Posted inଖେଳ

ବିରାଟ କୋହଲିଙ୍କୁ ଘୃଣା କରିବାକୁ ପସନ୍ଦ କରନ୍ତି ଅଷ୍ଟ୍ରେଲିୟ ଖେଳାଳି: ଟିମ୍‌ ପୈନ୍‌

ସିଡନୀ,୧୪।୧୧: ଡିସେମ୍ବର ୧୭ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜ୍‌ ଖେଳାଯିବ। ୪ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବା ପାଇଁ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। ତେବେ ୨୦୧୮-୧୯ ସିରିଜରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଇତିହାସ ରଚିଥିଲା ଭାରତ। ଏହି ଅବସରରେ ଦୁଇ ଅଧିନାୟକ ଟିମ ପୈନ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ତଗଡ଼ା ବିବାଦ ଦେଖିବାକୁ ମିଳିଥିଲା। ନିକଟରେ ପୈନ୍‌ ଏକ ସାକ୍ଷାତକାରରେ କୋହଲିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ପୈନ୍‌ କହିଛନ୍ତି, ମୋତେ ବିରାଟଙ୍କ ବିଷୟରେ ଅନେକ ପ୍ରଶ୍ନ କରାଯାଏ। ସେ ମୋ ପାଇଁ ଅନ୍ୟ ଖେଳାଳିଙ୍କ ଭଳି। ମୋତେ ସେ ବେଶି ହଇରାଣ କରନ୍ତି ନାହିଁ। ହେଲେ ଯଦି ସତ କହିବି ତେବେ ତାଙ୍କ ସହ ମୋ ସମ୍ପର୍କ ବହୁତ ମଜଭୂତ ନୁହେଁ। ଟସ୍‌ ସମୟରେ ତାଙ୍କ ସହ ଦେଖାହୁଏ। ତାଙ୍କ ବିପକ୍ଷରେ ମୁଁ ଖେଳେ। ବିରାଟଙ୍କୁ ଅଷ୍ଟ୍ରେଲିୟ ଖେଳାଳି ଘୃଣା କରିବାକୁ ପସନ୍ଦ କରନ୍ତି, ହେଲେ କ୍ରିକେଟର ପ୍ରଶଂସକ ଭାବେ ତାଙ୍କ ଖେଳ ସମସ୍ତେ ପସନ୍ଦ କରନ୍ତି। ଗୋଟିଏ ପଟେ ଆମେ ତାଙ୍କ ଖେଳ ପସନ୍ଦ କରୁଥିବା ବେଳେ ଅନ୍ୟପକ୍ଷେ ସେ ବେଶି ରନ୍‌ କରନ୍ତୁ ନାହିଁ ବୋଲି ଚାହୁଁ। ଅନେକ ସମୟରେ ତାଙ୍କ ମୋ ଭିତରେ ତୁତୁମେମେ ହୋଇଛି।

ଏହାପଛରେ ଆମ ଅଧିନାୟକତ୍ୱ ନୁହେଁ ବରଂ ଅନ୍ୟ କାରଣ ରହିଛି। ଯେତେବେଳେ କେହି ଭଲ ଖେଳେ ଆମକୁ ଚିନ୍ତା ଲାଗେ। ଚଳିତ ବର୍ଷ ଅଷ୍ଟ୍ରେଲିଆ ଟିମ୍‌ରେ ସ୍ଟିଭ୍‌ ସ୍ମିଥ୍‌ ଏବଂ ଡେଭିଡ ଓ୍ବାର୍ନର ସାମିଲ ଅଛନ୍ତି। ଏଣୁ ସିରିଜ୍‌ଟି ରୋମାଞ୍ଚକର ହେବ। ଏହାକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଇ ହଷ୍ଟେଲ-ଚରମ୍ପା ୟୁନାଇଟେଡ୍‌ ଫାଇନାଲ

ନିମାପଡ଼ା, ୧୫।୧୨ (ଡିଏନ୍‌ଏ)- ନିମାପଡ଼ା ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ସ୍ଥାନୀୟ ବାରବାଟୀ ଗ୍ରାଉଣ୍ଡରେ ଚାଲିଥିବା ରାଜ୍ୟସ୍ତରୀୟ ୬ଷ୍ଠ ପଦ୍ମଚରଣ ସାମନ୍ତସିଂହାର ସ୍ମାରକୀ ନିମାପଡ଼ା ଫୁଟ୍‌ବଲ ପ୍ରତିଯୋଗିତାର...

