିଡ୍‌ରେ ପ୍ରାଣ ହରାଉଥିବା ଲୋକଙ୍କ ମୃତ୍ୟୁ...

ଦ୍ୱିତୀୟ ଲହରରେ ୫୭୭ ଶିଶୁ ଅନାଥ

ନୂଆଦିଲ୍ଲୀ,୨୭ା୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପ୍ରଥମଠାରୁ ଅଧିକ ଘାତକ ହୋଇଛି। ଏହି ଲହର ଆସିବା ପରେ ଦେଶର ବିଭିନ୍ନ ଭାଗରେ ୫୭୭ ଶିଶୁ ସେମାନଙ୍କ ମା’ବାପାଙ୍କୁ...

ଉଠିଲା ଲକ୍‌ଡାଉନ୍‌: ଅପରାହ୍ନ ୫ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ପାଟନା,୮।୬:ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ କମିବା ପରେ ବିଭିନ୍ନ ରାଜ୍ୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। ମଙ୍ଗଳବାର ବିହାରରେ ଲକଡାଉନ୍‌ କଟକଣା ଉଠାଇ ଦିଆଯାଇଛି।...

ଜଳୁଛି ପ୍ରତିହିଂସାର ନିଆଁ, ୧୨ ଘଣ୍ଟାରେ ୨ ରାଜନେତାଙ୍କୁ ହତ୍ୟା…

ଥିରୁଭାନନ୍ତପୁରମ୍‌, ୧୯।୧୨: କେରଳରେ ରାଜନୈତିକ ପ୍ରତିହିଂସାର ନିଆଁ ବ୍ୟାପିବାରେ ଲାଗିଛି। ରବିବାର ଅଲାପ୍ପୁଝାରେ ଭାଜପା ନେତା ଓବିସି ମୋର୍ଚ୍ଚା ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ତାଙ୍କ ଘର...

ସୋମବାର ମୌସୁମୀ ଅଧିବେଶନ: କରୋନା ପାଇଁ ସର୍ବଦଳୀୟ ବୈଠକ ମନା

ନୂଆଦିଲ୍ଲୀ, ୧୩।୯: ସୋମବାର ଲୋକ ସଭା ଏବଂ ରାଜ୍ୟ ସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ପ୍ରତି ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକର ଆୟୋଜନ...

Advertisement
Archives

Model This Week