ଆଇପିଏଲ୍‌ରେ ନଜର ଆସିବେ ଋଷଭ ପନ୍ତ… ଦିଲ୍ଲୀ କୋଚ୍‌ ପଣ୍ଟିଂଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୦।୧: ଦୁର୍ଘଟଣାରେ ଆହତ ହେବା ପରେ ଚିକିତ୍ସିତ ହେଉଛନ୍ତି ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ନିକଟରେ କୋକିଲାବେନ ହସ୍ପିଟାଲରେ ପନ୍ତଙ୍କ ସର୍ଜରୀ ଶେଷ...

ଧୋନୀଙ୍କୁ ମିସ୍‌ କରୁଥିବା ସ୍ବୀକାର କଲେ କୁଲଦୀପ

ନୂଆଦିଲ୍ଲୀ,୧୨।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମାର୍ଗଦର୍ଶନକୁ ମିସ୍‌ କରୁଥିବା ସ୍ବୀକାର କରିଛନ୍ତି ସ୍ପିନର କୁଲଦୀପ ଯାଦବ। ଏହି ଚାଇନାମ୍ୟାନ ସ୍ପିନରଙ୍କୁ ୨୦୧୯ ଠାରୁ...

ଫିଫା ବିଶ୍ୱକପ-୨୦୨୬: ଯୋଜନାରେ ପରିବର୍ତ୍ତନ, ୪-୪ ଟିମର ୧୨ ଗ୍ରୁପ୍‌ ରହିବେ…

ଓ୍ବାଶିଂଟନ,୧୫।୩ : ଉତ୍ତର ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ-୨୦୨୬ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆସନ୍ତା ବିଶ୍ୱକପରେ ୪-୪ ଟିମର ୧୨...

ରାଗିଗଲେ ଆରସିବି କ୍ରିକେଟର୍‌: କହିଲେ, ଏସବୁ କରିହେବନି ବରଦାସ୍ତ

ଶାରଜା,୧୨।୧୦: ଆଇପିଏଲରେ ଟାଇଟଲ ଜିତିବାରେ ବିରାଟ କୋହଲିଙ୍କ ସ୍ବପ୍ନ ଅଧୁରା ରହିଛି। ଚଳିତବର୍ଷ କୋଲକାତା ନାଇଟ ରାଇଡର୍ସଠାରୁ ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହାରି...

କୋପା ଆମେରିକା: କରୋନା ପ୍ରୋଟୋକଲ ଉଲ୍ଲଂଘନକୁ ଚିଲି ମାନିଲା

ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ କରୋନା ଭାଇରସ୍‌ ପ୍ରୋଟୋକଲ ଉଲ୍ଲଂଘନ କଥା ଚିଲି ସ୍ବୀକାର କରିଛି। ଚିଲି ଦଳରେ କେତେଜଣ ଖେଳାଳି ନିୟମାବଳୀ...

ପନ୍ତଙ୍କୁ କରାଗଲା ଏୟାର୍‌ଲିଫ୍ଟ

ମୁମ୍ବାଇ,୪।୧:ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଡେରାଡୁନରୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ...

ଆଜି ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ,୪।୯: ଏସିଆ କପ୍‌ ଟି୨୦ କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍‌ ଖେଳିବ ଭାରତ। ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର୍‌-୪ରେ ପ୍ରବେଶ...

Advertisement
Archives

Model This Week